Home ଓଡ଼ିଶା ଆକ୍ୟୁ-ପଙ୍କଚର୍ ହେଲଥ୍ କେୟାର ସେଣ୍ଟର ଉଦ୍‌ଘାଟିତ

ଆକ୍ୟୁ-ପଙ୍କଚର୍ ହେଲଥ୍ କେୟାର ସେଣ୍ଟର ଉଦ୍‌ଘାଟିତ

151

ନୟାଗଡ଼, ୨୧-୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସ୍ଥାନୀୟ ପାଣ୍ଡରା ଛକ ବାଇପାସ୍ ସନ୍ନିକଟ ଜଗନ୍ନାଥ ମନ୍ଦିର ପାଶ୍ୱର୍ରେ ବିକଳ୍ପ ଚିକିତ୍ସା ଆକ୍ୟୁ-ପଙ୍କଚର୍ ହେଲଥ୍‌କେୟାର ସେଣ୍ଟରକୁ ବିଶିଷ୍ଟ ଆକ୍ୟୁପ୍ରେସର ବିଶେଷଜ୍ଞ ଶ୍ରୀଯୁକ୍ତ ନୀତିନ୍ ଚୌଧୁରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ଶ୍ରୀଯୁକ୍ତ ଚୌଧୁରୀ କହିଥିଲେ ଯେ, ଆଧୁନିକ ଚିକିତ୍ସା ଯେପରି ବ୍ୟୟସାପେକ୍ଷ ଓ ପାଶ୍ୱର୍ପ୍ରତିକ୍ରିୟାର ପ୍ରଭାବରେ ଅନେକ ରୋଗୀ ଗୋଟିଏ ରୋଗ ଭଲ କରିବାକୁ ଯାଇ ଅନ୍ୟ ଅନେକ ରୋଗରେ ପୀଡିତ ହୁଅନ୍ତି, ତାହାକୁ ଦୂର କରିବା ସହ ଖୁବ୍ କମ୍ ଖର୍ଚ୍ଚରେ ବା ବିନା ଖର୍ଚ୍ଚରେ ରୋଗକୁ ସମ୍ପୂର୍ଣ୍ଣ ଭଲ କରାଯିବାର ଏହି ଆକ୍ୟୁ-ପଙ୍କଚର୍ ହେଲଥ୍ କେୟାରରେ (ଆକ୍ୟୁ-ପଙ୍କଚର୍‌, ଆକ୍ୟୁପ୍ରେସର, ଯୋଗ, ଫିଜିଓଥେରାପି) ମାଧ୍ୟମରେ ଚିକିତ୍ସା କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବ।

ଏହି ହେଲଥ୍ କେୟାର ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ଦେବେନ୍ଦ୍ର ନାୟକ ଓ ନିବେଦିତା ନାୟକଙ୍କ କହିବା ଅନୁସାରେ ପ୍ରାକୃତିକ ଚିକିତ୍ସା ଦ୍ୱାରା ବହୁ ପୁରାତନ ଦୂରାରୋଗ୍ୟ ଜନିତ ସମସ୍ୟା ଯଥା- ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା, ଅଣ୍ଟାବିନ୍ଧା, ପାରାଲିସିସ୍‌, ଶ୍ୱାସ, ସିଆଟିକା, ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, ମୋଟାପଣ, ବାତ ଭଳି ଅନେକ ରୋଗକୁ ଅପେକ୍ଷାକୃତ କମ୍ ସମୟରେ ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ଭଲ କରାଯାଇପାରିବ ଏବଂ ଏହି ଆକ୍ୟୁପ୍ରେସର କେନ୍ଦ୍ରଟି ଅନେକ ଶିକ୍ଷାର୍ଥୀମାନଙ୍କ ପାଇଁ ତାଲିମ୍ ତଥା ଗବେଷଣାମୂଳକ ଅନୁସନ୍ଧାନ କାର୍ଯ୍ୟରେ ସହାୟକ ହେବା ସହ ଏଥିନିମନ୍ତେ ଆବଶ୍ୟକ ଆକ୍ୟୁପ୍ରେସର ଉପକରଣ ଗୁଡ଼ିକ ମଧ୍ୟ ଶସ୍ତା ଓ ସହଜରେ ଉପଲବ୍ଧ ହେବ। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ ତଥା ରାଜ୍ୟ ବି.ଏଡ୍ କନିଷ୍ଠ ଶିକ୍ଷକ ସଂଘ ସଭାପତି ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା ଯୋଗଦେଇ ଜନସାଧାରଣ ଏହି ଅନୁଷ୍ଠାନର ଚିକିତ୍ସା ସୁବିଧାର ଲାଭ ଉଠାଇବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ତତ୍‌ସଙ୍ଗେସଙ୍ଗେ ସମାଜସେବୀ ଏକାଦଶୀ ବେହେରା, ସହଦେବ ତରାଇ, ଭୁବନେଶ୍ୱର ମହାନଗର ନିଗମର ୩୧ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର କୁମାରେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରାଚୀନ ଭାରତରୁ କ୍ରମ ବିଲୁପ୍ତପ୍ରାୟ ହେବାକୁ ବସିଥିବା ଏହି ସ୍ନାୟୁଚାପ (ଆକ୍ୟୁ-ପ୍ରେସର୍‌), ସ୍ନାୟୁଭେଦ (ଆକ୍ୟୁ-ପଙ୍କଚର), ଭୌତିକ ଚିକିତ୍ସା (ଫିଜିଓଥେରାପି) ଓ ଯୋଗର ପ୍ରଚାର ପ୍ରସାର ପାଇଁ ସେମାନେ ସହଯୋଗର ହାତ ବଢ଼ାଇବା ସହ ଅନ୍ୟମାନେ ମଧ୍ୟ ଏଥିନିମନ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.