Home ଜିଲ୍ଲା ପରିକ୍ରମା ଚର୍ଚ୍ଚାରେ ଜିଲା ଜଂଗଲ ଓ ବନ୍ୟ ଜନ୍ତୁ ସଂରକ୍ଷଣ ବିଭାଗ, କେତେ ସଫଳ ହୋଇଛି ଚାରା...

ଚର୍ଚ୍ଚାରେ ଜିଲା ଜଂଗଲ ଓ ବନ୍ୟ ଜନ୍ତୁ ସଂରକ୍ଷଣ ବିଭାଗ, କେତେ ସଫଳ ହୋଇଛି ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ!

37

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଜଙ୍ଗଲ ଓ ବନ୍ୟ ଜନ୍ତୁ ସଂରକ୍ଷଣ ବିଭାଗର କାର୍ଯ୍ୟଧାରା କୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହେଉଛି । ସମ୍ପୃକ୍ତ ବିଭାଗ ମୂଖ୍ୟ ଭୂମିକାରୁ ଦୂରରେ ରହି କରତକଳ, କାଠ ଡିପୋ ଜଗିବାରେ ବ୍ୟସ୍ତ । ତତ୍କାଳୀନ ଜଙ୍ଗଲ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ନେତ୍ରାନନ୍ଦ ମଲ୍ଲିକ ଙ୍କ ସାଧୁ ଉଦ୍ୟମରେ ଜିଲ ଜଂଗଲ ଓ ବନ୍ୟ ଜନ୍ତୁ ସଂରକ୍ଷଣ ବିଭାଗର ପ୍ରମୁଖ କାର୍ଯ୍ୟାଳୟ ଚାନ୍ଦବାଲି ଠାରେ ପ୍ରତିଷ୍ଠିତ ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟଳୟ ଅଧିନ ରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର, ବନ୍ତ ଓ ଭଦ୍ରକ କୁ ଭିନ୍ନଭିନ୍ନ ରେଞ୍ଜ ରେ ବିଭକ୍ତ କରାଯାଇ ପ୍ରତ୍ୟେକ ଭାଗ ପାଇଁ ଜଣେ ଲେଖାଏଁ ଫରେଷ୍ଟର ଓ ଦୁଇ ଜଣ ଲେଖାଏଁ ଫରେଷ୍ଟ ଗାର୍ଡ ନିଯୁକ୍ତି ପାଇଛନ୍ତି । ପ୍ରକାଶ ଯେ ଜିଲ୍ଲା ଜଂଗଲ ଅଧିକାରୀ ସପ୍ତାହ ମଧ୍ୟରେ ୪ଦିନ ଚାନ୍ଦବାଲି ଓ ୩ଦିନ କ୍ୟାମ୍ପ ଅଫିସ ଭଦ୍ରକରେ ଅଫିସ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସ୍ଥିର କରାଯାଇଛି । ତେବେ ଏହାର କାର୍ଯ୍ୟଧାରା କୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଜିଲା ମଧ୍ୟରୁ ଗୋଟିଏ ବ୍ଲକ କୁ ସମୀକ୍ଷା କଲେ ତାହା ବାସ୍ତବରେ ବିଭାଗର କାର୍ଯ୍ୟଧାରା ର ଅସଲ ରୂପକୁ ପଦାରେ ପକାଇବ । ଗତ ୧୩ତମ ଅର୍ଥ କମିଶନ ଅଧୀନରେ ୨୦୧୨-୧୩, ୨୦୧୩-୧୪, ୨୦୧୪-୧୫ ଆର୍ôଥକ ବର୍ଷରେ ଯଥାକ୍ରମେ ୧୦ହଜାର, ୬୦ହଜାର, ୯୦ ହଜାର ଚାରା ପ୍ରସ୍ତୁତ କରି ମାଗଣାରେ ତିହିଡ଼ି ବ୍ଳକର ଜନସାଧାରଣଙ୍କୁ ବଣ୍ଟନ କରିବା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଆଗ୍ରୋ ଫରେଷ୍ଟ୍ରି ଅଧିନରେ ଏହି ବ୍ଲକର ସିନ୍ଦୋଳ ପଞ୍ଚାୟତରେ ୬୦ହଜାର ଚାରା ବଣ୍ଟନ କରାଯାଇଥିଲା ।

