Home ଜିଲ୍ଲା ପରିକ୍ରମା ଆହାର କେନ୍ଦ୍ର ଦାୟିତ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନେଲା

ଆହାର କେନ୍ଦ୍ର ଦାୟିତ୍ୱ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନେଲା

119

ନୟାଗଡ଼, ୧ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ରାଜ୍ୟ ସରକାର ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ୱ ଦେବା ପାଇଁ ଗୁରୁତ୍ୱାରୋପ କରିଥିବାବେଳେ ଶୁକ୍ରବାର ଠାରୁ ନୟାଗଡ଼ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱ ଏସ୍‌ଏଚ୍‌ଜି ଗୃପ୍ ନେଇଛି। ନୟାଗଡ଼ ଜିଲ୍ଲାରେ ପୂର୍ବରୁ ଆହାର ପରିଚାଳନା ଦାୟିତ୍ୱ ରୋଟାରୀ କ୍ଲବ ନେଇଥିଲା। ଏବେ ମା’ ଗାୟତ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହି ଦାୟିତ୍ୱ ଦିଆଯାଇଛି। ନୟାଗଡ଼ ଜିଲ୍ଲାରେ ଓଡ଼ଗାଁ, ଖଣ୍ଡପଡ଼ା, ଦଶପଲ୍ଲା, ରଣପୁର ଓ ନୟାଗଡ଼ ଏପରି ୫ଟି ଆହାର କେନ୍ଦ୍ର ରହିଥିବାବେଳେ ୧୮ଶହ ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ରହିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.