Home ଓଡ଼ିଶା ଚାନ୍ଦପୁର କୁ ଏନ୍ ଏ ସି ଘୋଷଣା ବିଳମ୍ବ ଯୋଗୁଁ ଜନ ଅସନ୍ତୋଷ

ଚାନ୍ଦପୁର କୁ ଏନ୍ ଏ ସି ଘୋଷଣା ବିଳମ୍ବ ଯୋଗୁଁ ଜନ ଅସନ୍ତୋଷ

30

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୦୯- ରାଜ୍ୟ ସରକାର ପୈାରାଞ୍ଚଳ , ପଞ୍ଚାୟତ  ଓ ରାଜସ୍ୱ ଗ୍ରାମ ପୁର୍ନଗଠନ ପାଇଁ ପ୍ରସ୍ତାବ ରଖିଛନ୍ତି । କିନ୍ତୁ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଚାନ୍ଦପୁର ଗ୍ରାମ ପଞ୍ଚାୟତ  ବିଜ୍ଞାପିତ ଅଂଚଳ ହେବାପାଇଁ ସମସ୍ତ ଭିତ୍ତି ଭୂମି ଥାଇ ଆବେଦନ କରିଥିଲେ ମଧ୍ୟ ବିଳମ୍ବ ଯୋଗୁଁ ଜନ ଅସନ୍ତୋଷ ବ୍ୟାପିବାରେ ଲାଗିଛି । ଚାନ୍ଦପୁର ଗ୍ରାମ ପଞ୍ଚାୟତ ଓ କନ୍ଦନୟାଗଡ ଗ୍ରାମ ପଞ୍ଚାୟତ  ଉଭୟ ୧୬ ନଂ ଜାତୀୟ ରାଜପଥ କଡରେ ଗୋଟିଏ ମୁଦ୍ରା ର ଦୁଇଟି ପାଶ୍ୱର୍ ଭଳି ଅବସ୍ତିତ । ଉଭୟ ପଞ୍ଚାୟତ ବାସୀ ବୈଠକ ବସି ବିଜ୍ଞାପିତ ଅଂଚଳ ଘୋଷଣା ପାଇଁ ଜିଲ୍ଲାପାଳ ଙ୍କ ସହ ରାଜସ୍ୱ ବିଭାଗ କୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ସମାଜସେବୀ ମନୋଜ ଦାସ କୁହନ୍ତି ଯେ ଆମ୍ଭ ଉଭୟ ପଞ୍ଚାୟତ ର ଜନସଂଖ୍ୟା ୧୫ ହଜାର ରୁ ଉର୍ଦ୍ଧ ।


ପୁର୍ବତନ ଚ୍ୟାମ୍ବରର୍ସ ଅଫ୍ କମରର୍ସ ର ଚାନ୍ଦପୁର ସଭାପତି ତଥା ବର୍ତମାନ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଧନେଶ୍ୱର ଅଗ୍ରୱାଲ କୁହନ୍ତି ଚାନ୍ଦପୁର ଏକ ବ୍ୟବସାୟୀକ ପେଣ୍ଠସ୍ଥଳ । ଏଠାରେ କଞ୍ଚା ପରିବା ହାଟ ସାଙ୍ଗ କୁ ମାଛ ହାଟ ପର୍ଯ୍ୟନ୍ତ ରହିଅଛି । ତେଣୁ ରାଜସ୍ୱ ଆଦାୟ ର ପନ୍ଥା ଥିବାରୁ ବିଜ୍ଞାପିତ ଅଂଚଳ ଘୋଷଣା କରାଯାଉ । ବରିଷ୍ଠ ଆଇନଜୀବୀ କବିରାଜ ପ୍ରଧାନ କୁହନ୍ତି ଚାନ୍ଦପୁର ରେ ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ ନିବାସ ଠାରୁ ଆରମ୍ଭ କରି ଥାନା ମଧ୍ୟ ରହିଅଛି । ଆଇନତଃ ବିଜ୍ଞାପିତ ଅଂଚଳ ଘୋଷଣା କରିବାରେ କୈାଣସି ବାଧକ ନାହିଁ । ପଞ୍ଚାୟତ ନିର୍ବାଚନ ପୁର୍ବରୁ ଚାନ୍ଦପୁର କୁ ବିଜ୍ଞାପିତ ଅଂଚଳ ପରିଷଦ ଘୋଷଣା କରାନଗଲେ ଅସନ୍ତୋଷ ଆନ୍ଦୋଳନ ର ରୂପ ନେବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.