Home ଜିଲ୍ଲା ପରିକ୍ରମା ପାରାଲିସିସ୍ ଆକ୍ରାନ୍ତ ବନମାଳୀ, ସହାୟତା ପାଇଁ ପତ୍ନୀଙ୍କ ନିବେଦନ

ପାରାଲିସିସ୍ ଆକ୍ରାନ୍ତ ବନମାଳୀ, ସହାୟତା ପାଇଁ ପତ୍ନୀଙ୍କ ନିବେଦନ

58

ଭଦ୍ରକ, ୧୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ବିଟିପୁର ପଞ୍ଚାୟତ ବରହମପୁର ଗ୍ରାମର ଯୁବକ ବନମାଳୀ ସାହୁ (୩୯) ପାରାଲିସସ୍ ରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ଅଛନ୍ତି । ଏବେ ଚିକିତ୍ସା ପାଇଁ ଅର୍ଥର ଅଭାବ ଦେଖାଦେଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କର ପତ୍ନୀ ଆକୁଳ ନିବେଦନ କରିଛନ୍ତି । ସୂଚନାମୂଳେ ବନମାଳୀ ଜଣେ ଗରିବ ପରିବାରର ମୁଖ୍ୟ ହିସାବରେ ଆଗରପଡ଼ା ବଜାର ଉପରେ ଏକ ଗୁମୁଟି ପକାଇ ଚାଟ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି । ଆଜକୁ ୨ମାସ ତଳେ ସେ ହଠାତ୍ ବାନ୍ତି କରିବା ପରେ ମୁଣ୍ଡରେ ଯନ୍ତ୍ରଣା ଭୋଗ କରିଥିଲେ । ତାଙ୍କୁ କଟକସ୍ଥିତ ଏକ ଘରୋଇ ନର୍ସିଂହୋମକୁ ନେଇଯିବା ପରେ ସେ ପାରାଲିସିସ୍ ରେ ଆକ୍ରାନ୍ତ ବୋଲି ଜଣା ପଡ଼ିଥିଲା । ଏହି ରୋଗ ଦୀର୍ଘସ୍ଥାୟୀ ହେତୁ ପରିବାର ଲୋକେ ହତାସ ହୋଇ ପଡ଼ିଛନ୍ତି । ତାଙ୍କର ସ୍ତ୍ରୀଙ୍କ ସମେତ ୩ ଗୋଟି ପୁଅ ଓ ବିଧବା ମାଆ ଅଛନ୍ତି । ରୋଜଗାର ହରାଇ ଥିବା ପରିବାରର ଏକମାତ୍ର ପିଡ଼ୀତ ବନମାଳୀଙ୍କ ଔଷଧ ଓ ଡ଼ାକ୍ତରୀ ଖର୍ଚ୍ଚ ଅପରପକ୍ଷେ ୬ ପ୍ରାଣୀ କୁଟୁମ୍ବଙ୍କୁ ପ୍ରତିପୋଷଣର ବୋଝ ତୁଲାଇବାରେ ସମ୍ବଳ ଅଭାବ ଯୋଗୁଁ ନାକେଦମ ହେବାକୁ ପଡ଼ୁଛି ପତ୍ନୀଙ୍କୁ । କରୋନା ମହାମାରୀ ସମୟରେ ପରିବାରର ଏଭଳି ବିପଦକୁ ସହୃଦୟତାର ସହିତ ବିଚାରକୁ ନେଇ ସରକାରୀ ତଥା ବେସରକାରୀ ସ୍ତରରେ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.