ଏତଦବ୍ୟତୀତ ରାଜ୍ୟ ଯୋଜନା ଏବଂ କେନ୍ଦ୍ରୀୟ ଯୋଜନା ଯଥା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧିନରେ ୨୦୧୩-୧୪ ଆର୍ôଥକ ବର୍ଷରେ ଦୋଳସାହି-ବୋଡକ ରାସ୍ତା ରେ ୩କିମି ରାସ୍ତାରେ ୩ ହଜାର ବୃକ୍ଷ ରୋପଣ କରାଯାଇ ଟଙ୍କା ଖର୍ଚ୍ଚ କରାଯାଇଛି । ସେହିପରି ବିଭିନ୍ନ ରାସ୍ତା କଡରେ ଯଥା ରାଜନଗର-ନଛିବିନ୍ଧା ୬ କି.ମି., ବିନ୍ଧା-କେଳାସାହି ୪କି.ମି., ଭାଟପଡା ତିହିଡ଼ି ବଜାର ଠାରୁ ମାଟିଆସାହି ୪କି.ମି., କମାରିଆ-ଶଙ୍କରପୁର୍ ୪କି.ମି., ମୁକୁନ୍ଦପୁର-ତାଳପଦା ୪କି.ମି., ତିହିଡ଼ି-ମହରମପୁର ୪କି.ମି. ଓ କୋହ୍ଲ ହାଇସ୍କୁଲ ଠାରୁ ବାରସର ୬କି.ମି. ରାସ୍ତା ବନୀକରଣ କରାଯାଇ ତାହାର ରକ୍ଷଣାବେକ୍ଷଣ ନିମନ୍ତେ ଆବଶ୍ୟକ ଅର୍ଥ ବିଭାଗ ପକ୍ଷରୁ ଖର୍ଚ୍ଚ କରାଯାଇଛି । ଅନୁରୂପ ଭାବେ ଏକାଦଶ ଅର୍ଥ କମିଶନ ପକ୍ଷରୁ ୨୦୧୭-୧୮ମସିହା ରେ ବିସିରୋଡ ଠାରୁ ପାଳିଆବିନ୍ଧା ରାସ୍ତାରେ ୧୫ଶହ ଚାରା ରୋପଣ କରାଯାଇଥିବା ବେଳେ୨୦୧୮-୧୯ ମସିହାରେ ବଂଗାଳିପଡା-ସାଟିବାଟି ରାସ୍ତାରେ ୧ହଜାର ଓ ବଡନହୁଣୀପାଳ-ହରିପୁର ରାସ୍ତାରେ ୧ ହଜାର ଚାରା ରୋପଣ କରାଯାଇ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ଜଣା ଯାଇଛି । ୨୦୧୮-୧୯ ମସିହାରେ ଅସ୍ଥାୟୀ ନର୍ସରୀ ମଂଗରାଜପୁର ତିହିଡ଼ି ବଜାର ଠାରେ ୧୦ହଜାର ଚାରା ପ୍ରସ୍ତୁତ କରି ସାଧାରଣରେ ମଧ୍ୟ ବଣ୍ଟନ କରାଯାଇଥିବା ଜଣାପଡିଛି । ମାତ୍ର ଏ ସବୁ ସ୍ଥାନରେ କେତେ ସଂଖ୍ୟକ ବୃକ୍ଷ ଅଛି, ତାହାହିଁ ଆଲୋଚନା ର ବିଷୟ । ଉପରୋକ୍ତ ତଥ୍ୟ ବ୍ୟତୀତ ବହୁ ଅନୁଦାନ ସହିତ ଗ୍ରାମ୍ୟ ଜଂଗଲ ସୃଷ୍ଟି ପାଇଁ ସରକାରଙ୍କ ଜାଇକା ଯୋଜନାର ଅର୍ଥର କିପରି ବିନିଯୋଗ କରାଯାଇଛି ଓ ତାହାର ଫଳ କ’ଣ ମିଳିଛି ସେ ସମ୍ପର୍କରେ ମଧ୍ୟ ଜନସାଧାରଣ ଜାଣିବା ଉଚିତ । ବସ୍ତୁତଃ ଉପରୋକ୍ତ ସଡକ ମାନଙ୍କରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଯେଉଁ କାର୍ଯ୍ୟକ୍ରମ କରାଯାଇଛି ସେଠାରେ କେତେ ଗଛ ଅଛି ସେ ବାବଦରେ ମଧ୍ୟ ବିଭାଗ ସୂଚନା ଦେବାର ଆବଶ୍ୟକତା ରହିଛି । ବନ ମହୋତ୍ସବ ପାଳନ ଅବସରରେ ବାସ୍ତବ ସ୍ଥିତିର ସମୀକ୍ଷା କରାଯାଇ ଜନସାଧାରଣଙ୍କ ସମ୍ମୁଖରେ ସଫଳତାର ଚିତ୍ର ଉପସ୍ଥାପନ କରାଯାଉ ବୋଲି ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.