Home ଓଡ଼ିଶା ସେଂଟ ଜୋନ୍ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଆମ୍ବୁଲାନ୍ସ ପ୍ରଦାନ

ସେଂଟ ଜୋନ୍ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଆମ୍ବୁଲାନ୍ସ ପ୍ରଦାନ

206
ପୁରୀ, ୨୫/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନା ମୁକାବିଲା ନିମନ୍ତେ ସେଂଟ ଜୋନ୍ ଆମ୍ବୁଲାନ୍ସ ପକ୍ଷରୁ ଏକ ଆମ୍ବୁଲାନ୍ସକୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି। କରୋନା ମୁକାବିଲା ଅଭିଯାନ ଶେଷ ହେବା ପର୍ଯ୍ୟନ୍ତ ଏହି ଆମ୍ବୁଲାନ୍ସ ସିଡିଏମଓଙ୍କ ତତ୍ୱାବଧାନରେ ରହିବ। ଜିଲ୍ଲାପାଳ ଶ୍ରୀ ବଲବନ୍ତ ସିଂ ଏହାକୁ ଆଜି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ କୋବିଡ ଚିକିତ୍ସା କେନ୍ଦ୍ର ପରିସରରେ ଶୁଭାରମ୍ଭ କରିଥିଲେ। ଏଥିନିମନ୍ତେ ସେଂଟ ଜୋନ୍ ଆମ୍ବୁଲାନ୍ସର ସହଯୋଗୀ ପୁରୀ ମୁରାରୀ ଆମ୍ବୁଲାନ୍ସ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯାଇଛି। ଏହି ଆମ୍ବୁଲାନ୍ସୋର ଅମ୍ଳଜାନ ଯୋଗାଣ, ମନିଟର, ଭେଂଟିଲେଟର ଭଳି ଜୀବନ ରକ୍ଷାକରୀ ବ୍ୟବସ୍ଥା ଉପଲବ୍ଧ। ଏହାର ପରିଚାଳନା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆବଶ୍ୟକୀୟ ଅଭିଜ୍ଞ କର୍ମଚାରୀ ମୁତୟନ କରାଯିବ। ଉକ୍ତ ଆମ୍ବୁଲାସର ପଞ୍ଜିକରଣ ନମ୍ବର ଓଡି ୩୩ଏକ୍ସ ୦୬୭୫ ରହିଛି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ, ସିଡିଏମଓ ଡା. ନୀଳକଂଠ ମିଶ୍ର, ସେଂଟଜୋନ୍ ଆମ୍ବୁଲାନ୍ସର ଗିରିଶଚନ୍ଦ୍ର ଶତପଥୀ, ପ୍ରସନ୍ନ ପାଢୀ, ପ୍ରମୋଦ ବାରିକ, ସନ୍ତୋଷ ପାତ୍ର, ମୁରାରୀ ଆମ୍ବୂଲାନ୍ସର ସୌମେନ୍ଦ୍ର ଦାସ, ଜିତେନ୍ଦ୍ର ବାରିକ, ସଂଜୟ ମହାନ୍ତି, କ୍ଷୀରୋଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.