Home ଓଡ଼ିଶା ଚାନ୍ଦପୁର ପୋଲିସ ଦ୍ୱାରା ୧୨ ଘଣ୍ଟା ମଧ୍ୟରେ ଚୋରୀ ମଟର ସାଇକେଲ ଉଦ୍ଧାର ଅଭିଯୁକ୍ତ ଗିରଫ

ଚାନ୍ଦପୁର ପୋଲିସ ଦ୍ୱାରା ୧୨ ଘଣ୍ଟା ମଧ୍ୟରେ ଚୋରୀ ମଟର ସାଇକେଲ ଉଦ୍ଧାର ଅଭିଯୁକ୍ତ ଗିରଫ

55

ନୟାଗଡ(ଓଡିଆ ପୁଅ-/ଦେବୀପ୍ରସାଦ ଆଚାର୍ଯ୍ୟ)/୨୬/୦୮-  ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ଦିନ କୁ ଦିନ ମଟର ସାଇକେଲ ଚୋରୀ ବଢିବାରେ ଲାଗିଛି । ଯାହା କୁ ନେଇ ପୋଲିସ ନାକେଦମ୍ ହେବାକୁ ଲାଗିଛି । ଚାନ୍ଦପୁର ଥାନା ଝାଡପଡା ଗ୍ରାମରୁ ୨୪ ତାରିଖ ମଧ୍ୟ ରାତ୍ରୀରେ ଚୋରୀ ହୋଇଥିବା ଏକ ବାଜାଜ ପଲସର୍ ମଟର ସାଇକେଲ କୁ ଚାନ୍ଦପୁର ପୋଲିସ ୧୨ ଘଣ୍ଟା ମଧ୍ୟରେ ଉଦ୍ଧାର କରିବା ସହ ଚୋର କୁ ଗିରଫ କରିବା ରେ ସକ୍ଷମ ହୋଇଛି । ଚୋର ଠାରୁ ଆଉ ୨ ଟି ଚୋରୀ ମଟର ସାଇକେଲ ମଧ୍ୟ ଜବତ ହୋଇଛି । ଗିରଫ ଚୋର ଜଣକ ହେଲେ ବେଗୁନିଆଁ ଥାନା ଜାମୁସାହି ଗ୍ରାମର ସୁନିଲ୍ ଜେନା ଓରଫ୍ ରାଜୁ ।

ଉଦ୍ଧାର ହୋଇଥିବା ପଲସର୍ ଗାଡି ର ମାଲିକ ନିରଞ୍ଜନ ସେଠୀ କୁ ହସ୍ତାନ୍ତର କରଯାଇଛି । ସେହିଭଳି ଭାବରେ ଏକ ମୋବାଇଲ ଦୋକାନ ରୁ ମୋବାଇଲ ଚୋରୀ ଘଟଣା ରେ ବାଲୁଗାଁ ଥାନା ବଡକୁଳ ରୁ ଅଭିଯୁକ୍ତ ଦିପକ ବେହେରା କୁ ମଧ୍ୟ ଗିରଫ କରାଯାଇ ଚୋରୀ ମୋବାଇଲ ଜବତ କରିବା ସହ ଜବତ ମୋବାଇଲ କୁ ଦୋକାନ ମାଲିକ ଙ୍କୁ ହସ୍ତାନ୍ତର କରାଯାଇଛି । ସେହିଭଳି ଭାବରେ ଏକ  ଯୈାତୁକ ଜନିତ ହତ୍ୟା ମାମଲା ରେ ଖଣ୍ଡିସି ଗ୍ରାମର ବିଦ୍ୟାଧର ଜେନା କୁ ମଧ୍ୟ ଗିରଫ କରାଯାଇଥିବା ଚାନ୍ଦପୁର ପୋଲିସ ଠାରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.