Home ଜିଲ୍ଲା ପରିକ୍ରମା ଚାକିରି ପାଇଁ ମୁଖ୍ୟ ଚକିିତ୍ସାଳୟ ଭିତରେ ଭିଡ : ସାମାଜିକ ଦୂରତାକୁ ଫୁ’ କରିଦେଲା ସ୍ୱାସ୍ଥ୍ୟବିଭାଗ

ଚାକିରି ପାଇଁ ମୁଖ୍ୟ ଚକିିତ୍ସାଳୟ ଭିତରେ ଭିଡ : ସାମାଜିକ ଦୂରତାକୁ ଫୁ’ କରିଦେଲା ସ୍ୱାସ୍ଥ୍ୟବିଭାଗ

134

ଭଦ୍ରକ, ୨୪-୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୁରୁବାର, ସମୟ ସକାଳ ୧୦ଟା। ଜିଲା ମୁଖ୍ୟ ଚକିତ୍ସାଳୟ ଆଗରେ ଶହଶହ ମହିଳା ଓ ଯୁବତୀଙ୍କ ଭିଡ। କ’ଣ ନା ଚାକିରି ପାଇଁ ଆସିଛୁ। ସାମାଜିକ ଦୂରତା ତ ପରରର କଥା ଆଶୟୀମାନେ ଭଲକରି ଛିଡା ହେବା ପାଇଁ ବି କସରତ କରୁଥିଲେ। ପୁଲିସ ଅଥବା ଡାକ୍ତରଖାନାରେ ନିୟୋଜିତ ସୁରକ୍ଷା କର୍ମଚାରୀ କେହି ଏହି ଭିଡକୁ ରୋକିବା ଲାଗି ଚିନ୍ତା କରିନଥିଲେ। କାରଣ ଭିଡର କାରଣ ଥିଲା ନିଜେ ସ୍ୱାସ୍ଥ୍ୟ ବିଭାଗ। ଜିଲାର ପଂଚାୟତସ୍ତରରେ କୋଭିଡ କେୟାର ହୋମ ସ୍ଥାପନ ଲାଗି ୨୦୯ଟି ଏଏନଏମ୍ ପଦ ଲାଗି ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଥିଲାଗି ‘ୱାକ ଇନ ଇଂଟରଭ୍ୟୁ’ ଆମନ୍ତ୍ରଣ କରାଯାଇଥିଲା। ସେଥିପାଇଁ ଦିନ ୯ଟା ବେଳକୁ ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଶାୟୀଙ୍କ ଭିଡ ଆରମ୍ଭ ହୋଇଥିଲା। କିଛି ସମୟ ମଧ୍ୟରେ ଏହା ଭିଡ ଅସମ୍ଭାଳ ହୋଇଥିଲା। ଛୋଟ ପରିସର ମଧ୍ୟରେ ଶହଶହ ଆଶାୟୀଙ୍କ ଉପସ୍ଥିତି କରୋନା ମୁକାବିଲା/ସାମାଜିକ ଦୂରତାକୁ ଫୁ’ କରି ଦେଇଥିଲା। ତା’ରି ଭିତରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଇଂଟରଭ୍ୟୁ/ ସାର୍ଟିଫିକେଟ ଯାଂଚ ଆରମ୍ଭ ହୋଇଥିଲା। ଆଶାୟୀଙ୍କ କହିବା କଥା ହେଲା ‘କରୋନାକୁ ତ ଆମର ଭୟ ଅଛି, କିନ୍ତୁ ଚାକିରି ପାଇଁ ତ ଆମେ ବହୁଦିନ ହେଲା ଆଶୟୀ ଅଛୁ। ସ୍ୱାସ୍ଥ୍ୟବିଭାଗ ଆମନ୍ତ୍ରଣରେ ଆମେ ଆସିଛୁ, ସାମାଜିକ ଦୂରତା ରକ୍ଷା କରିବାର ବ୍ୟବସ୍ଥା ବିଭାଗ କରିବାର କଥା’। ଅପରପକ୍ଷେ ଭିଡ ସମ୍ପର୍କରେ ନୂତନ ଭାବେ ଯୋଗ ଦେଇଥିବା ସିଡିଏମଓ ଡାକ୍ତର ସନ୍ତୋଷ କୁମାର ପାତ୍ର କୁହଂତି ‘ଆମେ ୱାକ ଇନ ଇଂଟରଭ୍ୟୁ ୩ଦିନ ପାଇଁ ରଖିଥିଲୁ। ପ୍ରଥମ ଦିନରେ ଏତେ ସଂଖ୍ୟାରେ ଆସିଯିବେ ବୋଲି କଳନା କରିନଥିଲୁ। ଆଗକୁ ଚେଷ୍ଟା କରୁଛୁ ସାମାଜିକ ଦୂରତା ରକ୍ଷା ପାଇଁ’। ତେବେ ଆଜି ଏହି ଘଟଣା ସୋସିଆଲ ମିଡିଆରେ ବେଶ ଚର୍ଚାରେ ଅଛି। କରୋନା ମୁକାବିଲା ପାଇଁ ସାମାଜିକ ଦୂରତାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଦୂରଦର୍ଶିତାର ଅଭାବ ଯୋଗୁ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବୋଲି କୁହାଯାଉଛି। ଏହାକୁ ନେଇ ସ୍ୱାସ୍ଥ୍ୟବିଭାଗ ଆଜି ସମାଲୋଚନାର ଶରବ୍ୟ ପାଲିଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.