Home କୋରାପୁଟ କୋରାପୁଟ ଜିଲ୍ଲାରେ  ୭୬ଜଣ କରୋନା ପଜିଟିଭ  ଚିହ୍ନଟ

କୋରାପୁଟ ଜିଲ୍ଲାରେ  ୭୬ଜଣ କରୋନା ପଜିଟିଭ  ଚିହ୍ନଟ

47

କୋରାପୁଟ ୨୭-୦୬(ଓଡିଆ ପୁଅ /ରଂଜନ ଦାସ)ରବିବାର କୋରାପୁଟ ଜିଲ୍ଲାରେ  ୨୮ଜଣ ମହିଳାଙ୍କ ସମେତ   ୭୬ଜଣ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୭୮୯୩ରେ ପହଂଚିଛି ।  ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୬,  ଜୟପୁର ପୌରାଂଚଳରୁ ୧୨,ସୁନାବେଡା ପୌରାଂଚଳରୁ  ୯ ଓ କୋଟପାଡ ଏନଏସିରୁ  ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ରବିବାର  ଜୟପୁର,କୁନ୍ଦୁରା ଓ ଲମତାପୁଟ ବ୍ଲକରୁ ଜଣେ ହେଲେ  ପଜିଟିଭ ଚିହ୍ନଟ ହୋଇ ନାହାନ୍ତି । ସେହିପରି  ଆଜି  ବନ୍ଧୁଗାଁ ବ୍ଲକରୁ ୨,ବୈପାରିଗୁଡା ବ୍ଲକରୁ ୬,ବୋରିଗୁମ୍ମା ବ୍ଲକରୁ ୪,ଦଶମନ୍ତପୁର ବ୍ଲକରୁ ୧  ଓ କୋରାପୁଟ ବ୍ଲକରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୪,ଲକ୍ଷ୍ମୀପୁର ବ୍ଲକରୁ ୧୧,ନନ୍ଦପୁର ବ୍ଲକରୁ ୫.ନାରାୟଣପାଟଣା ବ୍ଲକରୁ ୭,ପଟ୍ଟାଙ୍ଗୀ ବ୍ଲକରୁ ୧ ଏବଂ ସେମିଲିଗୁଡା ବ୍ଲକରୁ   ଜଣେ  ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁନ ୨୬  ତାରିଖ ସୁଦ୍ଧା ୩ ଲକ୍ଷ ୭୦ ହଜାର ୩୯୯ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଜୁନ ୨୭ ତାରିଖ  ସୁଦ୍ଧା ଜିଲ୍ଲାରେ ମୋଟ   ଆକ୍ରାନ୍ତଙ୍କ ଭିତରୁ  ୧୬୯୬୪ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୮୭୩ ଟି ସକ୍ରୀୟ କେସ  ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସୁଦ୍ଧା  ଜିଲ୍ଲାରେ  କରୋନାରେ ୫୬ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.