Home ଓଡ଼ିଶା ଠାବ ହେଲା ମାଓ କ୍ୟାମ୍ପ

ଠାବ ହେଲା ମାଓ କ୍ୟାମ୍ପ

188

କନ୍ଧମାଳ,୨୯/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): କନ୍ଧମାଳ ଜିଲ୍ଲା ପାହିରାଜୁ ପଞ୍ଚାୟତର ମୋଟାକି ଗାଁ ନିକଟ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ। ଡିଭିଏଫ୍‌ ଓ ଏସଓଜି ଯବାନଙ୍କ ମିଳିତ କମ୍ବିଂ ବେଳେ ହଠାତ୍‌ ମାଓବାଦୀ ଗୁଳି ଚାଳନା କରିଥିଲେ । ପାଲଟା ଗୁଳି ଚାଳନା କରିଥିଲେ ଯବାନ । ଉଭୟ ପକ୍ଷ ମଧ୍ୟରେ ବେଶ କିଛି ଘଣ୍ଟା ଗୁଳି ବିନିମୟ ଚାଲିବା ପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ ।

ଘଟଣାସ୍ଥଳରୁ ବିପୁଳ ପରିମାଣର ସାମଗ୍ରୀ, ସିଙ୍ଗଲ ବୋର୍‌ ବନ୍ଧୁକ, ଡିଟୋନେଟର ଛତା, ବହୁ ବ୍ୟାଗ୍‌, ୪ଟି ରେଡ଼ିଓ ସେଟା ଜବତ ହୋଇଛି । ଏକ ଆଇଡିକୁ ନିଷ୍କ୍ରିୟ ବି କରାଯାଇଥିଲା । ଏହି କ୍ୟାମ୍ପରେ କେକେବିଏନ୍‌ ଖଡଙ୍ଗ ଡିଭିଜନର ପ୍ରାୟ ୧୫ ଜଣ ମାଓବାଦୀ କ୍ୟାଡର ଥିବା ସୂଚନା ମିଳିଛି । ତେବେ ଗୁଳି ବିନିମୟରେ କେତେ ମୃତାହତ ହୋଇଛନ୍ତି, ସେନେଇ ସୂଚନା ମିଳି ନଥିବା କନ୍ଧମାଳ ଏସ୍‌ପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.