Home କୋରାପୁଟ ନନ୍ଦପୁରରେ ବାଲ୍ୟ ବିବାହ ରୋକିଲା ପ୍ରଶାସନ

ନନ୍ଦପୁରରେ ବାଲ୍ୟ ବିବାହ ରୋକିଲା ପ୍ରଶାସନ

11

କୋରାପୁଟ ୮-୧ (ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ଥୁବା ପଂଚାୟତର ଥୁବା ଗ୍ରାମର ଗଙ୍ଗାଧର ସୁକ୍ରୀଙ୍କ ଝିଅ (୧୭ ବର୍ଷ) ପରଟା ଗ୍ରାମର ଘେନୁ ଗୋଲରୀଙ୍କ ପୁଅଙ୍କ ସହ ବିବାହ ଥିଲା କିନ୍ତୁ କୈାଣସି ମତେ ପ୍ରଶାସନ ଖବର ପାଇ ବାଲ୍ୟ ବିବାହକୁ ରୋକିପାରିଥିଲା ବୋଲି ଜଣାପଡିଛି।ନନ୍ଦପୁରର ଭାରପ୍ରାପ୍ତ ସିଡିପିଓ ମୋନାଲିସା ଖେମୁଣ୍ଡୁ, କୁଲାରସିଂ ସୁପରଭାଇଜର ମଂଜୁବାଲା ନାୟକ, ଚାଇଲଡ ଲାଇନର ପଦଲାମ କୁଲଦୀପ, ଏଏନଏମ ନିହାରିକା ଦୋରା, ଅଙ୍ଗନବାଡି କର୍ମି ଉଷାରାଣୀ ଜେନା, ଜୟନ୍ତୀ ମୁଦୁଲି, ପୁଷ୍ପା ରତନ, ସମିତି ସଭ୍ୟ ଅର୍ଜୁନ କିରସାନି, ନାଏବ ସରପଂଚ ଗଙ୍ଗାଧର ଗୋଲରୀ, ଓାର୍ଡ ସଭ୍ୟା ଯଶୋଦା ମାଝି, ଗ୍ରାମ ନାୟକ ମଦନ ପ୍ରଧାନୀ ଓ ଅନ୍ୟ୍ୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇ ଉକ୍ତ ବିବାହକୁ ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ରୋକିବାକୁ ଦୁଇ ପକ୍ଷ ମଧ୍ୟରେ ଏକ ରାଜିନାମା କରାଯାଇଥିଲା।ଅପ୍ରାପ୍ତ ବୟସ୍କରେ ବିବାହର ଭୟାବହତା ସଂପର୍କରେ ବୁଝାଇବା ପରେ ଦୁଇପକ୍ଷ ଏଥିରେ ରାଜିହୋଇ ବିବାହ କାର୍ଯ୍ୟକ୍ରମ ଆସନ୍ତା ବର୍ଷ ୨୦୨୨ ରେ କରିବାକୁ ସହମତି ପ୍ରଦାନ କରିଥିଲେ।ଫଳତଃ ଝିଅ ବର୍ତମାନ ବାପଘରେ ରହିବାକୁ ଉପସ୍ଥିତ ଅଧିକାରୀମାନେ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.