Home ଜିଲ୍ଲା ପରିକ୍ରମା ଚାନ୍ଦବାଲି-ଧାମରା-ତାଳଚୁଆ ଆନ୍ତଜିଲ୍ଲା ଜଳପଥରେ ଯାତ୍ରୀ ବାହୀ ଲଂଚ ସେବା ବନ୍ଦ, ୨ମାସ ହେବ ୮୩ ଲକ୍ଷ...

ଚାନ୍ଦବାଲି-ଧାମରା-ତାଳଚୁଆ ଆନ୍ତଜିଲ୍ଲା ଜଳପଥରେ ଯାତ୍ରୀ ବାହୀ ଲଂଚ ସେବା ବନ୍ଦ, ୨ମାସ ହେବ ୮୩ ଲକ୍ଷ ଟଙ୍କାର ୨ଟି ନୂଆ ଲଂଚ ବନ୍ଧା ହୋଇଛି ଘାଟରେ

34

ଭଦ୍ରକ, ୨୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା- ତାଳଚୁଆ ଆନ୍ତଜିଲ୍ଲା ଜଳପଥ ପରିବହନ ରେ ବାଧକ ସାଜିଛି ପ୍ରଶାସନ । ଫଳରେ ଦୀର୍ଘ ୨ ଦିନ ହେବ ଭଦ୍ରକ-କେନ୍ଦ୍ରାପଡା ଆନ୍ତଜିଲ୍ଲା ଜଳପଥ ପରିବହନ ସଂପୂର୍ଣ ବନ୍ଦ ହୋଇଯାଇଛି ।ଘଟଣାରୁ ଜଣାଯାଇଛି ୧୯ ତାରିଖ ଦିନ ମଧ୍ୟାହ୍ନ ୨.୩୦ ମିନଟରେ ଛାଡିବାକୁ ଥିବା ଯାତ୍ରୀବାହୀ ଲଂଚର ଫ୍ୟାନ ସାଫ୍ଟ ଖରାପ ହୋଇଯିବାରୁ ସମସ୍ତ ଯାତ୍ରୀ ଚାନ୍ଦବାଲି ଲଂଚ ଘାଟରୁ ଗନ୍ତବ୍ୟସ୍ଥଳ ମୂଖେ ଯାତ୍ରା କରି ନପାରି ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।ଦୀର୍ଘ ୨ଦିନ ବିତିଯାଇଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଯାତ୍ରବାହୀ ଲଂଚର ମରାମତି ହୋଇ ପାରି ନଥିବା ଜଣାଯାଇଛି । ଅନ୍ୟ ପକ୍ଷରେ ଚାନ୍ଦବାଲି ସରକାରୀ ଲଂଚ ଘାଟରେ ଦୀର୍ଘ ଡିସେମ୍ବର ୬ତାରିଖ ଠାରୁ ୨ଟି ନୂତନ ଫେରି ଲଂଚ ଆସି ସେବା ଯୋଗାଇବାରେ ବିଫଳ ହୋଇଥିବା ଖବର ଆମ୍ଭର ହସ୍ତଗତ ହୋଇଛି । ରାଜ୍ୟ ସରକାରଙ୍କ ବାଣିଜ୍ୟ ବିଭାଗ ପ୍ରଥମ ଟେଣ୍ଡରରେ ୪୫ଲକ୍ଷ ଏବଂ ଦ୍ୱିତୀୟ ଟେଣ୍ଡରରେ ୩୮ଲକ୍ଷ ଏହି ପରି ସମୁଦାୟ ୮୩ଲକ୍ଷ ଟଙ୍କ ବ୍ୟୟ ଅଟକଳ କରି ୨ଟି ଲଂଚ ନିର୍ମାଣ କରିବାକୁ ସିକ୍ରାଫ୍ଟ କମ୍ପାନୀକୁ ଆଦେଶ ଦେଇଥିଲେ । ସିକ୍ରାଫ୍ଟ କମ୍ପାନୀ ବାଣିଜ୍ୟ ବିଭାଗର ନକ୍ସା ଅନୁଯାୟୀ ୨ଟି ଲଂଚ ନିର୍ମାଣ କରି ଡିସେମ୍ବର ୬ ତାରିଖରେ ହସ୍ତାନ୍ତରିତ ସ୍ୱରୂପ ଆଣି ଚାନ୍ଦବାଲି ଠାରେ ବିଭାଗୀୟ କର୍ମକର୍ତାଙ୍କୁ ହସ୍ତାନ୍ତରିତ କରିଥିଲା । ନକ୍ସା ଅନୁଯାୟୀ ନିର୍ମାଣ ହୋଇଥିବା ଲଂଚ ଯାତ୍ରୀ ମାନଙ୍କୁ ନେବା ଆଣିବାରେ ସଫଳ ହେବ ନାହିଁ ବୋଲି ବିଭାଗୀୟ ସେବାଧିକାରୀ(ଲଂଚ ଷ୍ଟାଫ) କହୁଥିବା ଜଣାଯାଇଛି ଫଳରେ ଏହି ଷ୍ଟାଫ ନୂତନ ଲଂଚନେଇ ସେବା ଦେବାକୁ ଅନୌପଚାରିକ ଭାବରେ ଅଧିକାରୀଙ୍କୁ ମନାକରିଥିବା ଜଣାଯାଇଛି ।

