Home ଅପରାଧ ଚାନ୍ଦପୁର ପୋଲିସ ଦ୍ୱାରା ଜଙ୍କିଆରୁ ୪ ଗିରଫ

ଚାନ୍ଦପୁର ପୋଲିସ ଦ୍ୱାରା ଜଙ୍କିଆରୁ ୪ ଗିରଫ

57

ନୟାଗଡ ୧୭/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜଜଙ୍କିଆ ଗ୍ରାମ ପଞ୍ଚାୟତ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରଠାରୁ ଅଶାନ୍ତ ହୋଇପଡିଛି। ଯାହାଫଳରେ ନିର୍ବାଚନ ପରବର୍ତ୍ତି ହିଂସା ଦେଖିବାକୁ ମିଳୁଥିଲା। ଗତ ମାର୍ଚ୍ଚ ୧୨ ତାରିଖ ରଣପୁର ବ୍ଲକ ଅଧକ୍ଷ ନିର୍ବାଚନ ପରେ ସଂନ୍ଧ୍ୟାରେ ରାଜନୈତିକ ହିଂସା ଘଟି ଉଭୟ ପକ୍ଷ ଙ୍କ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ଯୋଗୁଁ ୮ ଜଣରୁ ଉର୍ଦ୍ଧ ଆହତ ହୋଇଥିଲେ। ଅବସ୍ଥା ଶାନ୍ତ କରିବାକୁ ଯାଇ ଚାନ୍ଦପୁର ଥାନା ନିରୀକ୍ଷକ ରଶ୍ମୀରଞ୍ଜନ ଦାସ ଗତ ୧୬ ତାରିଖ ରାତ୍ରୀରେ ଏକ ପ୍ଲାଟୁନ୍ ଫୋର୍ସ ନେଇ ରାଜଜଙ୍କିଆ ଗ୍ରାମରେ ଚଢାଉ କରିଥିଲେ। ଚଢାଉରେ ଉଭୟ ପକ୍ଷର ୪ ଜଣଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ହେଲେ ଜଙ୍କିଆ ଗ୍ରାମର ସଞ୍ଜୟ ପରିଡା ଓରଫ୍ ସୁକୁଟା, ବୈକୁଣ୍ଠ ଦଳେଇ ଓରଫ୍ ସିଲୁ ଓ ବୁଲୁ ଜେନା।

ଅନ୍ୟ କିଛି ବ୍ୟକ୍ତିଙ୍କୁ ଗିରଫ ଓ ତଦନ୍ତରେ ବାଧା ଉପୁଯିବା ନେଇ ଅନ୍ୟତମ ଅଭିଯୁକ୍ତ ଙ୍କ ନାମ ପୋଲିସ ଗୁପ୍ତ ରଖିଛି। ପ୍ରକାଶ ଥାଉ କି ଗିରଫ ଅଭିଯୁକ୍ତ ମାନେ ହେଲେ ପଥର ମାଫିଆ। ପୁର୍ବରୁ ଏକ ଆତ୍ମହତ୍ୟା ଘଟଣାଙ୍କୁ ହତ୍ୟାକାଣ୍ଡ ରୂପରେଖ ଦେବାକୁ ଯାଇ ପୋଲିସ ଓ ରଣପୁର ମଣ୍ଡଳ ଉନ୍ନୟନ ଅଧିକାରୀଣୀ ଋତୁପର୍ଣ୍ଣା ମହାପାତ୍ର ଙ୍କୁ ବିରୋଧ କରି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲେ। ଅଭିଯୁକ୍ତ ମାନଙ୍କୁ ଅଦାଲତ ଚାଲାଣ ପରେ ସେମାନଙ୍କ ଜାମିନ୍ ଆବେଦନ ଖାରଜ ହେବାରୁ ରଣପୁର ଜେଲ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି। ଗିରଫଦାରୀ ଭୟରେ ଅନ୍ୟ ଅଶାନ୍ତକାରୀ ବ୍ୟକ୍ତି ମାନେ ଗ୍ରାମରୁ ଫେରାର ହୋଇଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.