Home ଜିଲ୍ଲା ପରିକ୍ରମା ଚାକିରୀ ଅଙ୍ଗନୱାଡି କର୍ମୀ, କାମ ସାମାଜିକ କର୍ମୀ

ଚାକିରୀ ଅଙ୍ଗନୱାଡି କର୍ମୀ, କାମ ସାମାଜିକ କର୍ମୀ

198

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାକୁ କରୋନା ମହାମାରୀ ଧୀରେ ଧୀରେ ଆକ୍ରମଣ କରିବାରେ ଲାଗିଛି । ଏହାକୁ ମୁକାବିଲା କରିବା ପାଇଁ ମଧ୍ୟ ସରକାରୀ ଓ ବେସରକାରୀ, ସ୍ୱେଚ୍ଛାସେବୀଅନୁଷ୍ଠାନ ମାନ ମଧ୍ୟ ଲାଗିପଡିଛନ୍ତି । ଏପରି ସ୍ଥଳେ ଜଣେ ମହିଳା ବି ଏହାକୁ ମୁକାବିଲା କରିବା ପାଇଁ ଆଗେଇ ଆସିଛନ୍ତି । ଭଦ୍ରକ ଜିଲାର ଧାମନଗର ବ୍ଲକ୍ ଦୋବଲ ପଂଚାୟତର ଜଣେ ମହିଳା ହେଲେ ସକିଲା ବେଗମ୍ । ଦୋବଲର ମୁସ୍‌ଲିମ୍ ବସ୍ତି, ମିନି ଅଙ୍ଗନୱାଡିର ସେ ଜଣେ କର୍ମୀ ଅଟନ୍ତି । ସରକାରଙ୍କ ନିର୍ଦ୍ଦେଶରେ ଲୋକଙ୍କ ଘର ଘର ବୁଲି ସଚେତନ କରାଇବା ସହ କରୋନାର ମୁକାବିଲା କରିବାକୁ ସେ ପରାମର୍ଶ ଦେଉଛନ୍ତି । ସରକାରୀ କାମ ବ୍ୟତୀତ ଗରିବ ଲୋକଙ୍କୁ ମାଗଣାରେ ମାକ୍ସ ଯୋଗାଇ ଦେବାକୁ ଇଚ୍ଛା କଲେ ସେ । ଫଳରେ ସ୍ୱଳ୍ପ ଦରମାକୁ ଖାତିର ନକରି ବଜାରରୁ କପଡା ଓ ରବର କିଣି ନିଜେ ମାସ୍କ ତିଆରି କରି ଗରିବ ଲୋକଙ୍କୁ ବାଣ୍ଟୁଛନ୍ତି ସେ । ଏହି ବିପତ୍ତି ସମୟରେ ଗରିବ ଲୋକଙ୍କୁ ଘର ଘର ନେଇ ମାସ୍କ ଦେବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି । ବେଗମ୍‌ଙ୍କ ଏପରି ସାମାଜିକ ସେବାକୁ ସାଧାରଣରେ ପ୍ରଶଂସା କରାଯାଇଛି । ଭଦ୍ରକ ଜିଲାପାଳ ଡ. ଜ୍ଞାନ ଦାସ ମଧ୍ୟ ଅଙ୍ଗନୱାଡି କର୍ମୀଙ୍କ ଏହିପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.