Home ଓଡ଼ିଶା ଇଣ୍ଡିଆ ଗଟ ଟ୍ୟାଲେଟଂ ପ୍ରତିଯୋଗୀତାରେ ଆଓମା ଗୁରୁକୂଳରୁ ୧୨ଜଣ ଆଦିବାସୀ ଛାତ୍ର ଭାଗନେଲେ

ଇଣ୍ଡିଆ ଗଟ ଟ୍ୟାଲେଟଂ ପ୍ରତିଯୋଗୀତାରେ ଆଓମା ଗୁରୁକୂଳରୁ ୧୨ଜଣ ଆଦିବାସୀ ଛାତ୍ର ଭାଗନେଲେ

47

ମାଲକାନଗିରି,୧୮ା୧୧ (ଓଡିଆ ପୁଅ ) ମୁମ୍ବାଇ ଠାରେ ଆସନ୍ତା୨୪ତାରିଖରେ ସୋନି ଚ୍ୟାନେଲରେ ଆୟୋଜିତ ସବ ର୍ଭାରତୀୟସ୍ତରିୟ ଇଣ୍ଡିଆ ଗଟ ଟ୍ୟାଲେଟଂ ପ୍ରତିଯୋଗୀତାରେ ମାଲକାନଗିରି ଜିଲ୍ଲାର ୧୨ଜଣ ବଣ୍ଡା,କୋୟା, ପରଜା,କନ୍ଧ ଆଦିବାସୀ ସଂପ୍ରଦାୟର ଛାତ୍ର ମାନେ ଭାଗ ନେଉଛନ୍ତି । ଏହି ପ୍ରତିଯୋଗୀ ମାନେ ଜିଲ୍ଲା ସଦର ମହକୁମାଠାରେ ଥିବା ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଅଲ୍‌ଓଡିଶା ମାର୍ଶଲଆର୍ଟ ଏକାଡେମୀ(ଆଓମା ଗୁରକୂଳ) ର ଛାତ୍ର ମାନେ, ସେମାନଙ୍କୁ ସ୍ୱତନ୍ତ୍ର ଭାବେ କଳା କୌଶଳ ତାଲିମ ଦିଆଯାଇଛି । ଆଜି ୧୨ଜଣ ପ୍ରତିଯୋଗୀଙ୍କ ସହିତ ୨ଜଣ ଗାଇଡ ମୁମ୍ବାଇ କୁ ଯାତ୍ରା କରିଛନ୍ତି । ଏହି ପ୍ରତିଯୋଗୀ ମାନେ ପୁବ ର୍ରୁ ଗ୍ରାଉଣ୍ଡ ଅଡିସନ,ଟେକନିକାଲ ଅଡିସନ ପାସ କରିବାପରେ ଆସନ୍ତା ୨୪ତାରିଖରେ ଫାଇନାଲ ଜଜ୍ ରାଉଣ୍ଡ ପାଇଁ ମନୋନୀତ ହୋଇଛନ୍ତି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ପାଇଁ ଗୌରବ ଆଣୁଥିବା ସମସ୍ତ ପ୍ରତିଯୋଗୀଙ୍କୁ ଜିଲ୍ଲାୁପ୍ରଶାନ,ଜିଲ୍ଲାବାସୀ ଓ ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ଓ ଜୁଡୋ ଏସୋସିଏସନର ମୁଖ୍ୟ ବିନାଶ କୁମାର ମିଶ୍ର ସଭାପତି ରତ୍ନାକରଦାଶ ସେମାନଙ୍କୁ ସଫଳତା କାମନା କରି ସେମାନଙ୍କୁ ପ୍ରରଣା ଦେବା ସହିତ ଉତ୍ସାହିତ କରଥିଲେ ସୁଚନା ଯୋଗ୍ୟ ଯେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଓମା ଓ ଜୁଡୋ ସଂସ୍ଥାରେ ତାଲିମ ନେଇ ଶତାଧିକ ଆଦିବାସୀ ଛାତ୍ର ଛାତ୍ରୀ ରାଜ୍ୟ,ଜାତୀୟ, ଆନ୍ତର୍ଜାତୀୟସ୍ତର ପ୍ରତି ଯୋଗୀତାରେ ଭାଗନେଇ ଅନେକ ଥର ସ୍ୱଣ୍ଣ ର୍,ରୌପ୍ୟ,ବ୍ରୋଚଂ ପଦକ ହାସଲକରି ରାଜ୍ୟ ଓ ଜିଲ୍ଲାର ଗୌରବ ବଢାଇଛନ୍ତିା

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.