Home ଜିଲ୍ଲା ପରିକ୍ରମା ଚେକ୍ ବାଉନ୍ସ ମାମଲାରେ ଶିକ୍ଷକ ନେତା ଉତ୍ତମ ଦାସଙ୍କୁ ଜେଲ୍ ଦଣ୍ଡ

ଚେକ୍ ବାଉନ୍ସ ମାମଲାରେ ଶିକ୍ଷକ ନେତା ଉତ୍ତମ ଦାସଙ୍କୁ ଜେଲ୍ ଦଣ୍ଡ

56

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁଇଗୋଟି ଚେକ୍ ବାଉନ୍ସ ମାମଲାରେ ବିଚାର କରି ଦୋବଲ ଗ୍ରାମର ଭାଗୀରଥି ଦାସଙ୍କ ପୁତ୍ର ଉତ୍ତମ ଦାସଙ୍କୁ ଚରମ୍ପା ବିଶାଣି ଖରିଦା ଗ୍ରାମର ପ୍ରମୋଦ କୁମାର ବନ୍ଧଙ୍କୁ ଚେକ୍ ଦେଇ ତାଙ୍କ ପାଖରୁ ୩ ଲକ୍ଷ ଟଙ୍କା ନେଇଥିବା ଓ କୋଡବରୁଆଁ ଗ୍ରାମର ରମେଶ ପଣ୍ଡିତଙ୍କୁ ଚେକ୍ ଦେଇ ଅଢେଇଲକ୍ଷ ଟଙ୍କା ନେଇ ନଫେରାଇବା ଅପରାଧରେ ୩ ମାସ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଭଦ୍ରକ ମାନ୍ୟବର ଏସଡିଜେଏମ୍ ଚିନ୍ମୟ କୁମାର ପାଢୀ। ଭଦ୍ରକରେ ଶିକ୍ଷକ ନେତା ତଥା ଚରମ୍ପା ଡାହାଣୀ ଗଡିଆ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଉତ୍ତମ କୁମାର ଦାସ ନିଜର ଗୃହ ନିର୍ମାଣ ପାଇଁ ଜମି କ୍ରୟ କରିବାକୁ ପ୍ରମୋଦ କୁମାର ଦାସଙ୍କ ପାଖରୁ ୩ ଲକ୍ଷ ଟଙ୍କା ଗତ ୨୦୧୯ ମସିହା ଡିସେମ୍ବର ମାସ ୫ ତାରିଖରେ ନେଇଥିଲା ଓ ସେ ପରିଶୋଧ ପାଇଁ ମାଗିବାରୁ ଉତ୍ତମ ଭଦ୍ରକ କଚେରୀ ବଜାର ମୁଖ୍ୟ ଶାଖାର ଏକ ଚେକ୍ ପ୍ରଦାନ କରିଥିଲା। ଯାହା ବାଉନ୍ସ ହୋଇଯାଇଥିଲା। ସେଥିପାଇଁ ସେ ଆଇସିସି କେଶ୍ ନମ୍ବର ୪୭/୨୧ ରେ ଏକ ମାମଲା ରୁଜୁ କରିଥିଲେ। ସେହିପରି ରମେଶ ପଣ୍ଡିତଙ୍କର ୨ ପୁଅଙ୍କୁ ଚାକିରୀ କରାଇଦେବ କହି ତାଙ୍କ ପାଖରୁ ଅଢେଇଲକ୍ଷ ଟଙ୍କା ନେଇ ଚାକିରୀ ଦେଇନଥିଲା। ପରେ ସେ ଟଙ୍କା ଦାବି କରିବାରୁ ତାଙ୍କୁ ମଧ୍ୟ ସେହପରି ଅଢେଇଲକ୍ଷ ଟଙ୍କାର ଚେକ୍ ଦେଇଥିଲା, ଯାହା ପରେ ବାଉନ୍ସ ହୋଇଯାଇଥିଲା। ସେ ମଧ୍ୟ ତାଙ୍କ ବିରୁଦ୍ଧରେ ଆଇସିସି କେଶ୍ ନଂ ୭୮/୨୧ ରେ ଏକ ମାମଲା ରୁଜୁ କରିଥିଲେ। ଉଭୟ ମାମଲାକୁ ବିଚାର କରି ମାନ୍ୟବର କୋର୍ଟ ଅଲଗା ଅଲଗା ଭାବରେ ଉତ୍ତମକୁ ୩ ମାସ ସଶ୍ରମ କାରାଦଣ୍ଡାଦେଶ ସହ ସୁଧ ସହ ମୋଟ ଟଙ୍କା ଫେରେଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରମୋଦ ବନ୍ଧଙ୍କ ପାଇଁ ଭଦ୍ରକର ଆଇନ୍‌ଜୀବୀ ଗଦାଧର ବଳ ଓ ଜୟନ୍ତ କୁମାର ଭୋଇ ମାମଲା ପରିଚାଳନା କରୁଥିଲେ। ପ୍ରକାଶ ଥାଉକି ଉତ୍ତମ ଦାସ ଭଦ୍ରକର ବହୁ ଲୋକମାନଙ୍କ ପାଖରୁ ବିଭିନ୍ନ କାମ କରେଇ ଦେବ କହି ଠକେଇ ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି। ସେମାନେ ଟଙ୍କା ଫେରସ୍ତ ପାଇଁ ଦାବି କଲେ ଏମିତି ଚେକ୍ ଦେଇ ସେମାନଙ୍କୁ ସନ୍ତୁଷ୍ଟ କରି ଦେଉଥିଲା। ଠକେଇବା ଅପରାଧରେ ବିଭିନ୍ନ ସମୟରେ ଜେଲ୍‌ରେ ମଧ୍ୟ ରହି ଜାମିନରେ ମୁକ୍ତ ହୋଇଛି। ଉପରିସ୍ଥ ଅଧିକାରୀଙ୍କୁ ହାତବାରିସ କରି ରଖିôଥବାରୁ ଅଦ୍ୟାବଧି ତାଙ୍କର ଚାକିରୀରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.