ସମସ୍ତ ଯାତ୍ରୀବାହୀ ଲଂଚରେ ପ୍ରବେଶ ଦ୍ୱାର ଲଂଚର ସାମ୍ନାରେ ରହିଥିବା ବେଳେ ନୂତନ କରି ଆସିଥିବା ଲଂଚ ରେ ଏହି ପ୍ରବେଶ ଦ୍ୱାର ଗୋଟିଏ ପାଖରେ ଅଛି, ଲଂଚ ଷ୍ଟାଫଙ୍କ କହିବାନୁଯାୟୀ ପାଶ୍ୱର୍ରେ ଥିବା ପ୍ରବେଶ ଦ୍ୱାର ଦେଇ ଯାତାୟତ କରିବା ସମସ୍ତ ଯାତ୍ରୀଙ୍କୁ ଅସୁବିଧାରେ ପକାଇବ ଏହାଦ୍ୱାରା ଦୁର୍ଘଟଣା ଏବଂ ସମସ୍ୟା ବଢି ବଢି ଚାଲିବ । ଅନ୍ୟ ପକ୍ଷରେ ଚାନ୍ଦବାଲି ଠାରେ ଅବସ୍ଥାପିତ କନିଷ୍ଠଯନ୍ତ୍ରୀ ହରେକୃଷ୍ନ ସାହୁ ଏହା ଉପରେ ମତ ରଖି କୁହନ୍ତି ପ୍ରାଥମିକ ଭାବରେ ବନ୍ଦ ହୋଇଥିବା ସେବା ଆସନ୍ତା କାଲି ଚାଲିବ ଏବଂ ନୂତନ ଲଂଚର ପ୍ରବେଶ ଦ୍ୱାର ସାମନା ପଟେ କରାଯିବାକୁ ବିଚାର ବିମର୍ଷ ଚାଲିଛି ଏହା ଉପରେ ସିଦ୍ଧାନ୍ତ ନେବା ପରେ ନୂତନ ଲଂଚର ଦ୍ୱାର ସାମ୍ନା ପଟରେ କରାଯିବ ବୋଲି ମତ ରଖିଛନ୍ତି । ସରକାରଙ୍କ ବାଣିଜ୍ୟ ବିଭାଗ ଆର୍ନ୍ତଜିଲ୍ଲା ଜଳପଥରେ ସେବା ଯୋଗାଇବାକୁ ବଦ୍ଧ ପରିକର ହୋଇଥିବା ବେଳେ ୨ଦିନ ହେବ ଲଂଚ ସେବା ବନ୍ଦ ସାଙ୍ଗକୁ ୮୩ଲକ୍ଷ ଟଙ୍କା ବ୍ୟୟ ବିନିମୟରେ ଆସିଥିବା ଲଂଚ କୂଳରେ ପଡି ସେବା ଯୋଗାଇବାରେ ଅହେତୁକ ବିଳମ୍ବକୁ ସାଧାରଣରେ ନାପସନ୍ଦ କରିବା ସହ ଏହି ଜଳପଥରେ ନୂତନ ଲଂଚ ସେବା ସାଙ୍ଗକୁ ଅବିରତ ଭାବରେ ସେବା ଯୋଗାଇ ଦେବାକୁ ସର୍ବସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.