Home ଓଡ଼ିଶା ଲକ୍‌ଡାଉନ୍ ଅଷ୍ଟମ ଦିନରେ ଗୋଟିଏ ମାମଲା ଋଜୁ ଆଦର୍ଶ ହୋଇଲେ ଶଙ୍ଖଯୋଡି ଗ୍ରାମବାସୀ

ଲକ୍‌ଡାଉନ୍ ଅଷ୍ଟମ ଦିନରେ ଗୋଟିଏ ମାମଲା ଋଜୁ ଆଦର୍ଶ ହୋଇଲେ ଶଙ୍ଖଯୋଡି ଗ୍ରାମବାସୀ

353

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୧/୦୪-ରଣପୁରର ଘଂଚ ରିଜର୍ଭ ଜଙ୍ଗଲ ମଧ୍ୟରେ ବନ୍ଧମୁଣ୍ଡା ଗ୍ରାମ ପଂଚାୟତର ଶଙ୍ଖଯୋଡି ଗ୍ରାମବାସୀ । ରଣପୁରର ଅନ୍ୟ ଗ୍ରାମାଂଚଳ ପାଇଁ ଆଦର୍ଶ ପାଲଟିଛନ୍ତି ଶଙ୍ଖଯୋଡି ଗ୍ରାମବାସୀ । ମହାମାରୀ କରୋନା କବଳରୁ ଜାରି ହୋଇଥିବା ଲକ୍‌ଡାଉନ୍ ଅଷ୍ଟମ ଦିନରେ ପ୍ରାୟତଃ ଲୋକମାନେ ଆବଶ୍ୟକ ନଥିଲେ ରଣପୁର, ରାଜସୁନାଖଳା, ଚାନ୍ଦପୁର ଓ ଗୋପାଳପୁର ଅଂଚଳରେ ଘରୁ ପଦାକୁ ବାହାରୁ ନାହାନ୍ତି । କେବଳ ଗ୍ରାମାଂଚଳରେ କିଛି ଲୋକ ଅମାନିଆ ହୋଇ ଯାତାୟତ କରୁଛନ୍ତି । ତେଣୁ ରଣପୁର ତହସିଲ୍‌ଦାର ତଥା କୋଭିଡ୍‌-୧୯ ର ରଣପୁର ନୋଡାଲ ଅଫିସର୍ ସଂଜୟ କୁମାର ସାମନ୍ତରାୟ ଓ ରଣପୁର ଥାନା ଇନିସ୍‌ପେକ୍ଟର ରଶ୍ମିରଂଜନ ଦାଶ ଓ ସମସ୍ତ ଟିମ୍ ଗ୍ରାମାଂଚଳରେ ବୁଲି ବୁଲି ସଚେତନ କରାଉଛନ୍ତି ।

ରଣପୁର ବ୍ଲକ୍ ର ଘଂଚ ରିଜର୍ଭ ଜଙ୍ଗଲ ମଧ୍ୟରେ ରହିଛି ବନ୍ଧମୁଣ୍ଡା ଗ୍ରାମ ପଂଚାୟତ । ସେହି ପଂଚାୟତର ଶଙ୍ଖଯୋଡି ସ୍କୁଲ୍ ରେ ଆଇସୋଲେସନ୍ କେନ୍ଦ୍ର ବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇ ସାମାଜିକ ଦୁରତ୍ୱ ବଜାୟ ରଖି ବାହାର ରାଜ୍ୟରୁ ଆସିଥିବା ୯ଜଣ ବ୍ୟକ୍ତିଙ୍କୁ ରଖାଯାଇଅଛି । ନିୟମ ଅନୁଯାୟୀ ସମସ୍ତ ଆବଶ୍ୟକତା ପୁରଣ କରାଯାଉଥିବା ଜଣା ପଡିଛି । ସାରା ରଣପୁର ପାଇଁ ବନ୍ଧମୁଣ୍ଡା ଗ୍ରାମ ପଂଚାୟତର ଶଙ୍ଖଯୋଡି ଗ୍ରାମବାସୀ ଗ୍ରାମ ମୁଣ୍ଡରେ ଆମ୍ବକାଠ ଗଣ୍ଡି ପକାଇ ଗ୍ରାମକୁ ଆସୁଥିବା ବାହାର ଲୋକଙ୍କ ଯାତାୟତକୁ ବନ୍ଦ କରିଥିବା ଜଣା ପଡିଛି । ରଣପୁର ଥାନା ତରଫରୁ ଥାନା କେଶ୍ ନଂ-୯୪ କରାଯାଇ ୫ଜଣଙ୍କୁ ୩ହଜାର ଟଙ୍କା ଜୋରିମାନା ସହ ୪ଗୋଟିଏ ମୋଟର ସାଇକେଲ୍ କୁ ଜବତ କରିଛନ୍ତି ଓ ୫ଜଣଙ୍କ ନାମରେ ମାମଲା ଋଜୁ କରିଥିବା ଜଣା ପଡିଛି । ନୟାଗଡ ଜିଲ୍ଲାରେ ଲକ୍‌ଡାଉନ୍ ରଣପୁର ଥାନା ଅଂଚଳରେ କଡା କଡି ପାଳନ ହୋଇଥିବା ଦେଖିବାକୁ ମିଳିଛି ।

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.