Home ଜିଲ୍ଲା ପରିକ୍ରମା ଚାଷୀଙ୍କ ଫସଲବୀମା ଟଙ୍କା ପ୍ରଦାନ ନେଇ ବି ଜେ ପି ଦଳ ତରଫରୁ ଦାବି

ଚାଷୀଙ୍କ ଫସଲବୀମା ଟଙ୍କା ପ୍ରଦାନ ନେଇ ବି ଜେ ପି ଦଳ ତରଫରୁ ଦାବି

144

ବଲାଙ୍ଗୀର ୧୩-୦୯(ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସରକାର ଗତ ବର୍ଷ ସମସ୍ତ ଚାଷୀଙ୍କ ମନରେ ଆଘାତ ଦେଇଥିବା ଓ ଗତ ବର୍ଷର ଫସଲ ବୀମା ଟଙ୍କାକୁ ନେଇ ସଇଁନ୍ତଲା ବ୍ଳକ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ଅଞ୍ଚଳର ସମାଜସେବୀ ତଥା ବିଜେପି ସଦସ୍ୟ ମହେନ୍ଦ୍ର କୁମାର ଠାକୁର ଗାଁ ଗାଁ ବୁଲି ଚାଷୀଙ୍କ ସମସ୍ୟା ବୁଝିବା ସହ ଖୁବଶୀଘ୍ର ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଆଲୋଚନା କରିଥିଲେ। ସୂଚନା ଅନୁସାରେ ଗତ ବର୍ଷ ଚାଷୀ ଫସଲ ବୀମା କରି ହତାଶ ହେବାକୁ ପଡ଼ିଛି। କାରଣ ବୀମା ଟଙ୍କା ଚାଷୀଙ୍କୁ ଉପଯୁକ୍ତ ପରିମାଣରେ ମିଳି ନାହିଁ। ତେବେ ଗତକାଲି ସଇଁନ୍ତଲା ବ୍ଳକ ଖାସବାହାଲ ଗ୍ରାମକୁ ଯାଇ ଚାଷୀମାନଙ୍କ ସହ ଆଲୋଚନା କରି ଅତିଶୀଘ୍ର ଜିଲ୍ଲାପାଳଙ୍କ ସହ ସାକ୍ଷାତ କରି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ ଶ୍ରୀ ଠାକୁର। ଚାଷୀଙ୍କୁ ଫସଲ ବୀମାର ଉପଯୁକ୍ତ ପ୍ରାପ୍ୟ ମିଳିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.