Home ଜିଲ୍ଲା ପରିକ୍ରମା ଚିଟ୍‌ଫଣ୍ଡ ପରେ ସାହାରା ଇଣ୍ଡିଆ କରିଲା ବେସାହାରା, ଅଫିସ୍‌ରେ ତାଲା ପକାଇଲେ ଜମାକାରୀ

ଚିଟ୍‌ଫଣ୍ଡ ପରେ ସାହାରା ଇଣ୍ଡିଆ କରିଲା ବେସାହାରା, ଅଫିସ୍‌ରେ ତାଲା ପକାଇଲେ ଜମାକାରୀ

101

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚିଟ୍‌ଫଣ୍ଡ ପରେ ଭଦ୍ରକରେ ସାହାରା ଇଣ୍ଡିଆ କରିଲା ବେସାହାରା । ମାଚ୍ୟୁରିଟି ପରେ ମଧ୍ୟ ମିଳୁନି ଟଙ୍କା । ତେଣୁ ବାଧ୍ୟ ହୋଇ ଆଜି ସାହାରା ଅଫିସ୍‌ରେ ତାଲା ପକାଇଲେ ଜମାକାରୀ ଓ ଏଜେଣ୍ଟ । ଲୋକମାନେ ଟଙ୍କା ଜମା କରନ୍ତି ଆବଶ୍ୟକବେଳେ କାମରେ ଲଗାଇବେ । ଟଙ୍କା ଜମା କରିଥିଲେ ସତ କିନ୍ତୁ ଜମା ଅବଧି ବର୍ଷେ ଦୁଇବର୍ଷ ଶେଷ ହୋଇଥିବା ସତ୍ୱେ ମାଚ୍ୟୁରିଟି ଟଙ୍କା ଫେରାଉନାହିଁ ସାହାରା କଂପାନୀ । ଜମାକାରୀମାନଙ୍କର କାହାର ଝିଅ ବାହାଘର ତ କାହାର ମେଡିକାଲରେ ଅପରେସନ ପାଇଁ ଟଙ୍କା ଆବଶ୍ୟକ । ମାସ ମାସ ଧରି ଅଫିସ୍‌କୁ ଦୌଡି ଦୌଡି ନୟାନ୍ତ ହେଲେଣି ଜମାକାରୀ । ଏମିତି ଅଭିଯୋଗରେ ଏଜେଣ୍ଟ ଓ ଜମାକାରୀ ମାନେ ସାହାରା ଅଫିସ୍ ଘେରାଉ କରିଛନ୍ତି । ଏ ହେଉଛି ଭଦ୍ରକ ସହରର ବାଇପାସ୍ ସ୍ଥିତ ସାହାରା ଇଣ୍ଡିଆ ସେକ୍ଟର ଅଫିସ୍ ସମ୍ମୁଖରେ ହୋହାଲା କରିଛନ୍ତି ଜମାକାରୀ ଓ ଏଜେଣ୍ଟ । ସୂଚନା ଅନୁସାରେ ଜିଲାର ବିଭିନ୍ନ ଅଂଚଳର ଲୋକେ ସାହାରାରେ ଏଜେଣ୍ଟଙ୍କ ମାଧ୍ୟମରେ ନିଜ ଟଙ୍କା ଜମା କରିଥିଲେ । ତାଙ୍କ ଜମା ଟଙ୍କାର ମାଚ୍ୟୁରିଟି ହୋଇସାରିଲାଣି । କିନ୍ତୁ ଟଙ୍କା ଦେଉନାହିଁ ସାହାରା । ଏବେ ଏଜେଣ୍ଟ ଓ ଜମାକାରୀ ଏକାଠି ହୋଇ ଅଫିସ୍ ସମ୍ମୁଖରେ ହୋହାଲ୍ଲା କରିଥିଲେ । ତେବେ ଅପରପକ୍ଷରେ ସାହାରାର ଭଦ୍ରକ କାର୍ଯ୍ୟାଳୟର ସେକ୍ଟର ହେଡ୍ ପ୍ରତାପ ମହାନ୍ତି କହିଛନ୍ତି ଯେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଜମା ଟଙ୍କା କରିବା ନିର୍ଦ୍ଦେଶ ସେବିର ଅଂକୁଶ ପାଇଁ ଜମାକାରୀଙ୍କୁ ଟଙ୍କା ମିଳିପାରୁନାହିଁ । ତେବେ ଏଠି ପ୍ରଶ୍ନ ଉଠେ ଅଂକୁଶ ଥିବାବେଳେ ଜମାକାରୀଙ୍କ ଠାରୁ କଂପାନୀ ଟଙ୍କା ନେଉଛନ୍ତି କିପରି । କଂପାନୀର ଡାଇରେକ୍ଟର ଏକ ଭିଡିଓ ବାର୍ତ୍ତାରେ ଜମାକାରୀଙ୍କୁ ମାର୍ଚ୍ଚ ମାସ ପରେ ଟଙ୍କା ଫେରାଇବା ନେଇ କହିଛନ୍ତି ଓ ଜମାକାରୀଙ୍କୁ ଅପେକ୍ଷା କରିବା ପାଇଁ ମଧ୍ୟ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.