Home ଓଡ଼ିଶା ଚାଷକାମ ଯାହାର କି ଆନନ୍ଦ ତାହାର

ଚାଷକାମ ଯାହାର କି ଆନନ୍ଦ ତାହାର

261

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୦୪-କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାହାର ସେ ଦୁନିଆକୁ ଯୋଗାଉଛି ଆହାର । ଚାଷୀ ପୁଅ ବର୍ଷା, ଖରା, କାକର, ଶୀତ କୁ ବେଖାତିର କରି ଏପରିକି କରୋନା ଲକ୍‌ଡାଉନ୍ କୁ ବେଖାତିର କରି ବିଗତ ୨ଦିନ ତଳର ବର୍ଷାକୁ ହାତଛଡା କରିନି । ଗାଁ ଗାଁ ରେ ହଳ ଲଙ୍ଗଳ ଧରି ଚାଷୀ ବିଲରେ ହଳ କରିଚାଲିଛି । ପଣା ଆସିଲେ ଚାଷୀ ବଣା ହୁଏ । ପଣା ସଂକ୍ରାନ୍ତି ପାଇଁ ମାତ୍ର ୨ ସପ୍ତାହ ବାକି ।

ତେଣୁ ବର୍ଷାର ପାଗକୁ ହତାଛଡା ନକରି ଚାଷୀ ତାର ଚାଷକାମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ରଣପୁର ବ୍ଲକ୍ ଗଣ୍ଡିବେଢ ଅଂଚଳରେ । ଗଣ୍ଡିବେଢ କହିଲେ କାଣ୍ଡପଡା, ବଳଭଦ୍ରପୁର, ନୁଆ ନନ୍ଦପୁର, ଗାଁ ବାଣିକିଲୋ, କଳାମାଟିଆ, ମଝିଆଁଖଣ୍ଡ, ଦେଉଳି, କଣ୍ଡରା ସିଂ,ସୁକଳ ଆଦି ଗ୍ରାମ କୁ ବୁଝାଇଥାଏ । ତେଣୁ ଲକ୍‌ଡାଉନ୍ ର ଅଷ୍ଟମ ଦିନରେ କାଣ୍ଡପଡା ଅଂଚଳର ଚାଷୀ କରୋନା ସଂକ୍ରମଣକୁ ଭୟ ନକରି ଆଗାମୀ ବର୍ଷ ପାଇଁ ଚାଷକାମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.