Home ଓଡ଼ିଶା ରଣପୁର ତହସିଲ୍‌ଦାରଙ୍କ ଚଢାଉ……… ୩ ବାଲି ବୋଝେଇ ହାଇୱା ଗାଡି ଜବତ

ରଣପୁର ତହସିଲ୍‌ଦାରଙ୍କ ଚଢାଉ……… ୩ ବାଲି ବୋଝେଇ ହାଇୱା ଗାଡି ଜବତ

93

ନୟାଗଡ/୧୦/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅଂଚଳରେ ବେଆଇନ୍ ଭାବେ ଚୋରା ବାଲି , ମାଙ୍କଡା ଓ ମେଣ୍ଟାଲ୍ ପଥର ଚୋରା ଚାଲାଣ ଯୋଗୁଁ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛନ୍ତି । ରାଜସ୍ୱ ବୃଦ୍ଧିକୁ ଲକ୍ଷ ରଖି ରଣପୁରରେ ନୂତନ ଭାବେ ଯୋଗ ଦେଇଥିବା ତହସିଲ୍‌ଦାର ଅନିଲ୍ କୁମାର ଆଚାର୍ଯ୍ୟ ବ୍ୟାପକ ଚଢାଉ ଜାରି ରଖିଛନ୍ତି ।

ଫେବୃୟାରୀ ୧୦ ତାରିଖ ଅପରାହ୍ନରେ ଲୋଧାଚୁଆ ଆର.ଆଇ ଅଫିସ୍‌ଠାରେ ନିଜେ ତହସିଲ୍‌ଦାର ଚଢାଉ କରି ୩ଟି ହାଇୱା OD-02 AH 1455, OD-02 AP 9506, OD-02 AF 2610 ଗାଡିକୁ ବାଲି ବୋଝେଇ ଅବସ୍ଥାରେ ଚୋରା ଚାଲାଣ ଅଭିଯୋଗରେ ଜବତ କରିଥିବା ଜଣା ପଡିଛି । ତହସିଲ୍‌ଦାରଙ୍କ ଏହି ଚଢାଉ ଫଳରେ ଚୋରା ଚାଲାଣକାରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.