Home କେନ୍ଦୁଝର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଚଲିଛି ରନ୍ଧାଖାଦ୍ୟ ବଣ୍ଟନ

ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ଚଲିଛି ରନ୍ଧାଖାଦ୍ୟ ବଣ୍ଟନ

132

ହାଟଡ଼ିହି-୧/୪, (ଓଡିଆପୁଅ) କରୋନା ପାଇଁ ସମଗ୍ର ଭାରତବର୍ଷରେ ଲକଡାଉନ ଚାଲିଥିବାବେଳେ ଗାଁ ଗଣ୍ଡାରେ ରହିଥିବା ଅସହାୟ, ଭିକାରୀ, ନିରାଶ୍ରୟ ଓ ବାହାର ରାଜ୍ୟରୁ ଆସିଥିବା ଶ୍ରମିକ ମାନଙ୍କୁ ଓଡିଶା ସରକାର ରନ୍ଧା ଖାଦ୍ୟ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଏହି ପରିପ୍ରେକ୍ଷିରେ ଗତକାଲି ଠାରୁ ହାଟଡିହି ବ୍ଲକର କିଛି ପଞ୍ଚାୟତରେ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଥିବାବେଳେ ଆଉ କିଛି ପଞ୍ଚାୟତରେ ଏହା ଆରମ୍ଭ ହୋଇପାରିନି । ଅନେକ ପଞ୍ଚାୟତର ସରପଞ୍ଚ ମାନେ ଏ ବାବାଦରେ କିଛି ଜାଣି ନଥିବା କହୁଥିବାବେଳେ କିଏ ଓ କିପରି ଅସହାୟ ମାନଙ୍କ ତାଲିକା ପ୍ରସ୍ତୁତ କଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି ଠାରୁ ବାଙ୍ଗୋର ପଞ୍ଚାୟତର ବାଙ୍ଗୋର ପଢ଼ିଆରିପଲ୍ଲି ହାଇସ୍କୁଲ ଠାରେ ମା ଥାନପତି ସ୍ୱୟଂ ସହାକ ଗୋଷ୍ଠୀ ପକ୍ଷରୁ ବିଡିଓଙ୍କ ନିର୍ଦ୍ଦେଶରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି । ମୋଟ ୧୦୭ଜଣ ଅସହାୟ ଓ ନିରାଶ୍ରୟଙ୍କୁ ଏହି ରନ୍ଧାଖାଦ୍ୟ ଦିଆଯାଉଥିବାବେଳେ ସଭାପତି ଉଷାଣାଣୀ ସାହୁ, ସମ୍ପାଦିକା ସୁମିତ୍ରା ମୁଦୁଲି, ମନୋଜ ମଞ୍ଜରୀ ପଢ଼ିଆରୀ, ଅନ୍ନପୁର୍ଣ୍ଣା ବେହେରା, ଲକ୍ଷ୍ମୀ ପ୍ରଧାନ, ସୁଲୋଚନା ନାୟକ ପ୍ରମୁଖ ଖାଦ୍ୟକୁ ପ୍ୟାକେଟ କରି ଘରଘର ବୁଲି ବଣ୍ଟନ କରୁଛନ୍ତି । ସରପଞ୍ଚ ସୁପ୍ରଭା ରାଉତ ଓ ସମିତି ସଭ୍ୟ ବିବେକାନନ୍ଦ ରାଉତ ପଞ୍ଚାୟତରେ ବୁଲି ସୁଶମ ବଣ୍ଟନର ତଦାରଖ କରୁଛନ୍ତି । କିନ୍ତୁ ଏହି ପଞ୍ଚାୟତରେ ଆହୁରି ୫୦ରୁ ଉର୍ଦ୍ଧ ପଶ୍ଚିମବଙ୍ଗ ଶ୍ରମିକ ରହିଥିବାବେଳେ ସେମାନଙ୍କ ଖାଇବା ପିଇବା କଥା ସରକାର ବୁଝୁ ନଥିବା ସମିତିସଭ୍ୟ ବିବେକାନନ୍ଦ ରାଉତ ଅଭିଯୋଗ କରିଛନ୍ତି । ସେହିପରି ପଢ଼ିଆରିପଲ୍ଲୀ ମା ଥାନପତି ଏସଏସଜି ଗ୍ରୁପର ସଭାପତି କସ୍ତୁରୀ ବାଳା ପାତ୍ର, ସମ୍ପାଦିକ ମମତା ଜେନାଙ୍କ ସଂଯୋଜନାରେ ପଞ୍ଚାୟତର ୧୫୦ ଜଣ ଗରିବ, ଅସହାୟ ଓ ଭିନ୍ନକ୍ଷମ ମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରାଯାଉଛି । ଲୋକମାନେ ଘରୁ ବାହାର ନଥିବାରୁ ସେମାନଙ୍କ ପାଖକୁ ପ୍ୟାକେଟ କରି ଖାଦ୍ୟ ବଣ୍ଟନ କରାଯାଉଛି । ପଞ୍ଚାୟତର ସରପଞ୍ଚ ନିରୁପମା ପାତ୍ର, ପିଇଓ ନରହରି ନାୟକ ପ୍ରମୁଖ ଖାଦ୍ୟ ବଣ୍ଟନ ତଦାରଖ କରୁଛନ୍ତି । ସେହିପରି ଧନୁର୍ଜୟପୁର ପଞ୍ଚାୟତର ମା ବଉଳାଶୁଣି ସ୍ୱୟଂ ସହାୟିକା ଗୋଷ୍ଠୀ ର ସଭାପତି ଲକ୍ଷ୍ମୀ ଗିରି, ସମ୍ପାଦିକ ରଞ୍ଜିତା ଗିରିଙ୍କ ସଂଯୋଜନାରେ ଗୋପବନ୍ଧୁ ନୋଡାଲ, ଧନୁର୍ଜୟପୁର ହାଇସ୍କୁଲ, କୁଶଟିକିରି ନୋଡାଲ, ନୁଆରଗୁଡି ନୋଡାଲ ସ୍କୁଲରେ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇ ଶହେ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଉଛି । ସରପଞ୍ଚ ଅନ୍ନପୁର୍ଣ୍ଣା ରାଉତ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.