Home ଓଡ଼ିଶା ଚାନ୍ଦପୁର ପୋଲିସ ଦ୍ୱାରା ୩ ଜୁଆଡି ଗିରଫ

ଚାନ୍ଦପୁର ପୋଲିସ ଦ୍ୱାରା ୩ ଜୁଆଡି ଗିରଫ

64

ନୟାଗଡ(ଓଡିଆ ପୁଅ/ଦେବୀପ୍ରସସାଦ ଆଚାର୍ଯ୍ୟ)/୨୧/୧୦ – ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଓ ରଣପୁର ଥାନା ଅଂଚଳ ରେ କୁମାର ପୁର୍ଣ୍ଣିମା ଠାରୁ ଏକ ମାସ ପର୍ଯ୍ୟନ୍ତ ଜୁଆ ଖେଳ ଚାଲିଥାଏ । ସେଥିପାଇଁ  ନୟାଗଡ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ କ୍ଷୋଭ ପ୍ରକାଶ କରି  ଜୁଆ ଖେଳ କୁ କଡାକଡି ରଖିବା ପାଇଁ ଥାନା ମାନଙ୍କୁ ନିର୍ଦେଶ ଦେଇଥିଲେ । ତେଣୁ  ଚାନ୍ଦପୁର ଥାନା ତରଫରୁ ଡାକବାଜି ଯନ୍ତ୍ର ଯୋଗେ ଜୁଆ ଖେଳ ବନ୍ଦ ପାଇଁ ଜନସଚେତନତା ସୃଷ୍ଟି କରିଥିଲେ । ହେଲେ ଜୁଆଖେଳ ଚାଲିବା ନେଇ ଖବର ପାଇଁ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀରଞ୍ଜନ ଦାସ କନ୍ଦନୟାଗଡ ୧୬ ନଂ ଜାତୀୟ ରାଜପଥ କଡ ଓ ବିଭିନ୍ନ ଯାଗା ରେ  ଚଢାଉ କରିଥିଲେ । ଚଢାଉ ସମୟରେ ୩ ଜଣ  ଜୁଆଡି ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୨୨୦୦ ଟଙ୍କା ଓ ଜୁଆଖେଳ ସାମଗ୍ରୀ  ଜବତ କରିଥିବା ଜଣାପଡିଛି । ଘଟଣା ସ୍ଥଳ ରୁ ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୋଲିସ ଠାରୁ ସୂଚନା ମିଳିଛି ।

ଗିରଫ ଅଭିଯୁକ୍ତ ମାନେ ହେଲେ ଚାନ୍ଦପୁର ର ନିରଞ୍ଜନ ସେନାପତି , ଜୟ ବେହେରା ଓ ଲକ୍ଷ୍ମୀଧର ନାୟକ  । ସେମାନଙ୍କ ନାମ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସେଭଳି ଭାବରେ ରଣପୁର ପୋଲିସ ଦ୍ୱାରା ବିଭିନ୍ନ ଯାଗା ରେ ଚଢାଉ କରାଯାଇଥିଲେ ମଧ୍ୟ ପୋଲିସ କାହାରିକୁ ଧରିପାରି ନାହିଁ । ଏ ସର୍ମ୍ପକେ ରଣପୁର ଥାନା ଉପ ନିରିକ୍ଷକ ପ୍ରିତି ପ୍ରକାଶ ମହାନ୍ତି ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଖେଳ ଆରମ୍ଭ ପୁର୍ବରୁ ବିଭିନ୍ନ ଯାଗା ରେ ଚଢାଉ କରାଯାଇଥିଲା । ତେଣୁ ଭୟ ରେ ଖେଳ ଆରମ୍ଭ ହୋଇ ନଥିଲା । ପୋଲିସ ଏବେବି ସଜାଗ ରହିଛି କିନ୍ତୁ ଜୁଆଡି ଙ୍କୁ ଧରିବାରେ ପୋଲିସ ର ହାତ ଖାଲି ଥରବା ଜଣାପଡିଛି । ଲୁଚିଛପି ଜୁଆ ଆଡ୍ଡା ଚାଲୁଥିବା ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.