Home ଓଡ଼ିଶା ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୦ହଜାର ଟଙ୍କା ଓ କୃଷି ଋଣ ଛାଡ଼ ଦାବିରେ କିଷାନ କଂଗ୍ରେସ...

ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୦ହଜାର ଟଙ୍କା ଓ କୃଷି ଋଣ ଛାଡ଼ ଦାବିରେ କିଷାନ କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କ ନିକଟକୁ ସ୍ମାରକପତ୍ର ପ୍ରଦାନ

505

ଭୁବନେଶ୍ୱର, ୨୭/୫ (ଓଡ଼ିଆ ପୁଅ) ବିଶ୍ୱ ମହାମାରୀ କରୋନା ତାଲାବନ୍ଦ କଟକଣା, ଅଦିନିଆ ବର୍ଷା ଓ ଝଡ଼ବାତ୍ୟା ଫଳରେ ଗତ ରବି ଓ ଖରାଦିନିଆ ଫସଲ ଉତ୍ପାଦନ ଓ ବିପଣନରେ ଚାଷୀ ବହୁ ଗୁରୁତର କ୍ଷତି ସହିଛନ୍ତି। ଖରିଫ୍ ଚାଷ ବେଳକୁ ଅଣ୍ଟା ସଳଖିବା କାଠିକର ପାଠ୍। ଚାଷ ପାଇଁ ଆବଶ୍ୟକ ସମ୍ବଳ ନ ଥିବା ହେତୁ ବର୍ତ୍ତମାନ ଚାଷୀକୁଳ ଅସହାୟ। ଅନ୍ୟପଟେ ବାହାର ରାଜ୍ୟରେ ଥିବା ଲକ୍ଷ ଲକ୍ଷ ଶ୍ରମିକ ଓଡ଼ିଶାକୁ ଫେରିବା ପରେ ହାତରେ କାମ ଧନ୍ଦା ନାହିଁ। କୃଷି ରାଜ୍ୟ ଅର୍ଥନୀତିର ମୂଳଦୁଆ। କୃଷି ଓ କୃଷକର ବିକାଶ ହେଲେ ହେଁ କୃଷି ଅର୍ଥନୀତି ସୁଦୃଢ଼ ହେବ। ସମ୍ପ୍ରତ୍ତି ରାଜ୍ୟର ଅର୍ଥନୈତିକ ମାନ୍ଦାବସ୍ଥାବେଳେ କୃଷି କ୍ଷେତ୍ରକୁ ବିଶେଷ ଗୁରୁତ୍ୱ ଦିଆଯିବା ଏକାନ୍ତ ଜରୁରୀ। ଏଣୁ ଚଳିତବର୍ଷର ଖରିଫ୍ ଚାଷକୁ ସୁନିଶ୍ଚିତ କରିବା ପାଇଁ ସରକାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ସଳଖ ୧୦ ହଜାର ଟଙ୍କା ସ୍ୱତନ୍ତ୍ର ଆର୍ôଥକ ସହାୟତା ପ୍ରଦାନ ଓ ଗତ ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ସମସ୍ତ ଚାଷୀଙ୍କଠାରୁ କୃଷିଋଣ ଛାଡ଼ କରିବାକୁ ପ୍ରଦେଶ କଂଗ୍ରେସ କମିଟି କୃଷକ ସେଲ୍ ପକ୍ଷରୁ ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଅନୁରୋଧ ପୂର୍ବକ ଓଡ଼ିଶାର ରାଜ୍ୟପାଳ ଡ. ଗଣେଷୀ ଲାଲଙ୍କ ନିକଟକୁ ଗତକାଲି ଏକ ସ୍ମାରକପତ୍ର ପଠାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.