Home ଜିଲ୍ଲା ପରିକ୍ରମା ଧାମନଗର ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଧାମନଗର ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

16

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଂଚଳର ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମ ଠାରେ ଧାମନଗର ସ୍ପୋଟିଂ କ୍ଲବର ପକ୍ଷରୁ ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ ସମାଜସେବୀ ତଥା ଯୁବନେତା ସୁରଜ ସୂର୍ଯ୍ୟବଂଶି ସେଠୀ, ଧାମନଗର ପ୍ରେସ୍ କ୍ଲବର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର, ସାମ୍ବାଦିକ ଦୀନବନ୍ଧୁ ଦାଶ, ସରୋଜ କୁମାର ସେଠୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହି ଖେଳକୁ ଉଦ୍‌ଘାଟନ କରିବା ସହିତ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଆଜି ପ୍ରଥମ ଦିବସରେ କେସିଏ ଧାମନଗର ଓ ଭଣ୍ଡାରିପୋଖରୀ କ୍ରିକେଟ ଟିମ୍ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଭଣ୍ଡାରିପୋଖରୀ ଟସ୍‌ଜିଣି ନିଦ୍ଧାରିତ ୨୦ଓଭରରେ ୮ଉଇକେଟ ହରାଇ ୧୩୭ରନ୍ କରିଥିବାବେଳେ କେସିଏ ଧାମନଗର ୧୯.୪ବଲରେ ୫ ଉଇକେଟ ହରାଇ ୧୪୨ରନ୍ କରି ସେମିକୁ ଉତୀର୍ଣ୍ଣ ହୋଇଥିଲା । ଏହିଖେଳରେ ମ୍ୟାନ୍‌ଅଫଦ୍ ପ୍ଲେୟାର ପ୍ରକାଶ ଚନ୍ଦ୍ର ପରିଡ଼ା ବିବେଚିତ ହୋଇଥିଲେ । ବିବେକ ଜେନା ଓ ରାଜେଶ ବେହେରା ଅମ୍ପେୟାର ଥିବାବେଳେ ଶୁଭେନ୍ଦୁ ମହାନ୍ତି, ରାଜେନ୍ଦ୍ର ଜେନା, ପ୍ରିୟବ୍ରତ ଷଡ଼ଙ୍ଗୀ, ସତ୍ୟପ୍ରକାଶ ରାଉତ, ସତ୍ୟ ପ୍ରଧାନ ଓ ସ୍ପୋଟିଂ କ୍ଲବର ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.