Home ଓଡ଼ିଶା ଲକଡାଉନର ୩୨ଦିନରେ ସହର ବେଶ ଚଳଚଂଚଳ

ଲକଡାଉନର ୩୨ଦିନରେ ସହର ବେଶ ଚଳଚଂଚଳ

181

ପୁରୀ, ୨୫/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ୨୦ ତାରିଖ ପର୍ଯ୍ୟନ୍ତ ଲକଡାଉନ ଯେପରି କଡାକଡି କରାଯାଇଥିଲା ଏବେ କିନ୍ତୁ ତାହା ଦେଖିବାକୁ ମିଳୁନାହିଁ। ଦୋକାନ ବଜାର ଖୋଲିବା ନିଷ୍ପତି ନିଆଯିବା ପରେ ଦୋକାନଗୁଡିକ ବିଭିନ୍ନ ଅଂଚଳରେ ଖୋଲିଯାଇଛି। କିନ୍ତୁ ବ୍ୟବସାୟ ପ୍ରତିଷ୍ଠାନ ମାନେ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଦୋକାନ ସମ୍ମୁଖରେ ସାମାଜିକ ଦୂରତା ନରିଖିବା ସହ କେତେକ ସ୍ଥାନରେ ମାକ୍ସ ମଧ୍ୟ ପିନ୍ଧୁନଥିବା ଦେଖାଯାଏ। ଆଜି ମାର୍କେଟଛକ ଅଂଚଳରେ ଧାଡି ହୋଇ ପରିବା ଓ ଠେଲାଗାଡିରେ ଫଳ, କଦଳୀ ଆଦି ବିକ୍ରି ହେଉଥିଲା। କିନ୍ତୁ ଦୋକାନୀମାନେ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଉନଥିବା ଯୋଗୁଁ ଗୋଟିଏ ଗୋଟିଏ ଦୋକାନରେ ଗ୍ରାହକମାନେ ଏକାଧିକ ଭାବେ ଛିଡାହୋଇ ଜିନିଷପତ୍ର କିଣୁଥିବା ଦେଖାଯାଇଥିଲା। କେତେକ ଅଂଚଳରେ ମଧ୍ୟ ଯେଉଁମାନଙ୍କର କାମ ନାହିଁ ସେମାନେ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ବାଇକ ଚଳାଇ ବୁଲୁଥିବା ମଧ୍ୟ ଦେଖାଯାଇଥିଲା। ଅମାନିଆ ମାନଙ୍କୁ ସାବାଡ କରିବା ନିମନ୍ତେ ପୁଲିସ ପକ୍ଷରୁ ବିଭିନ୍ନ ବ୍ୟାରିକେଡ ପାଖରେ ଏକ ନୂତନ ବ୍ୟବସ୍ଥା ଗ୍ରହରଣ କରାଯାଇଛି। ଡ୍ୟୁଟିରେ ଥିବା ପୁଲିସ କର୍ମଚାରୀ ନିଜ ଛାତିରେ ଏକ କ୍ୟାମେରା ଲଗାଇଥିବା ମଧ୍ୟ ଦେଖାଯାଇଥିଲା। ଯଦ୍ୱାରା ଅମାନିଆ ମାନେ ସେମାନଙ୍କ ସହିତ ଯୁକ୍ତି କଲେ ତାହା ରେକଡିଂ ଓ ତାଙ୍କର ଫଟୋ ମଧ୍ୟ ଉତୋଳନ ହୋଇପାରିବ। ଯଦ୍ୱାରା ଅମାନିଆମାନେ ବାଟକୁ ଆସିବେ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.