Home ଜିଲ୍ଲା ପରିକ୍ରମା ଏପିଏସପିଏସ ହାଇସ୍କୁଲର ୧୫ ସ୍କାଉଟ୍ ଓ ଗାଇଡ୍‌ଙ୍କୁ ମିଳିଲା ରାଜ୍ୟ ପୁରସ୍କାର

ଏପିଏସପିଏସ ହାଇସ୍କୁଲର ୧୫ ସ୍କାଉଟ୍ ଓ ଗାଇଡ୍‌ଙ୍କୁ ମିଳିଲା ରାଜ୍ୟ ପୁରସ୍କାର

15

ଭଦ୍ରକ, ୧୬ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧୀନ କମାରିଆ ସ୍ଥିତ ଆନନ୍ଦ ପ୍ରସାଦ ସିନ୍ଦୋଳ ପଞ୍ଚାୟତ ସହଯୋଗ ହାଇସ୍କୁଲର ୧୫ ଜଣ ସ୍କାଉଟ୍ ଓ ଗାଇଡ୍‌ଙ୍କୁ ରାଜ୍ୟ ପୁରସ୍କାର ମିଳିଛି । ପ୍ରକାଶ ଯେ ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ସମଗ୍ର ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍କୁଲର ୧୦୭ଜଣ ସ୍କାଉଟ୍ ଏବଂ ୧୦୩ଜଣ ଗାଇଡ୍ ରାଜ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଏପିଏସପିଏସ ହାଇସ୍କୁଲର ୧୧ଜଣ ସ୍କାଉଟ୍ ଓ ୪ଜଣ ଗାଇଡ୍‌ଙ୍କୁ ଏହି ପୁରସ୍କାର ମିଳିଥିବା ଜଣାଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ଭାରତ ସ୍କାଉଟ୍‌ସ ଓ ଗାଇଡ୍‌ସ ସଂସ୍ଥା ପକ୍ଷରୁ ଭୁବନେଶ୍ୱର ରାଜଭବନ ପରିସରରେ ଆୟୋଜିତ ରାଜ୍ୟ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାମହୀମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ସ୍କାଉଟ୍ ଓ ଗାଇଡ୍‌ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଉତ୍ସବରେ ଏପିଏସପିଏସ ହାଇସ୍କୁଲର ଗାଇଡ୍ କ୍ୟାପଟେନ୍ ମଂଜୁଲତା ଜେନାଙ୍କ ତତ୍ତ୍ୱାବଧାନରେ ଆର୍ଯ୍ୟଲେଲିନ ସେଠୀ, ଉମେଶ ସାହୁ, ପ୍ରିୟବ୍ରତ କାଣ୍ଡି, ଦିବ୍ୟରଂଜନ ମହାଳିକ, ଓମ୍‌ପ୍ରକାଶ ପାଣି, ସଂଦୀପ ସେଠୀ, ଜ୍ୟୋତିପ୍ରକାଶ ପହି, ସୁଦୀପ୍ତା ଗୋଥ୍ ଓ ସୁନୟନା କାଣ୍ଡି ପ୍ରମୁଖ ସ୍କାଉଟ୍ ଓ ଗାଇଡ୍‌ମାନେ ଉପସ୍ଥିତ ରହି ମହାମହୀମ ରାଜ୍ୟପାଳଙ୍କ ନିକଟରୁ ପ୍ରମାଣପତ୍ର ଗ୍ରହଣ କରିଥିଲେ ।

ଏଥି ସହ ସ୍କାଉଟ୍ ଗାଇଡ୍ ସଂଗଠନ କ୍ଷେତ୍ରରେ ଭଦ୍ରକ ଜିଲାରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କୁ ମଧ୍ୟ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ । ଏହି ସଫଳତା ପାଇଁ ଜିଲା ସ୍କାଉଟ କମିଶନର ଅକ୍ଷୟ ହୋତା, ଜିଲା ସଂଗଠନ କମିଶନର ଅଜୟ ନନ୍ଦ, ଜିଲା ତାଲିମ କମିଶନର ବିପ୍ଳବ କୁମାର ପହି, ଜିଲା ସ୍କାଉଟ ସମ୍ପାଦକ ଡ. ମାୟାଧର ସାହୁ, ଏଡିଓ ଦୀପକ କୁମାର ପାଢ଼ୀ ଓ ପ୍ରଣୟ କୁମାର ନାୟକ, ଓଷ୍ଟା ଜିଲା ସମ୍ପାଦକ ପ୍ରଦୀପ୍ତ କୁମାର ଦାସ, ସ୍କାଉଟ ଶିକ୍ଷକ ଅକ୍ଷୟ କୁମାର ସାହୁ, ଏପିଏସପିଏସ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ପତିଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଜିଲା ଶିକ୍ଷାଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.