Home ଓଡ଼ିଶା ଅବକାରୀ ଥାନା ଚଢାଉ, ୫୦ ଗ୍ରାମ ଧଳା ଜହର ଓ ୪୦ ଲିଟର ଦେଶୀ ମଦ...

ଅବକାରୀ ଥାନା ଚଢାଉ, ୫୦ ଗ୍ରାମ ଧଳା ଜହର ଓ ୪୦ ଲିଟର ଦେଶୀ ମଦ ଜବତ ୨ ଗିରଫ

29

ନୟାଗଡ ୧୭/୦୩ (ଓଡିଆ ପୁଅ/ଦେବୀ ପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାଚନକୁ ନିଶାମୁକ୍ତ କରିବା ପାଇଁ ନୟାଗଡ ଅବକାରୀ ସୁପରିଟେଣ୍ଡେଣ୍ଟ ବାସନ୍ତୀ ପ୍ରଭା ନାୟକ ରଣପୁର ଅବକାରୀ ଥାନାକୁ କଡା ନିର୍ଦେଶ ଦେଇଥିଲେ। ରଣପୁର ଅବକାରୀ ଥାନା ଉପ ନିରୀକ୍ଷକ ସୁଶାନ୍ତ କୁମାର ମହାପାତ୍ର ସଜାଗ ରହିଥିଲେ। ବିଶ୍ୱସ୍ଥ ସୂତ୍ରରୁ ମାଳିସାହି ଛକରେ ଧଳା ଜହର ଆସୁଥିବା ଖବର ପାଇ ଏକ ମୋଟର ସାଇକେଲ ଚାଳକକୁ ଅଟକାଇ ତଲାସ କରିଥିଲେ। ତାଠାରୁ ୫୦ ଗ୍ରାମ ଧଳା ଜହର ଜବତ କରିବା ସହ ଅଭିଯୁକ୍ତ ଚନ୍ଦ୍ରକାନ୍ତ ଦଳ ବେହେରାକୁ ଗିରଫ କରିଥିଲେ।

ଓ ଆର୍ ୦୨ ଏ ଏଲ୍ ୧୩୯୯ ନମ୍ବର ବିଶିଷ୍ଟ ବାଜାଜ ପ୍ଲାଟିନା ଗାଡିକୁ ମଧ୍ୟ ଜବତ କରିଥିଲେ। ସେହିଭଳି ଭାବରେ କାସନ୍ଦା ଗ୍ରାମରେ ଚଢାଉ କରି ୪୦ ଲିଟର ଦେଶୀ ହାତରନ୍ଧା ମଦ ଜବତ କରିବା ସହ ଅଭିଯୁକ୍ତ କାଳନ୍ଦୀ ସାହୁ (୩୫) କୁ ଗିରଫ କରିଥିବା ଜଣାପଡିଛି। ଜବତ ଧଳା ଜହର ର ମୁଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଥାନା ସୂତ୍ରରୁ ପ୍ରକାଶ। ଏହା ରଣପୁର ଅବକାରୀ ଥାନାର ବଡ ଧଳା ଜହର ଜବତ ବୋଲି ଆଲୋଚନା ହେଉଛି। ଏହି ଚଢାଉ ରେ ରଣପୁର ଅବକାରୀ ଥାନା ଅତିରିକ୍ତ ଉପ ନିରୀକ୍ଷକ ସୁବାଷ ଚନ୍ଦ୍ର ସେଠୀ, ଅବକାରୀ ପୋଲିସ ସନ୍ତୋଷ କୁମାର ପ୍ରଧାନ, ପ୍ରକାଶ ମଲ୍ଲିକ୍, ପ୍ରତ୍ୟୁଷ ଦେହୁରୀ ଓ ମିତା ନାୟକ ସାମିଲ୍ ହୋଇଥିଲେ। ଅଭିଯୁକ୍ତ ମାନଙ୍କୁ ଅଦାଲତ ଚାଲାଣ କରିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.