Home ଜିଲ୍ଲା ପରିକ୍ରମା ପ୍ରଥମ ଦିନରେ ନାମାଙ୍କନ ଶୂନ ସରୁନି ଟିକେଟ ବଣ୍ଟା

ପ୍ରଥମ ଦିନରେ ନାମାଙ୍କନ ଶୂନ ସରୁନି ଟିକେଟ ବଣ୍ଟା

81

ନୟାଗଡ ୦୨/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟରେ ପୈାର ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପରେ ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦରେ ପ୍ରଥମ ଦିନରେ ନାମାଙ୍କନ ପ୍ରକିୟା ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ଅଧକ୍ଷ ପଦ ପାଇଁ ୫ ଗୋଟି ନାମାଙ୍କନ ପତ୍ର ଓ କାଉନସିଲର ପାଇଁ ୧୦ ଗୋଟି ନାମାଙ୍କନ ପତ୍ର ବିକ୍ରୟ ହୋଇଥିବା ବେଳେ କେହି ନାମାଙ୍କନ ପତ୍ର ଦାଖଲ କରିନଥିବା ନିର୍ବାଚନ ଅଧିକାରୀ ଯୁଗଳ କିଶୋର ମିଶ୍ର ଙ୍କ ଠାରୁ ସୂଚନା ମିଳିଛି। ଗତ ନିର୍ବାଚନରେ ଶାସକ ବିଜୁ ଜନତା ଦଳ ଅଧକ୍ଷ ପଦ ହାସଲ କରିଥିଲା। ୧୫ ଗୋଟି କାଉନସିଲର ଙ୍କ ମଧ୍ୟରୁ ୧୩ ଗୋଟି କାଉନସିଲର ପଦ ହାସଲ କରିଥିଲା।

କଂଗ୍ରେସ ଓ ସ୍ୱାଧିନ ଗୋଟିଏ ଗୋଟିଏ ଆସନ ହାସଲ କରିଥିଲା। ଶାସକ ବିଜୁ ଜନତା ଦଳରେ ଅଧକ୍ଷ ଓ କାଉନସିଲର ପାଇଁ ଏକାଧିକ ପ୍ରାର୍ଥି ଦାବିଦାର ହେଉଥିବା ବେଳେ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ବୈଠକ ପରେ ବୈଠକ ଚଲାଇଥିବା ଜଣାପଡିଛି। ଗତ ପୈାର ନିର୍ବାଚନରେ ଖାତା ଖୋଲି ପାରିନଥିବା ଭାରତୀୟ ଜନତା ପାର୍ଟିର ନେତ୍ରୀ ସୁରମା ପାଢି ବିଜ୍ଞାପିତ ଅଂଚଳ ପରିଷଦ ଦଖଲ ପାଇଁ ଜୋରଦାର ବିଚାର ଚଲାଇଥିବା ଜଣାପଡିଛି। କଂଗ୍ରେସ ଦଳର ନେତା ସତ୍ୟବ୍ରତ ନାୟକ ପ୍ରାର୍ôଥଦେବା ପାଇଁ ଗୋଟି ଚାଳନା ଚଲାଇଥିବା ଜଣାପଡିଛି। ସମୟ କହିବ କିଏ କେତେ ଆସନ ପାଇବା ସହ ଅଧକ୍ଷ ପଦକୁ ହାତେଇବାରେ ସକ୍ଷମ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.