Home ଓଡ଼ିଶା ଚାନ୍ଦପୁର ପୋଲିସ୍ ର ଚଢାଉ…….. ଡାଲା ଅଟୋ ସହ ୧୦୧୭ ଲିଟର ମଦ ଜବତ

ଚାନ୍ଦପୁର ପୋଲିସ୍ ର ଚଢାଉ…….. ଡାଲା ଅଟୋ ସହ ୧୦୧୭ ଲିଟର ମଦ ଜବତ

155

ନୟାଗଡ/୧୦/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ଚାନ୍ଦପୁର ଅଂଚଳରେ ଚୋରା ବେପାର ଚାଲାଣ ଚୋକିବାକୁ ଗୁରୁତ୍ୱ ଦେଇ ଚାନ୍ଦପୁର ପୋଲିସ୍ ସଜାଗ ଦୃଷ୍ଟି ରଖିଛି । ଚାନ୍ଦପୁର ଥାନା ଇନିସ୍‌ପେକ୍ଟର ଧନେଶ୍ୱର ନାହାକ ଫେବୃୟାରୀ ୧୦ ତାରିଖ ଅପରାହ୍ନ ୩ଟା ସମୟରେ ବିଶ୍ୱସ୍ତ ସୁତ୍ରରୁ ଖବର ପାଇ କନ୍ଧନୟାଗଡ ବାଇପାସ୍ ଛକରେ ଏ.ଏସ୍‌.ଆଇ କବିଚନ୍ଦ୍ର ବରାଡଙ୍କ ସହ ସଦଳବଳେ ଛକି ରହିଥିଲେ । ଜଙ୍କିଆ ପଟୁ କୁହୁଡି ପଟକୁ ଯାଉଥିବା ଏକ ମହିନ୍ଦ୍ରା ଡାଲା ଅଟୋକୁ ଚେକ୍ କରିଥିଲେ ।

ଚେକ୍ ସମୟରେ ପୋଲିସ୍ ଦେଖି କୌଶଳ କ୍ରମେ ଡ୍ରାଇଭର୍ ଅଟୋ ଛାଡିଦେଇ ଦୌଡି ପଳେଇଯିବାକୁ ସକ୍ଷମ ହୋଇଥିଲା । ସେହି ଡାଲା ଅଟୋରୁ ୨୦ ପେଟି ଦେଶୀ ମଦ  ଓ ୨ ପେଟି ବିଦେଶୀ ମଦ ଜବତ କରିଥିଲେ । ଥାନା ଇନିସ୍‌ପେକ୍ଟରଙ୍କ ସୁଚନା ଅନୁଯାୟୀ ଜବତ ମଦ ୧୦୧୭ ଲିଟର ହେବ ବୋଲି ଜଣା ପଡିଛି । ଚାନ୍ଦପୁର ପୋଲିସର ଏହା ଏକ ବଡ ସଫଳତା ବୋଲି ଅଂଚଳରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.