Home Top News ଚାଲାକ ମାଙ୍କଡ଼ ! ସୁନା ଦୋକାନ ପାଖରେ ଛକି ବସେ, ସୁନା କିଣୁଥିବା ଗ୍ରାହାକଙ୍କୁ ଟାର୍ଗେଟ...

ଚାଲାକ ମାଙ୍କଡ଼ ! ସୁନା ଦୋକାନ ପାଖରେ ଛକି ବସେ, ସୁନା କିଣୁଥିବା ଗ୍ରାହାକଙ୍କୁ ଟାର୍ଗେଟ କରେ, ଛଡ଼େଇ ନିଏ ବ୍ୟାଗ୍ – ହେଲେ କ’ଣ ପାଇଁ ?

329

ଆଗ୍ରା ୨୭/୦୬ (ଓଡିଆ ପୁଅ) ସବୁଠାରୁ ଦୁଷ୍ଟ ପଶୁ ଭାବରେ ପରିଗଣିତ ମାଙ୍କଡ଼ ଦୁଷ୍ଟତା ଆରମ୍ଭ କଲାଣି। ଲାଞ୍ଚ ଦେବା ପରେ ଛାଡ଼ିଥାଏ। ତେବେ ପ୍ରତିଦିନ ଏପରି ଅନେକ ରିପୋର୍ଟ ଏବେ ଆସୁଛି। କେତେବେଳେ ବୃନ୍ଦାବନରେ ବାଙ୍କେବିହାରୀ ମନ୍ଦିରରରୁ ଚଷମା ଏବଂ ବ୍ୟାଗ ଛଡ଼ାଇ ନେବା ପରେ କଦଳୀ କିମ୍ବା କୌଣସି ଖାଦ୍ୟ ଦେବା ପରେ ଫେରାଇଥାଏ ବ୍ୟାଗ କିମ୍ବା ଚଷମାକୁ। ସେହିପରି ଏକ ନୂଆ ଦୁଷ୍ଟାମି ଏବେ ଆଗ୍ରାରୁ ଆସିଛି। ଗୋଟିଏ ମାଙ୍କଡ଼ ଏବେ ସୁନା ଦୋକାନ ପାଖରେ ଛକିକି ବସୁଛି। ଅନେଇ ରହିଛି କିଏ ସୁନା କିଣୁଛି। ସୁନା କିଣି ଆସିବା ପରେ ଝାମ୍ପିନେଉଛି ମହିଳାଙ୍କଠାରୁ ବ୍ୟାଗ।

ଏହିପରି ଏକ ଘଟଣା ଏବେ ଜଣେ ମହିଳାଙ୍କର ଚିନ୍ତା ଦୁଇଘଣ୍ଟା ଧରି ବଢ଼େଇ ଦେଇଥିଲା। ମାଙ୍କଡଟି ଏକ ଅଳଙ୍କାର ଦୋକାନ ପାଖରେ ଏକ ଗଛ ଉପରେ ବସିଥିଲା। ଜଣେ ମହିଳା ଆଗ୍ରାସ୍ଥିତ ସୁନାପଟିରୁ ଏକ ଅଳଙ୍କାର ଦୋକାନରୁ ୧.୫ ଲକ୍ଷ ମୂଲ୍ୟର ହାର ହାର କିଣିଥିଲେ। ମହିଳା ଜଣକ ଦୋକାନରୁ ବାହାରକୁ ଆସିବା ପୂର୍ବରୁ ହାରଟି ବ୍ୟାଗରେ ରଖିଥିଲେ, ସତେ ଯେପରି ମାଙ୍କଡଟି ମହିଳାଙ୍କ ଉପରେ ନଜର ରଖିଥିଲା। ମାଙ୍କଡଟି ମହିଳାଙ୍କ ଉପରକୁ ଚଢ଼ି ବ୍ୟାଗଟି ଛଡ଼ାଇ ନେଇ ସଙ୍ଗେ ସଙ୍ଗେ ଗଛ ଉପରେ ବସି ପଡ଼ିଲା। ମହିଳାଙ୍କ ନିଶ୍ୱାସ ସେହିଠାରେ ଅଟକି ଗଲା। ଆଖପାଖର ଲୋକମାନେ ମାଙ୍କଡ଼କୁ ବହୁତ ପ୍ରଲୋଭିତ କରିବାକୁ ଚେଷ୍ଟା କଲେ। ତାକୁ ବହୁ ନୂତନ ଖାଦ୍ୟ ଦେଖାଇ ପ୍ରଲୋଭିତ କରିବାକୁ ଚେଷ୍ଟା କଲେ, କିନ୍ତୁ ମାଙ୍କଡ଼ଟି ଶୁଣିଲା ନାହିଁ।

ଚତୁର୍ଦ୍ଦିଗରେ ବହୁ ସଂଖ୍ୟାରେ ଲୋକ ଏକତ୍ରୀତ ହେଲେ। ମହିଳା ଜଣକ ଭୟ କରୁଥିଲେ ଯେ ସେ ବ୍ୟାଗକୁ ଚିରି ଦେବ କି କୁଆଡ଼େ ନେଇ ଫୋପାଡ଼ି ଦେବ। ଏକତ୍ରିତ ହୋଇଥିବା ସମସ୍ତ ଲୋକ ସେମାନଙ୍କର ନୂତନ କୌଶଳ ଆପଣାଇଲେ, କିନ୍ତୁ ମାଙ୍କଡ଼ଟି ଶୁଣୁନଥାଏ। ପ୍ରାୟ ଏକ ଘଣ୍ଟା ପରେ ମାଙ୍କଡ଼କୁ ଭୋକ ଲାଗିଲା, ତାକୁ କଦଳୀ ଏବଂ ଫ୍ରୁଟି ଦିଆଗଲା କଦଳୀ ଖାଇ ଫ୍ରୁଟି ପିଇବା ପରେ ମାଙ୍କଡ଼ ବ୍ୟାଗଟିକୁ ଗଛରୁ ଫିଙ୍ଗି ଦେଲା। ଏହା ପରେ ମହିଳା ଜଣକ ଲମ୍ବା ନିଶ୍ୱାସ ଛାଡ଼ି ବ୍ୟାଗ ନେଇ ଘରକୁ ଗଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.