Home ଜିଲ୍ଲା ପରିକ୍ରମା ରାଷ୍ଟ୍ରପତି ପୁରସ୍କାର ପାଇଁ ଧାମନଗର ମାଟିରୁ ୩ ଜଣ ସ୍ୱାଧୀନତା ସଂଗ୍ରାମୀ ମନୋନୀତ

ରାଷ୍ଟ୍ରପତି ପୁରସ୍କାର ପାଇଁ ଧାମନଗର ମାଟିରୁ ୩ ଜଣ ସ୍ୱାଧୀନତା ସଂଗ୍ରାମୀ ମନୋନୀତ

171

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପରାଧୀନ ଭାରତକୁ ସ୍ୱାଧୀନତା ଆଣିବାରେ ଯେଉଁମାନେ ନିଜ ଲୁହ ଲୋହୁ ଢାଳି ସମଗ୍ର ଭାରତବାସୀଙ୍କୁ ସ୍ୱାଧୀନତା ଆଣି ଦେଇଥିଲେ । ସେମାନେ ହେଉଛନ୍ତି ଏ ମାଟିର ବୀରପୁତ୍ର ତଥା ସ୍ୱାଧୀନତା ସଂଗ୍ରାମୀ ଯେଉଁମାନଙ୍କ ପାଇଁ ଗର୍ବ ଅନୁଭବ କରେ ଏ ଓଡ଼ିଶା ମାଟି । ସେହି ଦେଶପ୍ରେମୀ ମାନଙ୍କର ତ୍ୟାଗ ବଳିଦାନକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ତରଫରୁ ଆସନ୍ତା ଅଗଷ୍‌ଟ ୯ ତାରିଖ କ୍ରାନ୍ତି ଦିବସରେ ରାଷ୍ଟ୍ରପତି ପକ୍ଷରୁ ପୁରସ୍କୃତ ହେବାକୁ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ ଭଦ୍ରକ ଜିଲାର ଧାମନଗର ବ୍ଲକ୍‌ରୁ ତିନିଜଣ ସଂଗ୍ରାମୀଙ୍କୁ ପୁରସ୍କୃତ କରାଯିବ । ସେମାନେ ହେଲେ ଧୁଷୁରୀ ପଂଚାୟତର ରାମହରି ଗୋସ୍ୱାମୀ, ଗୌରୀଶ୍ୟାମ ଗୋସ୍ୱାମୀ ଓ ବୟାଙ୍ଗଡିହ ପଂଚାୟତ କମାରବନ୍ଧର ବ୍ରଜକିଶୋର ରାଉତଙ୍କୁ ପୁରସ୍କୃତ କରାଯିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କରୋନା କଟକଣା ପାଇଁ ଏହି ପୁରସ୍କୃତ ଉତ୍ସବ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମ ବାତିଲ କରାଯାଇଛି । ସେ ଦୃଷ୍ଟିରୁ ଭଦ୍ରକ ଜିଲା ପ୍ରଶାସନ ତରଫରୁ ଜିଲାପାଳଙ୍କ ଦ୍ୱାରା ଅଗଷ୍ଟ ୯ ତାରିଖରେ ମନୋନୀତ ସ୍ୱାଧୀନତା ସଂଗ୍ରାମୀଙ୍କ ବାସଭବନକୁ ଯାଇ ରାଷ୍ଟ୍ରପତିଙ୍କ ପୁରସ୍କାର ପ୍ରଦାନ କରିବା ସହ ସଂଗ୍ରାମୀ ମାନଙ୍କୁ ସମ୍ବର୍ଦ୍ଧିତ କରିବାକୁ କେନ୍ଦ୍ର ସରକାର ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସାରା ଓଡ଼ିଶାରେ ରାଷ୍ଟ୍ରପତି ୧୦ ଜଣଙ୍କୁ ମନୋନୀତ କରିଥିବାବେଳେ ଭଦ୍ରକ ଜିଲା ଧାମନଗର ବ୍ଲକ୍‌ର ସହୀଦ ପବିତ୍ର ମାଟିରୁ ତିନି ଜଣ ସ୍ୱାଧୀନତା ସଂଗ୍ରାମୀ ମନୋତୀ ହେଇଥିବାରୁ ଧାମନଗର ଅଂଚଳ ପାଇଁ ଗର୍ବ ଗୌରବର ବିଷୟ ପାଳଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.