Home ଓଡ଼ିଶା ମନୋରମା ମହାପାତ୍ର ଙ୍କ ଦେହାନ୍ତ ରେ ରଣପୁର ଓୟୁଜେ ଶୋକ

ମନୋରମା ମହାପାତ୍ର ଙ୍କ ଦେହାନ୍ତ ରେ ରଣପୁର ଓୟୁଜେ ଶୋକ

106

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୯/୦୯- ନୟାଗଡ ଜିଲ୍ଲା ରଣପୁର ରେ ଓଡିଶା ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍ ତରଫରୁ ମନୋରମା ମହାପାତ୍ର ଙ୍କ ବିୟୋଗ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଅଛି । ସେ ଓଡିଶା ର ଜଣେ ଗର୍ବ ଗୈାରବ ଲେଖିକା , ସାହିତ୍ୟିକା , ଗାଳ୍ପିକା ପ୍ରତିଷ୍ଠିତ ଦକ୍ଷ ସମ୍ପାଦିକା ଥିଲେ । ୮୭ ବର୍ଷ ବୟଷ ରେ ତାଙ୍କ ଦେହାନ୍ତ ହୋଇଥିବା ଶୁଣୀ ରଣପୁର ଅଂଚଳ ର ସାମ୍ବାଦିକ , ଗାଳ୍ପିକ, ସାହିତ୍ୟିକ , ମାନେ ଶୋକ ପ୍ରକାଶ କରିଛନ୍ତି ।

ତାଙ୍କ ଅମରଆତ୍ମା ର ସଦ୍‌ଗତି କାମନା କରିଛନ୍ତି । ତାଙ୍କ ବିୟୋଗ ରେ ଓଡିଶା ର ସାହିତ୍ୟ ଜଗତ ରେ ଅତୂଳନୀୟ କ୍ଷତି ଘଟିଥିବା ବୁଦ୍ଧିଜୀବୀ ମାନେ ଶୋକ ସଭା ରେ ଯୋଗ ଦେଇ କହିଥିଲେ । ସେ ତାଙ୍କ ଜୀବନ ରେ ଦୈନିକ ସମାଜ ରେ ଜଣେ ଦକ୍ଷ ସମ୍ପାଦିକା ଭାବେ କାର୍ଯ୍ୟ ତୁଲାଇ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.