Home କୋରାପୁଟ କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ୪୫ ଜଣ କନିଷ୍ଠ ରାଜସ୍ୱ ସହାୟକଙ୍କ ବଦଳି

କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ ୪୫ ଜଣ କନିଷ୍ଠ ରାଜସ୍ୱ ସହାୟକଙ୍କ ବଦଳି

99

କୋରାପୁଟ  ୧୭-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାରେ କାର୍ଯ୍ୟରତ କନିଷ୍ଠ ରାଜସ୍ୱ ସହାୟକମାନଙ୍କୁ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ବଦଳି କରିଥିବା ଜଣାପଡିଛି ।୪୫ ଜଣ ରାଜସ୍ୱ ସହାୟକମାନଙ୍କ ବଦଳି ହୋଇଥିବା ଜଣାପଡିଛି ।କୋରାପୁଟ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗରୁ ୪ ଜଣ ରାଜସ୍ୱ ସହାୟକଙ୍କ ବଦଳି ହୋଇଥିବା ବେଳେ କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୩  ଓ ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ୨ ଜଣଙ୍କ ବଦଳି ହୋଇଥିବା ଜଣାପଡିଛି ।ବୋରିଗୁମ୍ମା ତହସିଲରୁ ୨ ,କୋଟପାଡ ତହସିଲରୁ ୩ , ଜୟପୁର ତହସିଲରୁ ୧ ,ପଟ୍ଟାଙ୍ଗୀ ତହସିଲରୁ ୨ ,ସେମିଲିଗୁଡା ତହସିଲରୁ ୧ ,ଦଶମନ୍ତପୁର ତହସିଲରୁ ୨,ଲମତାପୁଟ ,ନାରାୟଣପାଟଣା , ବୈାପାରୀଗୁଡା,ବନ୍ଧୁଗାଁ ,କୁନ୍ଦ୍ରା ଓ ନନ୍ଦପୁର ତହସିଲରୁ ୨ ଜଣ ଲେଖାଏଁ ବଦଳି ହୋଇଥିବା ଜଣାପଡିଛି ।ଜିଲ୍ଲା ପଂଚାୟତ କାର୍ଯ୍ୟାଳୟରୁ ଜଣଙ୍କୁ ବଦଳି କରାଯାଇଥିବା ବେଳେ ବୋରିଗୁମ୍ମା ,କୋଟପାଡ ,ଜୟପୁର,ସେମିଲିଗୁଡା ,ନାରାୟଣପାଟଣା ଓ ,ପଟ୍ଟାଙ୍ଗୀ ଆଇସିଡିଏସ କାର୍ଯ୍ୟାଳୟରୁ ଜଣେ ଲେଖାଏଁ ବଦଳି ହୋଇଥିବା ଜଣାପଡିଛି ।ବୋରୁିଗୁମ୍ମା ,ନନ୍ଦପୁର ,ଦଶମନ୍ତପୁର,ବନ୍ଧୁଗାଁ ,କୋଟପାଡ ଓ ପଟ୍ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟରୁ ଜଣେ ଲେଖାଏଁ ବଦଳି ହୋଇଥିବା ଜଣାପଡିଛି ।ଏଥପୂର୍ବରୁ ଜିଲ୍ଲାରେ କାର୍ଯ୍ୟରତ  ୨୪ ଜଣ ବରିଷ୍ଠ ରାଜସ୍ୱ ସହାୟକଙ୍କୁ ବଦଳି କରାଯାଇଥିଲା ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.