Home ଜିଲ୍ଲା ପରିକ୍ରମା ଚାନ୍ଦପୁର ଗ୍ରିଡ୍ ରୁ ରଣପୁରକୁ ବିଦ୍ୟୁତ ସଂଯୋଗ ହେଲା

ଚାନ୍ଦପୁର ଗ୍ରିଡ୍ ରୁ ରଣପୁରକୁ ବିଦ୍ୟୁତ ସଂଯୋଗ ହେଲା

49

ନୟାଗଡ ୩୧/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ବିଦ୍ୟୁତ ଉପଭୋକ୍ତା ମାନେ ଅନେକ ବର୍ଷଧରି ଦିନ ଦିନ ରାତି ରାତି ଏପରିକି ସାମାନ୍ୟ ମେଘ ପବନ ହେଲେ ବିଦ୍ୟୁତ ସଂଯୋଗ ନପାଇ ଦୁଃଖ କଷ୍ଟରେ ରହିବାକୁ ପଡିଥାଏ। ତାର କରଣ ଥିଲା ନୟାଗଡ ଗ୍ରିଡରୁ ୩୪ କିଲୋ ମିଟର ଦେଇ ରଣପୁର କୁ ବିଦ୍ୟୁତ ସଂଯୋଗ ହୋଇଥିଲା। ଅପରପକ୍ଷେ ରଣପୁର ବ୍ଲକ ଚାନ୍ଦପୁର ଠାରେ ମାତ୍ର ୧୨ କିଲୋ ମିଟର ଦୁରରେ ଏକ ଗ୍ରିଡ୍ ଥିଲେ ମଧ୍ୟ ସେଠାରୁ ବିଦ୍ୟୁତ ସଂଯୋଗ ନଥିଲା। ରଣପୁର ବିଦ୍ୟୁତ ଉପଭୋକ୍ତା ମାନେ ବହୁ ବର୍ଷଧରି ଚାନ୍ଦପୁର ଗ୍ରିଡରୁ ବିଦ୍ୟୁତ ସଂଯୋଗ ପାଇଁ ଦାବି କରି ଆସୁଥିଲେ। ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ଉଦ୍ୟମରେ ରଣପୁର ବିକାଶର ଧାରାରେ ଆଉଏକ ନୂଆଫର୍ଦ ଯୋଡି ହୋଇଥିବା ଜଣାପଡିଛି।

ଯାହାଫଳରେ ଚାନ୍ଦପୁର ଗ୍ରିଡ୍ ଠାରୁ ଖଣ୍ଡିସି ସବ୍‌ଷ୍ଟେସନ୍ ବିଦ୍ୟୁତ ସଂଯୋଗ ଥିବାବେଳେ ଖଣ୍ଡିସି ଠାରୁ ରଣପୁର କୁ ବିଦ୍ୟୁତ ସଂଯୋଗ କାର୍ଯ୍ୟ ଶେଷ ହୋଇଥିବା ଜଣାପଡିଛି। ଏନେଇ ଟାଙ୍ଗୀ ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଅଜିତ୍ ମହାପାତ୍ର ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ବିଦ୍ୟୁତ ସଂଯୋଗ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଚାନ୍ଦପୁର ଗ୍ରିଡ୍ ରେ ଆଉ ଏକ ରଣପୁର ପାଇଁ ବ୍ରେକର ବସାଯିବ। ଆସନ୍ତା ଫେବୃୟାରୀ ମାସରୁ ରଣପୁର ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଆନୁଷ୍ଠାନିକ ଭାବେ ଚାନ୍ଦପୁର ଗ୍ରିଡ୍‌ରୁ ବିଦ୍ୟୁତ ସଂଯୋଗ ଦିଆଯିବ। ରଣପୁର ବିଦ୍ୟୁତ ଉପଭୋକ୍ତା ମାନେ ଏନେଇ ଆଶ୍ୱସ୍ଥି ପ୍ରକଟ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.