Home Coronavirus Outbreak ଚଳିତ ମାସ ସୁଦ୍ଧା ରାଜ୍ୟର ୩୬ଟି ସ୍ଥାନରେ ୬,୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ –...

ଚଳିତ ମାସ ସୁଦ୍ଧା ରାଜ୍ୟର ୩୬ଟି ସ୍ଥାନରେ ୬,୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ – ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

365

ଭୁବନେଶ୍ୱର ୧୪-୪ (ଓଡ଼ିଆ ପୁଅ) ଆଗାମୀ ଏକ ସପ୍ତାହ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲାରେ କୋଭିଡ୍ ହସ୍‌ପିଟାଲ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଚଳିତ ମାସ ସୁଦ୍ଧା ରାଜ୍ୟର ୩୬ଟି ସ୍ଥାନରେ ୬,୦୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍‌ପିଟାଲ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ଦକ୍ଷିଣ ଓଡିଶାର MKCGରେ କୋଭିଡ୍ ପରୀକ୍ଷଣ ସୁବିଧା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଆଗାମୀ ଦୁଇ ଦିନ ମଧ୍ୟରେ ଅର୍ଥାତ ଅପ୍ରେଲ ୧୬ ତାରିଖ ସୁଦ୍ଧା ବୁର୍ଲାର ଭିମାସାରରେ କୋଭିତ୍ ପରୀକ୍ଷା ସୁବିଧା ଉପଲବ୍ଧ କରିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଆଇ.ଜି.ଏଚ୍ ରାଉରକେଲାରେ କୋଭିଡ ପରୀକ୍ଷଣ ଆରମ୍ଭ କରାଯାଇଥିବା ବିଷୟ ବୈଠକରେ ସୂଚନା ଦିଆଯାଇଥିଲା।

କୋଭିଡ ସଂକ୍ରମଣ ନିୟନ୍ତ୍ରଣରେ ନିୟୋଜିତ ପୋଲିସ ତଥା ପ୍ରଶାସନିକ ଅଧିକାରୀମାନଙ୍କୁ ଏବଂ ଅନ୍ୟ ସମସ୍ତଙ୍କୁ ଏ ସଂକ୍ରାନ୍ତରେ ସର୍ବୋତ୍ତମ ତାଲିମ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏ ପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନର ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କୁ ବିଭିନ୍ନ ସ୍ତରରେ ତାଲିମ ଦିଆଯାଇ ସାରିଛି।

ଏହି ସମୟରେ ପାରିବାରିକ ହିଂସା ମଧ୍ୟ ଏକ ଚିନ୍ତାର ବିଷୟ। ତେଣୁ ଅଭ୍ୟାସଗତ ଅପରାଧୀ ମାନଙ୍କୁ ଚିହ୍ନଟ କରିବା ଏବଂ ଫୋନ କଲ୍ ଜରିଆରେ ଅଭିଯୋଗକାରୀମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୋଲିସକୁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.