Home ଜିଲ୍ଲା ପରିକ୍ରମା ମୋଜାହିଦ ନଗରରେ କୋଭିଡ଼ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ମୋଜାହିଦ ନଗରରେ କୋଭିଡ଼ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

27

ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାର ସାନଶଙ୍କରପୁର ସ୍ଥିତ ମୋଜାହିଦ ନଗରର ‘ଦାମାନେ ଖ୍ୱାଜା ଗୋଲାମେ କମିଟି’ ଆନୁକୁଲ୍ୟରୁ କୋଭିଡ଼ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା କରାଯାଇଛି । କୋଭିଡ଼ ମହାମାରୀ ସମୟରେ ପ୍ରାଣବଳୀ ଦେଇଥିବା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ସଭାରେ ମୁଖ୍ୟ ଅତିଥି ଭାବେ ଜାତୀୟ ସଦ୍‌ଭାବନା ପୁରସ୍କାର ପ୍ରାପ୍ତ ଭଦ୍ରକର ଗର୍ବ ଓ ଗୌରବ ଏବଂ ମୁସଲିମ ଜମାତର ସଭାପତି ହାଜି ମହମ୍ମଦ ଅବଦୁଲ ବାରିଙ୍କୁ କମିଟି ତରଫରୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଦ୍ୱାରା ସ୍ପେସିଆଲ ବ୍ରାଞ୍ଚ ଇନିସ୍‌ପେକ୍ଟର କହ୍ନେଇ ଚରଣ ସେଠୀ, ମୁସଲିମ ଜମାତ୍‌ର ସାଧାରଣ ସଂପାଦକ ଶେଖ ଏନାମ ମହମ୍ମଦ, ସମାଜସେବୀ ସୁଧାକର ରାଉତ, ମୁସଲିମ ଜମାତର ସହ ସଂପାଦକ ତଥା ଉକ୍ତ ସଭାର ସଂଚାଳକ ଅବଦୁଲ ମୁକିତ ଖାନ, ଶେଖ ସିରାଜୁଦିନ, ହପିଜୁର ରହେମାନ, ସଇଦ ଶାହା, ପ୍ରାକ୍ତନ କାଉନ୍‌ସିଲର ଅସରଫ ଅଲ୍ଲି ଖାନ, କୟୁମ ଅଲି ଶାହା ଓ ପୁରୁଣାବଜାର ଥାନାର ଏସ୍‌. ଆଇ. ଗୌରାଙ୍ଗ ଚରଣ ଆଇଚଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଓ ମାନପତ୍ର ଦିଆଯାଇ ସମ୍ବଦ୍ଧିତ କରାଯାଇଥିଲା । କରୋନା ମହାମାରି ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କ ସେବାରେ ଲାଗି ରହିଥିଲେ ଏବଂ ଅନେକ କାର୍ଯ୍ୟରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ଏହି ସଭାରେ କମିଟିର ସଂପାଦକ ଶେଖ ମିଟୁ ଏବଂ ସମସ୍ତ ସଭ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ । ଶେଷରେ କୱାଲି କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.