Home ଜିଲ୍ଲା ପରିକ୍ରମା ରଣପୁର ବ୍ଲକରେ ଆଦର୍ଶ ଆଚରଣ ବିଧି ଖୁଲମଖୋଲା ଉଲଙ୍ଘନ ଅଭିଯୋଗ

ରଣପୁର ବ୍ଲକରେ ଆଦର୍ଶ ଆଚରଣ ବିଧି ଖୁଲମଖୋଲା ଉଲଙ୍ଘନ ଅଭିଯୋଗ

50

ନୟାଗଡ ୩୧/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ବ୍ଲକର ୩୭ ଗୋଟି ଗ୍ରାମପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଯାରି ରହିଛି। ରଣପୁର ବ୍ଲକ ନିର୍ବାଚନ ଅଧିକାରୀ ଋତୁପର୍ଣ୍ଣା ମହାପାତ୍ର ସମସ୍ତ ଗ୍ରାମପଞ୍ଚାୟତରେ ଜଣେ ଜଣେ ନିର୍ବାଚନ ଅଧିକାରୀ ନିଯୁକ୍ତି ଦେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନର ନିର୍ବାଚନକୁ ଅବାଧ ନିରପେକ୍ଷ କରିବା ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି। କିନ୍ତୁ ଗ୍ରାମପଞ୍ଚାୟତ ଗୁଡିକରେ ନିର୍ବାଚନ ଅଧିକାରୀ ମାନେ ବିଶେଷ ଦୃଷ୍ଟି ଦେଉନଥିବାରୁ ଆଦର୍ଶ ଅଚରଣ ବିଧି ଉଲଙ୍ଘନ ହେବା ସାଙ୍ଗକୁ ନିର୍ବାଚନକୁ ପ୍ରଭାବି କରିବା ପାଇଁ ରାତାରାତି ପୋଷ୍ଟର ବ୍ୟାନର ମରାଚାଲିଛି।

ବ୍ୟାନର ଗୁଡିକରେ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ମାନେ କୈାଣସି ଦଳୀୟ ସମର୍ôଥତ ଲେଖିପାରିବେ ନାହିଁ। ଏ ନେଇ ଆଦର୍ଶ ଆଚରଣ ବିଧିରେ କଡା ନିର୍ଦେଶ ରହିଛି। ଏଭଳି ଅଭିଯୋଗ ଆସିଛି ରଣପୁର ବ୍ଲକ ହଂସରା ଗ୍ରାମପଞ୍ଚାୟତରେ। ସରପଞ୍ଚ ଓ ସମିତିସଭ୍ୟ ଶାସକ ଦଳର ସମର୍ôଥତ ବୋଲି ବ୍ୟାନରରେ ସ୍ପଷ୍ଠ ଉଲ୍ଲେଖ କରିଛନ୍ତି। ଯାହାକୁ ନେଇ ରଣପୁର ବ୍ଲକରେ ଅଭିଯୋଗ କରିଛନ୍ତି ସମିତିସଭ୍ୟ ପ୍ରାର୍ôଥ ଡଃ ସନ୍ତୋଷ କୁମାର ଲେଙ୍କା। ଏ ନେଇ ରଣପୁର ବ୍ଲକ ନିର୍ବାଚନ ଅଧିକାରୀ ଋତୁପର୍ଣ୍ଣା ମହାପାତ୍ର ଙ୍କୁ ଯୋଗାଯ୍ଧେଜ୍ଞ କରିବାରେ ଅଭିଯୋଗ କୁ ସ୍ୱୀକାର କରିଛନ୍ତି ଏବଂ କହିଛନ୍ତି ଯେ ଆଚରଣ ବିଧି ଉଲଙ୍ଘନକାରୀଙ୍କ ପ୍ରତି ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ସେହି ବ୍ୟାନର ଗୁଡିକୁ ହଟେଇ ଦିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.