Home ଜିଲ୍ଲା ପରିକ୍ରମା ନଳଗୋହିରା ବଜାରରେ ରାସ୍ତା ସଂପ୍ରସାରଣ : ୩ ପ୍ଲାଟୁନ ଫୋର୍ସ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସରିଲା...

ନଳଗୋହିରା ବଜାରରେ ରାସ୍ତା ସଂପ୍ରସାରଣ : ୩ ପ୍ଲାଟୁନ ଫୋର୍ସ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସରିଲା କାର୍ଯ୍ୟ

178

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଂଶଡା ଥାନା ଅର୍ନ୍ତଗତ ନଳଗୋହିରା ବଜାର ଠାରେ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଆଜି ସଂପର୍ଣ ହୋଇଯାଇଛି । ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଚାନ୍ଦବାଲି ଏସଡିପିଓ ଉମାଶଙ୍କର ମହାରଣା ବାଂଶଡା ଥାନା ଆଇ ଆଇ ସି କରୁଣାକର ରାଉତ ,ଧାମରା ସୁପରଭାଇଜର ଦାଶରଥି ଦାସଙ୍କ ଉପସ୍ଥିତିରେ ଆଜି ଏହି ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଚୌଧୁରୀଘାଟ -ମତୋ ଦୀର୍ଘ ୧୦କି.ମି ରାସ୍ତା ର ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ନଳଗୋହିରା ବଜାର ଠାରେ ଏହି ରାସ୍ତା ସଂକୀର୍ଣ ହୋଇ ପଡିଥିଲା । ଏହି ବଜାରରେ ୪୦ରୁ ଉର୍ଦ୍ଧ ସ୍ଥାନୀୟ ଦୋକାନୀ ରାସ୍ତାକୁ କବଜା କରି ନେଇ ନିଜର ବ୍ୟବସାୟ ଚଳାଇଥିଲେ । ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ବହୁବାର ସ୍ଥାନୀୟ ଲୋକଙ୍କୁ କହିବା ସହ ଏହି ରାସ୍ତାରୁ ହଟିଯିବା ପାଇଁ ଆଦେଶ ଦେଇଥିଲେ ମାତ୍ର ସେହି ଆଦେଶ କୁ ସ୍ଥାନୀୟ ଲୋକ ଫୁ କରି ଦେଇଥିବା ବେଳେ ସେମାନେ କୌଣସି ପରିସ୍ଥିତିରେ ଏହି ସ୍ଥାନରୁ ହଟିବେ ନାହିଁ ବୋଲି ପ୍ରଶାସନକୁ ଜଣାଇଥିଲେ । ସ୍ଥାନୀୟ ଦୋକାନୀ ମାନଙ୍କୁ ଚାନ୍ଦବାଲି ତହସିଲଦାର ନୋଟିସ କରି ଜୁଲାଇ ୧୫ତାରିଖ ସୁଦ୍ଧା ହଟିବା ପାଇଁ ଆଦେଶ ଦେଇଥିଲେ । ଗତକାଲି ସୁଦ୍ଧା କୌଣସି ଦୋକାନୀ ନିଜ ସ୍ଥାନରୁ ହଟି ନଥିବା ବେଳେ ଆଜି ସକାଳ ୧୧ଟା ସମୟରେ ମାଜିଷ୍ଟ୍ରେଟଙ୍କ ,୩ପ୍ଲାଟୁନ ଫୋର୍ସ ଏବଂ ବୁଲଡୋଜର ସହାୟତାରେ ୪୦ଟି ଦୋକାନକୁ ରାସ୍ତାରୁ ହଟାଇ ସରକାରୀ ସ୍ଥାନ କୁ କବଜା ମୁକ୍ତ କରାଇଥିଲେ । ଏଥିସହ ଏହି ବଜାର ଠାରେ ଥିବା ଏକ ମନ୍ଦିରକୁ ମଧ୍ୟ ଭଙ୍ଗା ଯାଇ ରାସ୍ତା ସଂପ୍ରସାରଣ କାର୍ଯ୍ୟ ଶେଷ ହୋଇଥିଲା । ଏହି ସଂପ୍ରସାରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନଥିବା ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାରଙ୍କ ନିକଟରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.