Home ଜିଲ୍ଲା ପରିକ୍ରମା ବିଚିତ୍ର ଖଣିନୀତି ନିଲାମଧାରୀ ହତାଶ

ବିଚିତ୍ର ଖଣିନୀତି ନିଲାମଧାରୀ ହତାଶ

55

ନୟାଗଡ ୩୧/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟରେ ଲଘୁଜାତ ଖଣିଜ ପଦାର୍ଥ ପାଇଁ ସମାନ ନୀତି ଥିଲା ବେଳେ ରଣପୁର ପ୍ରଶାସନର ବିଚିତ୍ର ପାତର ଅନ୍ତର ଖଣିନୀତି ଯୋଗୁଁ ରଣପୁର ତହସିଲ ଅଂଚଳର ଖଣି ନିଲାମଧାରୀ ମାନେ ହତାଶ ହୋଇପଡିଥିବା ଅଭିଯୋଗ ହେଉଛି। ଯାହାଫଳରେ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଇବାକୁ ପଡିବ। ଏଭଳି ଅଭିଯୋଗ ଆଣିଛନ୍ତି ରଣପୁର ତହସିଲ ଲୋଧାଚୁଆ ରାଜସ୍ୱ ମଣ୍ଡଳ ଖଣି ଲିଜ୍‌ଧାରୀ ଲିଙ୍ଗରାଜ ପ୍ରଧାନ। ସେ ଛପରୀ କୋଇଲମା ମୈାଜା ଖାତା ନଂ ୧୨୯ ପ୍ଲଟ ନଂ ୨୦୧ ଦୁଇ ଏକର ପରିମିତ ଜାଗାରୁ ବାର୍ଷିକ ୧୪ ହଜାର କ୍ୟୁବିକ୍ ମିଟର ପଥର ଉତ୍ତୋଳନ ପାଇଁ ଅନୁମତି ପାଇଛନ୍ତି। ସରକାରଙ୍କୁ ବାର୍ଷିକ ୨୫ ଲକ୍ଷ ୮୫ ହଜାର ୨୪୪ ଟଙ୍କା ଜମା ଦେଇ ସାରିଛନ୍ତି। ତା ୨୨/୦୯/୨୦୨୧ ରିଖରେ ରାଜ୍ୟ ସ୍ତରୀୟ ପବିବେଶ ମଞ୍ଜୁରୀ ହାସଲ କରିଛନ୍ତି। ତା ୬/୧୧/୨୦୨୧ ରିଖରେ ଉକ୍ତ ଜାଗାରୁ ପଥର ଉତ୍ତୋଳନ ପାଇଁ କାର୍ଯ୍ୟାଦେଶ ହାସଲ କରିଛନ୍ତି। ତା ୨୬/୧୧/୨୦୨୧ ରିଖରେ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ରୁ ଅନୁମତି ହାସଲ କରିଛନ୍ତି। ପଥର ବିସ୍ପୋରଣ ପାଇଁ ବିସ୍ପୋରଣ ଲାଇସେନ୍ସଧାରୀ ଙ୍କ ସହ ୮/୧/୨୦୨୧ ତାରିଖରେ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।

ହେଲେ ତା ୧୧/୧୧/୨୦୨୧ ରିଖରେ ରଣପୁର ତହସିଲଦାର ଯୁଗଳ ମିଶ୍ର ମୈାଖିକ ଭାବରେ କହିଲେ ନିଜେ ବିସ୍ପୋରଣ ପାଇଁ ଅନୁମତି ଆଣ ତାପରେ ଖଣି ଚଲାଇବ। ପାରମ୍ପରିକ ଭାବେ ପଥର ଉତ୍ତୋଳନ ପାଇଁ ଯିବା ସମୟରେ ଗ୍ରାମବାସୀ ମାନେ ଖଣିରେ ବାଉଁଶ କଣ୍ଟାଛାଟି କଣି ବନ୍ଦ କରିଛନ୍ତି। ଏହିଭଳି ଭାବରେ ଛପରି କୋଇଲମା ମୈାଜାରେ ଖଣି ଲିଜ୍‌ଧାରୀମାନେ ସରକାରଙ୍କୁ ରାଜସ୍ୱ ଦେଇଥିଲେ ମଧ୍ୟ ମୁଁଣ୍ଡରେ ହାତଦେଇ ବସିଛନ୍ତି। ଅପରପକ୍ଷେ ସେହି ରଣପୁର ତହସିଲ ରାଜସୁନାଖଳା ରାଜସ୍ୱ ମଣ୍ଡଳ କୋଟଗଡ ମୈାଜାରେ ୪ ଟି ଖଣି ଆବଶ୍ୟକିୟ କାଗଜାତ ନଥାଇ ଚାଲୁଥିବା ଅଭିଯୋଗ ହେଉଛି। ଏ ସର୍ମ୍ପକେ ରଣପୁର ତହସିଲଦାର ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ ସାରା ରାଜ୍ୟରେ ଏପରିକି ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ବିନା ବିସ୍ପୋରଣ ଅନୁମତିରେ ବିସ୍ପୋରଣ ଲାଇସେନ୍ସ ପ୍ରାପ୍ତଧାରୀ ଙ୍କ ସହ ଚୁକ୍ତିନାମା କରି ଖଣି ଚାଲୁଛି। ଛପରୀ କୋଇଲମା ଗ୍ରାମବାସୀ ମାନେ ବିରୋଧ କରିବାରୁ ଜିଲ୍ଲା ପ୍ରଶାସନ ଚୁପ୍ ରହିଛି। ଅପରପକ୍ଷେ କୋଟଗଡ ମୈାଜାରେ ଚାଲୁଥିବା ଖଣି ବିସ୍ପୋରଣ ଉପରେ ଚଢାଉଯାରି ରହିଛି। ରାତିରେ କିଏ କେଉଁଠି ଲୁଚିଛପି ବିସ୍ପୋରଣ ଘଟାଇ ପଥର ଉତ୍ତୋଳନ କରୁଥିବ ଅଭିଯୋଗ ପାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.