Home ଓଡ଼ିଶା ଚଳିତବର୍ଷ ଅକ୍ଷୟତୃତୀୟା ନୀତି ଓ ରଥ ଅନୁକୂଳ ନୀତି ଶ୍ରୀମନ୍ଦିର ପରିସରରେ ମଧ୍ୟରେ ଅନୁଷ୍ଠିତ ହେବ

ଚଳିତବର୍ଷ ଅକ୍ଷୟତୃତୀୟା ନୀତି ଓ ରଥ ଅନୁକୂଳ ନୀତି ଶ୍ରୀମନ୍ଦିର ପରିସରରେ ମଧ୍ୟରେ ଅନୁଷ୍ଠିତ ହେବ

189

ପୁରୀ, ୨୫/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଗତକାଲି ସନ୍ଧ୍ୟାରେ ଗୋବର୍ଦ୍ଧନ ପୀଠରେ ଏକ ବୈଠକ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସ୍ୱାମୀ ସରସ୍ୱତୀ ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଗଜପତି ମହାରାଜା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକଳ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ବିଭିନ୍ନ ସେବାୟତ ନିଯୋଗର ମୁଖ୍ୟ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହି ଅକ୍ଷୟତୃତୀୟା ନୀତି ଓ ରଥ ଅନୁକୂଳ ନୀତି କିପରି ସଂପନ୍ନ କରାଯିବ ସେ ସଂପର୍କରେ ପୁଙ୍ଖାନୁପୁଙ୍ଖଭାବେ ଆଲୋଚନା କରାଯାଇଥିଲା। ଦେଶରେ ଏବେ ଲକଡାଉନ ଚାଲିଥିବା ବେଳେ ଓ କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶ ଅନୁଯାୟୀ କୌଣସିଧର୍ମାନୁଷ୍ଠାନ କାର୍ଯ୍ୟ ବାହାରେ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଥିବା ଯୋଗୁଁ ଚଳିତବର୍ଷ ଅକ୍ଷୟତୃତୀୟା ନୀତି ଓ ଚନ୍ଦନଯାତ୍ରା ନୀତି ଶ୍ରୀମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିଲା। ଏବଂ ପରମ୍ପରା ଅନୁଯାୟୀ ଅକ୍ଷୟତୃତୀୟା ଦିନ ରଥ ନିର୍ମାଣର କାଠ ଅନୁକୂଳ କରାଯିବା ବିଧି ଥିବାଯୋଗୁଁ ତାହା ମଧ୍ୟ ଶ୍ରୀମନ୍ଦିର ପରିସରରେ ଅନୁଷ୍ଠିତ ହେବା ପାଇଁ ନିଷ୍ପତି ନିଆଯାଇଛି। ଆଜି ପୂର୍ବାହ୍ନରେ ଏ ସଂପର୍କରେ ଏକ ବୈଠକ ଜିଲ୍ଲାପାଳ ବଲବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସମସ୍ତ ନୀତି ସଂପର୍କରେ ସେବାୟତମାନଙ୍କ ସହ ଆଲୋଚନା କରାଯାଇଥିଲା। ଏହି ବୈଠକରେ ସମସ୍ତ ନିଯୋଗର ସଭ୍ୟ, ମନ୍ଦିର ପରିଚାଳନା କମିଟିର ସଭ୍ୟମାନେ ଉପସ୍ଥିତ ରହି ଆଲୋଚନା କରିବା ସହ ଏହି କାର୍ଯ୍ୟକୁ ସମସସ୍ତେ ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ। ଶ୍ରୀମନ୍ଦିର ପରିସରରେ ଥିବା ଚାହାଣୀ ମଣ୍ଡପରେ ଯଜ୍ଞ ହୋମ ଆଦି କରାଯିବା ସହ ମହାପ୍ରଭୁଙ୍କର ଆଜ୍ଞାମାଳ ରଥକାଠ ନିକଟକୁ ଆସିବା ପରେ ରଥକାଠ ଅନୁକୂଳ କରାଯିବ ବୋଲି ସ୍ଥିର ହୋଇଛି। ଏ ସମସ୍ତ ନୀତି ସଂପନ୍ନ ବେଳେ ସାମାଜିକ ଦୂରତା ମଧ୍ୟ ରକ୍ଷା କରାଯାଇ ବିଧି କରାଯିବ। ରଥ ଅନୁକୂଳ ସମୟରେ ଶ୍ରୀମନ୍ଦିର ପୁରୋହିତଙ୍କ ସମେତ ୧୧ଜଣ ବ୍ରାହ୍ମଣ ରହୁଥିବା ବେଳେ ଚଳିତବର୍ଷ ଏହାକୁ ୫ରେ ସୀମିତ କରାଯାଇଛି। ଯେଉଁ ସବୁ ବିଧି ରହିଛି ସେ ସମସ୍ତ ବିଧି ମଧ୍ୟ ଶ୍ରୀମନ୍ଦିର ପରିସରରେ ସଂପନ୍ନ କରାଯିବ ବୋଲି ଶ୍ରୀମନ୍ଦିର ପୁରୋହିତ ତଥା ପରିଚାଳନା କମିଟି ସଦସ୍ୟ ଡଃ ସିଦ୍ଧେଶ୍ୱର ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଏହି ବିଧି ସମସ୍ତ ଶାସ୍ତ୍ର ସମ୍ମତ। ତେଣୁ ଏଥିରେ କୌଣସି ତ୍ରୁଟି ରହିନାହିଁ। ମହାପ୍ରଭୁଙ୍କର ପବିତ୍ର ଘୋଷଯାତ୍ରା କିପରି ହେବ ସେଥି ନିମନ୍ତେ ସମସ୍ତ ସେବାୟତ ସଂକଳ୍ପ ବଦ୍ଧ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.