Home ଓଡ଼ିଶା ଚାନ୍ଦପୁର କୋଭିଡ୍ କେୟାର୍ ସେଣ୍ଟର୍ ରେ ନିରବତାର ଝଡ ରଣପୁର ଅଂଚଳରେ ବଢୁଛି ସଂକ୍ରମଣ

ଚାନ୍ଦପୁର କୋଭିଡ୍ କେୟାର୍ ସେଣ୍ଟର୍ ରେ ନିରବତାର ଝଡ ରଣପୁର ଅଂଚଳରେ ବଢୁଛି ସଂକ୍ରମଣ

22

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)ନୟାଗଡ ଜିଲ୍ଲ୍‌ା ରଣପୁର ଅଂଚଳରେ ଦିନକୁ ଦିନ ସଂକ୍ରମଣ ବଢିବାରେ ଲାଗିଛି । ଅପର ପକ୍ଷେ ଚାନ୍ଦପୁର ବସନ୍ତମଞରୀ ସାଧାରଣ ସ୍ୱାସ୍ଥ୍ୟ ନିବାସକୁ ଏକ ଘରୋଇ ହସ୍ପିଟାଲ୍ ଗତ ଏପ୍ରିଲ୍ ୨୬ ତାରିଖ ଠାରୁ କୋଭିଡ୍ କେୟାର୍ ସେଣ୍ଟର୍ ଭାବେ ଗ୍ରହଣକରି ଚିକିତ୍ସା ଆରମ୍ଭ କରିଛି । ଗତ ଏପ୍ରିଲ୍ ୨୮ ତାରିଖରେ ୩ ଜଣ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଚାନ୍ଦପୁର କୋଭିଡ୍ କେୟାର୍ ସେଣ୍ଟର୍ ପରିସରରେ ନିରବତାର ଝଡ ଦେଖିବାକୁ ମିଳିଛି । ଏପ୍ରିଲ୍ ୨୮ ତାରିଖରେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୮ ଗୋଟି ବ୍ୟକ୍ତିଙ୍କର ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୮ ଜଣ ପଜିଟିଭ୍ ଥିବା ଜଣାପଡିଛି । ରାଜସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୯ଙ୍କର ପରୀକ୍ଷା କରାଯାଇଥିଲା ବେଳେ ୧୧ ଜଣଙ୍କର ପଜିଟିଭ୍ ଥିବା ଜଣାପଡିଛି । ରଣପୁର ଅଂଚଳରେ କରେନା ଦ୍ୱିତୀୟ ଲହର୍ ରେ ଏ ଯାବତ୍ ୧୧୩୩ ଜଣ ସଂକ୍ରମିତ ହୋଇଥିବା ନୟାଗଡ ଜିଲ୍ଲା ଲୋକ ସଂପର୍କ ବିଭାଗ ତରଫରୁ ଜଣାପଡିଛି  ା ରଣପୁର ଅଂଚଳରେ କରୋନା ଟେଷ୍ଟିଙ୍ଗ୍ କୁ ବ୍ୟାପକ କରାଗଲେ ସଂକ୍ରମିତଙ୍କ ସଂଖ୍ୟା ବଢିବ ବୋଲି ଆଶା ପ୍ରକଟ କରାଯାଉଛି । ଚାନ୍ଦପୁର କୋଭିଡ୍ କେୟାର୍ ସେଣ୍ଟର୍ ରେ କରୋନା ରୋଗୀଙ୍କ ମୃତ୍ୟୁ ସଂପର୍କେ ଦାୟିତ୍ୱରେ ଥିବା ଡାକ୍ତର ପ୍ରତାପ ଚିନ୍ନାରାଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ୨ଜଣ କରୋନା ରୋଗୀ ଏଠାକୁ ଆସିବା ସମୟ ପୂର୍ବରୁ ରାସ୍ତାରେ ମୃତ୍ୟୁ ବରଣ କରିଥିଲେ । ଜଣେ ବ୍ୟକ୍ତି ଅତ୍ୟନ୍ତ ଗୁରୁତର ଭାବରେ ଏଠି ପହଂଚିବା ପରେ ମୃତ୍ୟୁ ବରଣ କରିଥିଲେ ।

ଏ ସଂର୍ପକେ ନୟାଗଡ ମୁଖ୍ୟ ଚିକିତ୍ସା ଅଧିକାରୀ ଶକ୍ତି ମିଶ୍ରଙ୍କ ସହ ଯୋଗାଯୋଗ କରିବାରୁ କୁହନ୍ତି ଯେ ଚାନ୍ଦପୁର କୋଭିଡ୍ କେୟାର୍ ସେଣ୍ଟର୍ ରେ ୧୬ ଗୋଟି ସ୍ୱତନ୍ତ୍ର ଦାୟିତ୍ୱ ବେଡ୍ , ୨୪ ଗୋଟି  ବିନା ଭେଣ୍ଟିଲେଟର୍ ଥିବା ସ୍ୱତନ୍ତ୍ର ଦାୟିତ୍ୱ ବେଡ୍ ଓ ୧୦୦ ଗୋଟି ସାଧାରଣ ବେଡ୍ ଏପ୍ରିଲ୍ ୨୬ ତାରିଖରେ ଖୋଲା ଯାଇଅଛି । କେତେ ରୋଗୀ ଆଡ୍ ମିଶନ୍ ହୋଇଛନ୍ତି କେତେ ମୃତ୍ୟୁ ମୁଖରେ ପଡିଛନ୍ତି ସେ ସଂର୍ପକେ ଚାନ୍ଦପୁର କୋଭିଡ୍ କେୟାର୍ ସେଣ୍ଟର୍ ଦାୟିତ୍ୱରେ ଥିବା ଡାକ୍ତର ପ୍ରତାପ ଚିନ୍ନାରାଙ୍କ ସହ ଯୋଗାଯୋଗ କଲେ ଅଧିକ ତଥ୍ୟ ମିଳି ପାରିବ । ଡାକ୍ତର ପ୍ରତାପ ଚିନ୍ନାରାଙ୍କ ସହ ଯୋଗାଯୋଗ କରିବାରୁ କୁହନ୍ତି ଯେ ଏପ୍ରିଲ୍ ୨୭ ତାରିଖଠାରୁ କୋଭିଡ୍ କେୟାର୍ ସେଣ୍ଟର୍ ରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫ଜଣଙ୍କୁ ଆଡ୍ ମିଶନ କରାଯାଇଅଛି । ସେ ମଧ୍ୟରୁ ୩ ଜଣ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି । ୧୨ଜଣ କରୋନା ରୋଗୀ ଏବେ ଚିକିତ୍ସାଧିନ ଅଛନ୍ତି । ରଣପୁର ଅଂଚଳରେ ଅଧିକ ସଂଖ୍ୟକ ଟେଷ୍ଟ୍ କରାଯିବା ପାଇଁ ବୁଦ୍ଧିଜୀବି ମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.