Home କେନ୍ଦୁଝର ବେଆଇନି ବାଲି ଉତ୍ତୋଳନକୁ କେନ୍ଦ୍ରକରି ସମଣାରେ ଉତ୍ତେଜନା, ଜୋର ଜବରଦସ୍ତ ବାଲିଗାଡି ଛଡାଇନେଲେ ମାଫିଆ

ବେଆଇନି ବାଲି ଉତ୍ତୋଳନକୁ କେନ୍ଦ୍ରକରି ସମଣାରେ ଉତ୍ତେଜନା, ଜୋର ଜବରଦସ୍ତ ବାଲିଗାଡି ଛଡାଇନେଲେ ମାଫିଆ

110

ହାଟଡିହି ୨୪ । ୭ 🙁 ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଏବେ ଏବେ ବେଆଇନି ବାଲି ଉତ୍ତୋଳନ ଦ୍ରୁତ ଗତିରେ ବଢ଼ିଚାଲିଛି । ମାଫିଆମାନେ ପ୍ରଶାସନକୁ ହାତକରି ସେମାନଙ୍କ ବେପାରକୁ ମଜବୁତ କରୁଥିବା ଅଭିଯୋଗ ହୋଇ ଆସୁଛି । ଶହଶହ ବାଲିମାଫିଆ ଏବେ ବୈତରଣୀ କୁଳେ କୁଳେ ସେମାନଙ୍କ ପସରା ମେଲାଇ ଚାଲିଛନ୍ତି । ଯେଉଁଠି ଦେଖିବ ସେଠି ବାଲି ଗଦା । କେଉଁଠି ୫୦ଟ୍ରିପ ତ ଆଉ କେଉଁଠି ଶହେ ଟ୍ରିପ ବାଲି ପଡିଛି । କିଏ ମେସିନିରେ ତାଡୁଛି ତ ଆଉ କେିଏ ଲୋକ ଲଗାଇ ବାଲି ଉଠାଉଛନ୍ତି । ପ୍ରଶାସନ ଚୁପ ହୋଇଯାଇ ଥିବାରୁ ବାଲି ମାଫିଆମାନେ ଖୁଲାମଖୁଲା ବାଲି ଉତ୍ତୋଳନ ଓ ବାଲି ଚାଲାଣ କରିବାରେ ସକ୍ରୀୟ ହୋଇପଡିଛନ୍ତି । ଫଳରେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ଘଟୁଛି । ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ଅଧିକାରୀ ମାନେ ଚୁପ ହୋଇ ବସିଛନ୍ତି । ଆଜି ସମଣା ଗ୍ରାମରେ ବାଲି ପରିବହନକୁ ବନ୍ଦ କରିବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ସମଣା ବାଲିଘାଟରୁ ବେ ଆଇନି ଭାବେ ଗତ କିଛିଦିନ ହେଲା ଦିନରାତି ବାଲି ଉତ୍ତୋଳନ ଓ ପରିବହନ ହୋଇ ଆସୁଛି । ଅନେକ ବାଲି ମାଫିଆ ଦୈନିକ ଶହଶହ ଟ୍ରାକ୍ଟର ବାଲି ଉତ୍ତୋଳନ କରି ବିଭିନ୍ନ ଛକରେ ଗଚ୍ଛିତ କରିବା ସହିତ ତାକୁ ବାହାରକୁ ଚାଲାଣ କରୁଛନ୍ତି । ଏପରିକି ବାଲିଗାଡି ଯିବା ଆସିବା ଦ୍ୱାରା ଲୋକମାନେ ଠିକ ଭାବେ ଶୋଇ ମଧ୍ୟ ପାରୁ ନାହାନ୍ତି । ଏନେଇ ଗ୍ରାମର କିଛି ବ୍ୟକ୍ତି ତହସିଲଦାର ଓ ଆର.ଆଇଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା । ଫଳରେ ଗ୍ରାମର କିଛି ଯୁବକ ଆଜି ସକାଳେ ଗୋଟିଏ ଟ୍ରାକ୍ଟରକୁ ଅଟକାଇ ପୁଲିସକୁ ସୁଚନା ଦେଇଥିଲେ । କୌଣସି ବାଲି ବୋଝେଇ ଟ୍ରାକ୍ଟରକୁ ଏହି ରାସ୍ତା ଦେଇ ନଛାଡିବାଲାଗି ଗାଁ ଲୋକେ ନିଷ୍ପତି ନେଇଥିଲେ । ଏହାର କିଛି ସମୟପରେ କିଛି ବାଲି ମାଫିଆ ସେଠାରେ ପହଞ୍ଚି ଗାଡିକୁ ଅଟକ ରଖିଥିବା ଗ୍ରାମବାସୀଙ୍କୁ ଗାଳି ଗୁଲଜ କରିବା ସହିତ ଖଣ୍ଡା ଓ ଭୁଜାଲି ଧରି ସମସ୍ତଙ୍କୁ ଗୋଡାଇଥିଲେ । ଜୀବନ ଭୟରେ ଗ୍ରାମବାସୀମାନେ ଛତ୍ରଭଙ୍ଗ ଦେବାପରେ ମାଫିଆମାନେ ବାଲି ଟ୍ରାକ୍ଟରକୁ ନେଇଯାଇଥିଲେ । ଏହାକୁନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଥ୍‌ôଲା । ପରେ ନନ୍ଦିପଦା ଥାନା ଅଧିକାରୀ ମଦନ ନାୟକ ପୁଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଠାରୁ ସମସ୍ତ ଅଭିଯୋଗ ଶୁଣିବାପରେ ଗାଁ ଲୋକଙ୍କ ଠାରୁ ଲିଖିତ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛନ୍ତି । ପୁର୍ବରୁ ଏଠାରେ ବାଲିଘାଟ ବିବାଦକୁ ନେଇ ପୁର୍ବତନ ସରପଞ୍ଚଙ୍କୁ ଦିନ ଦିପ୍ରହରେ ହତ୍ୟା କରାଯାଇଥିବାବେଳେ ପୁନର୍ବାର ଏହି ବାଲିଘାଟକୁ ନେଇ ଗାଁରେ ବିବାଦ ଉପୁଯିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ରାଜସ୍ୱ ନିରୀକ୍ଷଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଏପରି ବାଲି ଚୋରା ଚାଲାଣ ହେଉଥିବାବେଳେ ରାଜସ୍ୱ ନିରୀକ୍ଷକ କି ତହସିଲ କର୍ତ୍ତୁପକ୍ଷ କାହିଁକି କୌଣସି ପଦକ୍ଷେପ ନେଉ ନାହାନ୍ତି ତାହାକୁନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶାସନ ତୁରନ୍ତ ଏହି ବେଆଇନି ବାଲି ଘାଟ ଉପରେ ଚଢ଼ାଉକରି ଏହାକୁ ବନ୍ଦ କରିବା ସହିତ ବେଆଇନି ଭାବେ ଗଚ୍ଛିତ ରଖିଥିବା ଶହଶହ ଟ୍ରିପ ବାଲିକୁ ତୁରନ୍ତ ଜବଦ କରୁ ନଚେତ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.