Home ଜିଲ୍ଲା ପରିକ୍ରମା ଜିଲ୍ଲାରୁ ଚିହ୍ନଟ ହେଲେ ୧୬୯ ଜଣ କରୋନା ଆକ୍ରାନ୍ତ

ଜିଲ୍ଲାରୁ ଚିହ୍ନଟ ହେଲେ ୧୬୯ ଜଣ କରୋନା ଆକ୍ରାନ୍ତ

54

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରୁ ଆଉ ୧୬୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ହଜାର ୯୨ ହୋଇଛି । ସୁସ୍ଥ ହୋଇ ସାରିଛନ୍ତି ୨୦ହଜାର ୩୭୬ଜଣ । ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୧୬୭୨ଜଣ । ତେବେ ନୂତନ ଚିହ୍ନଟମାନେ ହେଲେ ବାସୁଦେବପୁର ପୌରପାଳିକାର ୫ନଠ ଓ ୧୧ ନଂ ସ୍ୱାର୍ଡରୁ ୨ଜଣ, ଭଦ୍ରକ ପୌରପାଳିକାର ନୂଅବାଜାର, ଅପର୍ତ୍ତିବିନ୍ଧା ଓ ବନ୍ତଛକ ଅଞ୍ଚଳରୁ ମୋଟ ୧୪ଜଣ, ବନ୍ତ ବ୍ଲକର ଆଡିଆ, ବଡମହିଷିଗୋଠ, ଚାରିଘରିଆ, କାଣ୍ଡବା, ବନ୍ତ, ନିଳୋକ, ରାମପୁର ଗ୍ରାମରୁ ୧୮ଜଣ, ଭଦ୍ରକ ବ୍ଲକର ବେନ୍ତାଳ, ଆରଡିଛକ, ଲାଙ୍ଗୁଡି, କୋଡବରୁଆଁ, ରାହାଞ୍ଜ ଗ୍ରାମରୁ ୧୨ଜଣ, ଧାମନଗର ବ୍ଳକର ଅସୁରାଳି, ବମକୁରା, ଚୁଡାକୁଟି, ବାହାରବିଲ, ଦଳାଙ୍ଗ, କୋଠାର, ପାତ୍ରପଡା ଆଦି ଗ୍ରାମରୁ ୧୬ଜଣ, ଧାମନଗର ଏନ୍‌ଏସିରୁ ଜଣେ, ଚାନ୍ଦବାଲି ଏନ୍‌ଏସିରୁ ଜଣେ, ତିହିଡି ବ୍ଲକର ବାରୋ, ବାରସର, ଦୌଲତପୁର, ଜିତାନଗା, ହରସିଂହପୁର, ମଙ୍ଗଳପୁର, ରାଜନଗର ଗ୍ରାମରୁ ମୋଟ ୧୨ଜଣ, ଅନ୍ୟ ଜିଲ୍ଲାରୁ ୧୦ଜଣ, ବାସୁଦେବପୁର ବ୍ଲକର ଅରଣ୍ଡୁଆ, ଆର୍ତ୍ତୁଂ, ଆରୁହା, ବରଣ୍ଡୁଆ, ବିଦେଇପୁର, ବ୍ରାହ୍ମଣୀଗାଁ, ଚୁଡାମଣି, ଗୁଆଗଡିଆ, ସାରଙ୍ଗପୁର, କିସ୍ମତ୍ କୃଷ୍ଣପୁର, ଲକ୍ଷ୍ମୀଦାସପୁର, ନାଇକାଣିଡିହି, ନରସିଂହପୁର, ନୂଆଗାଁ, ସାନକୃଷ୍ଣପୁର, ସୁଦର୍ଶନପୁର, ସୁଗୋ ଗ୍ରାମରୁ ୫୩ଜଣ, ଚାନ୍ଦବାଲି ବ୍ଳକର ଓସ୍ତିଆ, ବାଂଶଡା, ଧାମରା, ଘଟପୁର, ଗୋପିନାଥପୁର, କରରପଲୀ, ମହୁଲିଆ ଗ୍ରାମରୁ ୧୧ଜଣ, ଭଣ୍ଡାରିପୋଖରୀ ବ୍ଳକର କଣ୍ଟି, ନପଙ୍ଗ, ନାଆମୀ, ପିରିପୁର ଗ୍ରାମରୁ ୮ଜଣ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ଜିଲ୍ଲାର ୧୧ଜଣ ଜିଲ୍ଲା ବାହାରେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.