Home ଓଡ଼ିଶା ଚାନ୍ଦପୁର ରେ ଗଣତନ୍ତ୍ର ରେ ଗଣମାଧ୍ୟମର ଭୂମିକା ଆଲୋଚନା ଚକ୍ର

ଚାନ୍ଦପୁର ରେ ଗଣତନ୍ତ୍ର ରେ ଗଣମାଧ୍ୟମର ଭୂମିକା ଆଲୋଚନା ଚକ୍ର

32

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୦୭- ନୟାଗଡ ଜିଲ୍ଲା ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ ତରଫରୁ ଚାନ୍ଦପୁର ଏକ ଘରୋଇ କଲ୍ୟାଣ ମଣ୍ଡପ ରେ ଜୁଲାଇ ୧୮ ତାରିଖ ମଧ୍ୟାନ୍ନ ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଅଛି । ଆଲୋଚନା ର ଶିର୍ଷକ ଥିଲା ଗଣତନ୍ତ୍ରରେ ଗଣମାଧ୍ୟମ ର ଭୂମିକା । ଏଥିରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ର ଅଧକ୍ଷ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଓଡିଶା ସାମ୍ବାଦିକ ୟୁନିଅନ୍ ର ସଭାପତି ତଥା ଜାତୀୟ ସାମ୍ବାଦିକ ୟୁନିଅନ୍ ର ମହାସଚିବ ପ୍ରସନ୍ନ ମହାନ୍ତି , ସମ୍ମାନିତ ଅତିଥି ଭାବେ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀ ରଞ୍ଜନ ଦାସ ଓ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ ର ସଭାପତି ପ୍ରସନ୍ନ ପାଇକରାୟ ଯୋଗ ଦେଇଥିଲେ ।

ରାଜ୍ୟ ର ପ୍ରତିଷ୍ଠିତ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ ଓ ଚିନ୍ମୟ ମହାପାତ୍ର ଯୋଗ ଦେଇଥିଲେ । ଚାନ୍ଦପୁର ବରିଷ୍ଠ ନାଗରୀକ ମଞ୍ଚ ର ସଭାପତି ଧନେଶ୍ୱର ଅଗ୍ରୱାଲ୍ , ମନୋଜ ଦାସ ପ୍ରମୁଖ ସମ୍ମାନିତ ଅତିଥି ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଶେଷ ରେ ରଣପୁର ବ୍ଲକ ଉପାଧକ୍ଷ ପ୍ରଶାନ୍ତ ନାୟକ , ଚାନ୍ଦପୁର ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ ସମେତ ବହୁ ପ୍ରତିଭା ଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଆଲୋଚନା ଚକ୍ର କୁ  ନୟାଗଡ ଜିଲ୍ଲା ର ସଭାପତି ଆଚାର୍ଯ୍ୟ ବିଶ୍ୱରଞ୍ଜନ ପରିଚାଳନା କରିଥିଲେ । ସମ୍ପାଦକ ଗୋପାଳ ଚନ୍ଦ୍ର ବିଶ୍ୱାଳ ସମ୍ପାଦକିୟ ବିବରଣୀ ପାଠ କରିବା ସହ ଉପ ସଭାପତି ପ୍ରଶାନ୍ତ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.