Home ଜିଲ୍ଲା ପରିକ୍ରମା ଜାତୀୟ କବି ବାଞ୍ଛାନିଧି ସ୍ମୃତି ପରିଷଦ ଭଦ୍ରକ ପକ୍ଷରୁ ସାଂସଦ ଓ ବାସୁଦେବପୁର ବିଧାୟକଙ୍କୁ କୃତଜ୍ଞତା

ଜାତୀୟ କବି ବାଞ୍ଛାନିଧି ସ୍ମୃତି ପରିଷଦ ଭଦ୍ରକ ପକ୍ଷରୁ ସାଂସଦ ଓ ବାସୁଦେବପୁର ବିଧାୟକଙ୍କୁ କୃତଜ୍ଞତା

32

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାସୁଦେବପୁର ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟର ସମ୍ମୁଖ ରାସ୍ତାରେ ଥିବା ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ବିଶାଳ ପ୍ରତିମୂର୍ତ୍ତିଟିକୁ କିଛିବର୍ଷ ତଳେ ସ୍ଥାନୀୟ ପ୍ରଶାସନ ରାସ୍ତା ପ୍ରଶସ୍ତିକରଣ ସମୟରେ ଭାଙ୍ଗିଦେଇଥିଲେ । ସେତେବେଳେ ବାସୁଦେବପୁର ମାଟିର ସଚେତନ ନାଗରିକ ଓ ସହିଦ ତୀର୍ଥଯାତ୍ରୀ ସଂଘ ଓ ଭଦ୍ରକ ସହରରେ ଥିବା ସ୍ମୃତି ସଂସଦ ତରଫରୁ ଏହାର ତୀବ୍ର ନିନ୍ଦା କରାଯିବା ସହ ରାଜ୍ୟବ୍ୟାପୀ ଅସନ୍ତୋଷ ଓ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସେହି ସ୍ଥାନରେ ନୂତନ ଭବ୍ୟ ପ୍ରତିମୂର୍ତ୍ତିଟିଏ ନିର୍ମାଣ ପାଇଁ ଦାବି କରାଯାଇଆସୁଥିଲା । ସ୍ୱାଧୀନତା ଦିବସ ପାଳନ ଦିନ ଏହି ପ୍ରତିମୂର୍ତ୍ତିଟି ଅନାବରଣ ହୋଇସାରିଛି । କବି ବାଞ୍ଛାନିଧି ସ୍ମୃତି ପରିଷଦ ଭଦ୍ରକ ପକ୍ଷରୁ ସଭାପତି ଡ. ଦୁର୍ଯ୍ୟୋଧନ ଦାସ, ଉପସଭାପତି ଡ. ଶଶଧର ଦାସ, ସଂପାଦକ ରତିକାନ୍ତ ବେହେରା, ସହ ସଂପାଦକ କୃଷ୍ଣଚନ୍ଦ୍ର ମହାନ୍ତି, ସଦସ୍ୟ କବିଙ୍କ ବଡନାତି ପୂର୍ଣ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ସାଂସଦ ମଂଜୁଲତା ମଣ୍ଡଳ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୌରାଧ୍ୟକ୍ଷା ନିବେଦିତା ବେହେରା, ନିର୍ବାହୀ ଅଧିକାରୀ ମାନସ ଦଣ୍ଡପାତ, ସହିଦ ତୀର୍ଥଯାତ୍ରୀ ସଂଘର ସଭାପତି ବୈଲୋଚନ ଜେନା, ଦୁଃଶାସନ ରାଉତ ଓ ଅନ୍ୟ ସମସ୍ତ ସଦସ୍ୟ ବୃନ୍ଦ, ବାସୁଦେବପୁର ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ଓ ଜନସାଧାରଣଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.