Home ଜିଲ୍ଲା ପରିକ୍ରମା ଚନ୍ଦନୀପାଳ ଠାରେ ମାଛ ଜାଲ ପୋତାକୁ ନେଇ ଗଣ୍ଡଗୋଳ, ୩ ଆହତ ବାସୁଦେବପୁର ସ୍ଥାନାନ୍ତରିତ

ଚନ୍ଦନୀପାଳ ଠାରେ ମାଛ ଜାଲ ପୋତାକୁ ନେଇ ଗଣ୍ଡଗୋଳ, ୩ ଆହତ ବାସୁଦେବପୁର ସ୍ଥାନାନ୍ତରିତ

33

ଭଦ୍ରକ, ୩୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ମାଛ ଜାଲ ପୋତାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହ ୩ଜଣ ଆହତଙ୍କୁ ବାସୁଦେବପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାରୁ ପ୍ରକାଶ ଚନ୍ଦନୀପାଳ ଠାରେ ଥିବା ବାଲିଆଡିଆରେ ଗୋଟିଏ ଗୋଷ୍ଠୀ ମତ୍ସ୍ୟଜିବୀ ବେଢ ଜାଲ ଘେରାଇ ଦୀର୍ଘଦିନ ହେବ ମାଛ ଧରି ଆସୁଥିଲେ। ଗତକାଲି ଅନ୍ୟ ଏକ ଗୋଷ୍ଠୀ ସେହି ସ୍ଥାନକୁ ଯାଇ ନିଜର ହୁକମାତି ଜାହିର କରିବା ସହ ପୂର୍ବ ଗୋଷ୍ଠୀର ପୋତା ହୋଇଥିବା ବେଢ ଜାଲକୁ କାଢି ଫିଙ୍ଗି ଦେଇଥିଲେ। ପରେ ଏ ନେଇ ୨ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ଆଜି ଅପରାହ୍ନ ସମୟରେ ପ୍ରଥମ ଗୋଷ୍ଠୀ ସେହି ସ୍ଥାନରୁ ମାଛ ମାରି ଚନ୍ଦନୀପାଳ କୁ ଆସୁଥିବା ବେଳେ ଦ୍ୱିତୀୟ ଗୋଷ୍ଠୀର ଲୋକେ ପ୍ରଥମଗୋଷ୍ଠୀକୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣକୁ ପ୍ରତିହିତ କରିବା ପାଇଁ ପ୍ରଥମଗୋଷ୍ଠୀର ଲୋକେ ମଧ୍ୟ ତୟାର ଥିଲେ ଫଳରେ ୨ଗୋଷ୍ଠୀ ମଧ୍ୟରେ ମାଡପିଟ ହୋଇଥିଲା। ଏହି ମାଡ ପିଟରେ ୨ଗୋଷ୍ଠୀର ୩ଜଣ ଆହତ ହୋଇଥିବା ବେଳେ ପ୍ରଥମ ଗୋଷ୍ଠୀର ଜଣଙ୍କ ଅବସ୍ଥା ସଂକାଟାପନ୍ନ ହୋଇ ରକ୍ତ ବାନ୍ତି କରୁଥିବାରୁ ତୁରନ୍ତ ତାଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା, ପରେ ସେହି ଆହତଙ୍କୁ ଭଦ୍ରକ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି।

ଏହି ଗୋଷ୍ଠୀ କନ୍ଦଳରେ ଆଉ ୨ଜଣ ଆହତ ହୋଇ ଧାମରା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ମଧ୍ୟ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଧାମରା ମେଡିକାଲ ଅଫିସର ଜନ୍ମେଞ୍ଜୟ ବେହେରାଙ୍କ ନିକଟରୁ ପ୍ରକାଶ।ଏଠାରେ ଉଲ୍ଲେଖଯୋଗ୍ୟ ସରକାରୀ ସ୍ତରରେ କଇଁଛ ମାନଙ୍କ ଅଣ୍ଡାଦାନ କୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ଉପକୂଳ ଅଂଚଳରେ ମାଛଧରା ବନ୍ଦ କରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ କିଛି ଅସାଧୁ କର୍ମଚାରୀ ଏହି ମାଛ ଧରାକୁ ପ୍ରୋତ୍ସାହିତ କରୁଛନ୍ତି ଫଳରେ ଦିନକୁ ଦିନ ସମୁଦ୍ରରେ ମାଛଙ୍କ ସଂଖ୍ୟା କମି କମି ଯାଉଛି। ତୁରନ୍ତ ଏହି ବେଆଇନ ମାଛ ଧରା ବନ୍ଦ କରିବାକୁ ଜନସାଧାରଣରେ ଦାବି ହୋଇଛି। ଆଜିର ଏହି ଖବର ଲେଖା ହେବା ପର୍ଯ୍ୟନ୍ତ ୩ଜଣ ମତ୍ସ୍ୟଜିବୀ ଆହତ ହୋଇଥିଲେ ମଧ୍ୟ ଧାମରା ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା ଧାମରା ଥାନାଧିକାରୀ ଶ୍ରୀକାନ୍ତ ପତିଙ୍କ ଠାରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.