Home ଜିଲ୍ଲା ପରିକ୍ରମା ୧୩୫୦ ଲିଟର ଦେଶୀ ରନ୍ଧା ମଦ ଜବତ, ଜଣେ ଗିରଫ

୧୩୫୦ ଲିଟର ଦେଶୀ ରନ୍ଧା ମଦ ଜବତ, ଜଣେ ଗିରଫ

31

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ଅବକାରୀ ବିଭାଗ ପକ୍ଷରୁ ଆଗରପଡା ଅଂଚଳରେ ଚଢାଉ କରାଯାଇ ବିପୁଳ ପରିମାଣର ରନ୍ଧା ଦେଶୀ ମଦ ଜବତ କରାଯାଇଛି । ଏବଂ ଏଥିରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଅବକାରୀ ଅଧୀକ୍ଷକ ଗୌତମ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଆଗରପଡା ବଜାର ନିକଟରେ ଚଢାଉ କରାଯାଇ ୧୩୫୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି । ଏଥିରେ ସଂପୃକ୍ତ ଆଗରପଡା ଥାନା ଅଧୀନସ୍ଥ ବରହମପୁର ଗ୍ରାମର ନବକିଶୋର ବେହେରାଙ୍କୁ ଗିରଫ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏଥିନେଇ ଅବକାରୀ ବିଭାଗ ପକ୍ଷରୁ କେଶ୍ ନଂ ୩୭/୨୦-୨୧ ମୂଳେ ଏକ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.