Home ଓଡ଼ିଶା ମୋଦିଙ୍କ ଜନ୍ମଦିନ: ବିଜେପି ମହିଳା ମୋର୍ଚ୍ଚାର ସେବା ଓ ସମର୍ପଣ ଅଭିଯାନ ..

ମୋଦିଙ୍କ ଜନ୍ମଦିନ: ବିଜେପି ମହିଳା ମୋର୍ଚ୍ଚାର ସେବା ଓ ସମର୍ପଣ ଅଭିଯାନ ..

66

ଭୁବନେଶ୍ୱର/ଜଗତସିଂହପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମ ଦିବସ ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ସେବା ଓ ସମର୍ପଣ ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ରିଷ୍ଣା ମହାନ୍ତିଙ୍କ ନେତୃତ୍ୱରେ ମହିଳା ମୋର୍ଚ୍ଚା ପକ୍ଷରୁ ଲଗାଣ ଲଘୁଚାପ ଜନିତ ବର୍ଷାରେ ପାଣି ଘେରରେ ଥିବା ଏରସମା ବ୍ଲକର ଏରସମା, ଜାନକୀଦେଇପୁର, ଗୋଡା, ଗଡ଼ହରିସପୁର, ବଳରାମପୁର, କୋଚିଳା ଦେବି, ସହରାକନ୍ଦା, ଗଡ଼ହରିସପୁର ଆଦି ଗ୍ରାମରେ ପହଞ୍ଚି ଚୁଡ଼ା, ଚିନି, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ପୁଡ଼ିଆ ଏବଂ ମାସ୍କ ଆଦି ବଣ୍ଟନ କରିବା ସହ ଲୋକ ମାନଙ୍କ ସମସ୍ୟା ଆଦି ବିଷୟରେ ପଚାରି ବୁଝିଥିଲେ। ସ୍ଥାନୀୟ ସମସ୍ୟା ଗୁଡ଼ିକୁ ପ୍ରଶାସନ ନିକଟରେ ପହଞ୍ଚାଇ ସମାଧାନ କରିବାକୁ ଉଦ୍ୟମ କରିବେ ବୋଲି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ରିଷ୍ଣା ମହାନ୍ତି ପ୍ରତିଶୃତି ଦେଇଥିଲେ। ଏହି ଅଭିଯାନରେ କ୍ରିଷ୍ଣା ମହାନ୍ତିଙ୍କ ସହ ନାରୀନେତ୍ରୀ ନିରୂପମା ସ୍ୱାଇଁ, ଜିଲ୍ଲା ମହିଳା ମୋର୍ଚ୍ଚା ଉପାଧ୍ୟକ୍ଷା ପ୍ରବନ୍ତିକା ବସ୍ତିଆ, ଜିଲ୍ଲା ମହିଳା ମୋର୍ଚ୍ଚା ସୋସିଆଲ୍ ମିଡିଆ ସଂଯୋଜିକା ଉମାରାଣୀ ଦାସ, ପଳାଶୁଳ ମଣ୍ଡଳ ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ଷଡ଼ଙ୍ଗୀ, ମନୋରମା ବେହେରା ପ୍ରମୂଖ ସାମିଲ୍ ହୋଇଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.