Home Top News ୨୦୨୧-୨୨ ଆର୍ଥିକ ବର୍ଷରେ ଜଳଜୀବନ ମିଶନ ଅଧୀନରେ ଓଡ଼ିଶାକୁ ମିଳିଛି ୩, ୩୨୩.୪୨ କୋଟି ଟଙ୍କା...

୨୦୨୧-୨୨ ଆର୍ଥିକ ବର୍ଷରେ ଜଳଜୀବନ ମିଶନ ଅଧୀନରେ ଓଡ଼ିଶାକୁ ମିଳିଛି ୩, ୩୨୩.୪୨ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ

25

– ୨୭.୩.୨୦୨୨ ସୁଦ୍ଧା ରାଜ୍ୟର ମୋଟ ୪୧.୭୯ ପ୍ରତିଶତ ପରିବାରକୁ ଯୋଗାଇ ଦିଆଯାଇଛି ଟ୍ୟାପ ଜଳ ସଂଯୋଗ

ଜଳ ଜୀବନ ମିଶନ ଅଧୀନରେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ର ଅଂଶଧନ ଆକାରରେ ୩, ୩୨୩. ୪୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେଥିମଧ୍ୟରୁ ରାଜ୍ୟ ସରକାର ୧, ୦୬୪.୫୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ସିଂ ପଟେଲ। ଓଡ଼ିଶାକୁ ଜଳ ଜୀବନ ମିଶନ ଅଧୀନରେ ମିଳିଥିବା ଅନୁଦାନ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପଟେଲ କହିଥିଲେ ଯେ ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟକୁ ଯଥାକ୍ରମେ ୩୬୪.୭୪ କୋଟି ଟଙ୍କା ଏବଂ ୮୧୨.୧୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ମିଶନ ଅଧୀନରେ ମିଳିଥିବା କେନ୍ଦ୍ରୀୟ ଅନୁଦାନ ମଧ୍ୟରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୨୭୫.୦୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ୬୮୮.୬୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା।

ଅନ୍ୟପଟେ ଜଳ ଜୀବନ ମିଶନ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯-୨୦, ୨୦୨୦-୨୧ ଏବଂ ୨୦୨୧-୨୧ ଆର୍ଥିକ ବର୍ଷରେ ରାଜ୍ୟ ଅଂଶଧନ ବାବଦରେ ଯଥାକ୍ରମେ ୨୫୫.୦୨ କୋଟି ଟଙ୍କା, ୬୭୩ କୋଟି ଟଙ୍କା ଏବଂ ୧୦୫୪. ୬୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ଜଳ ଜୀବନ ମିଶନ ଅଧୀନରେ କେନ୍ଦ୍ର ସରକାର ସବୁ ପରିବାରକୁ ଟ୍ୟାପ ଜଳ ଯୋଗାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ମିଶନ ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୬ ଲକ୍ଷ ୯୧ ହଜାର ୮୦୭ଟି ପରିବାରକୁ ଟ୍ୟାପ ଜଳ ଯୋଗାଣ କରାଯାଇଛି। ଏବେସୁଦ୍ଧା ମିଶନ ଅଧୀନରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ୪୧.୭୯ ପ୍ରତିଶତ ପରିବାରକୁ ଟ୍ୟାପ ଜଳ ସଂଯୋଗ ଦିଆଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ। ମିଶନର ନିର୍ଦ୍ଧାରିତ ଅବଧି ମଧ୍ୟରେ ସବୁ ପରିବାରକୁ ଟ୍ୟାପ ଜଳ ସଂଯୋଗ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୂଚୀତ କରାଯାଇଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ।

୨୭.୩.୨୦୨୨ ସୁଦ୍ଧା ଟ୍ୟାପ ଜଳ ସଂଯୋଗ ଯୋଗାଇ ଦିଆଯାଇଥିବା ପରିବାରଗୁଡ଼ିକର ଜିଲ୍ଲା ଓ୍ବାରୀ ପ୍ରତିଶତ :

କ୍ରଂସଂ ଜିଲ୍ଲା ମିଶନ ଆରମ୍ଭ ହେବା ପରଠାରୁ ଟ୍ୟାପ ଜଳ ସଂଯୋଗ ପାଇଥିବା ପରିବାର ସଂଖ୍ୟା ପରିବାରଗୁଡ଼ିକର ପ୍ରତିଶତ
ନୂଆପଡ଼ା ୧, ୧୯, ୨୭୦ ୮୮.୧୭
୨. କେନ୍ଦୁଝର ୨, ୪୮, ୩୧୩ ୭୦.୭୫
୩. ଭଦ୍ରକ ୨, ୦୩, ୨୪୦ ୬୯.୧୨
୪. ବୌଦ୍ଧ ୬୯, ୩୦୧ ୬୫.୨୬
୫. ଢେଙ୍କାନାଳ ୧, ୫୩, ୬୦୨ ୫୬.୬୧
୬. ଦେବଗଡ଼ ୪୦, ୭୩୧ ୫୫.୨୬
୭. ସୁବର୍ଣ୍ଣପୁର ୭୭, ୯୮୬ ୫୨.୧୯
୮. ପୁରୀ ୧, ୬୪, ୮୭୭ ୫୧.୩୨
୯. ଅନୁଗୁଳ ୧, ୬୩, ୪୧୨ ୫୦.୯୬
୧୦. ଯାଜପୁର ୨, ୦୬, ୬୮୩ ୪୬.୨୫
୧୧. ନବରଙ୍ଗପୁର ୧, ୩୦, ୯୩୬ ୪୫.୯୦
୧୨. ଝାରସୁଗୁଡ଼ା ୪୨, ୯୫୫ ୪୫.୬୬
୧୩. ଖୋର୍ଦ୍ଧା ୧, ୨୨, ୯୨୮ ୪୪.୮୫
୧୪. ବରଗଡ଼ ୧, ୪୮, ୯୮୮ ୪୩.୬୩
୧୫. କେନ୍ଦ୍ରାପଡ଼ା ୧, ୨୯, ୩୧୯ ୪୨.୪୪
୧୬. ବାଲେଶ୍ବର ୨, ୩୫, ୬୯୩ ୪୧.୫୦
୧୭. ଗଞ୍ଜାମ ୨, ୮୮, ୬୬୧ ୩୯.୮୧
୧୮. କଟକ ୧, ୭୩, ୬୮୭ ୩୮.୮୪
୧୯. କୋରାପୁଟ ୧, ୧୯, ୩୬୭ ୩୬.୯୬
୨୦. ନୟାଗଡ଼ ୯୨, ୫୨୪ ୩୫.୦୧
୨୧. କଳାହାଣ୍ଡି ୧, ୩୨, ୭୧୬ ୩୩.୩୮
୨୨. କନ୍ଧମାଳ ୪୬, ୮୨୩ ୨୮.୯୧
୨୩. ମୟୁରଭଞ୍ଜ ୧, ୫୮, ୭୫୯ ୨୮.୪୯
୨୪. ବଲାଙ୍ଗିର ୧, ୦୯, ୨୫୯ ୨୮.୩୦
୨୫. ସମ୍ବଲପୁର ୪୬, ୪୦୩ ୨୮.୨୧
୨୬. ଗଜପତି ୩୫, ୮୩୯ ୨୭.୧୪
୨୭. ସୁନ୍ଦରଗଡ଼ ୮୨, ୬୫୨ ୨୬.୪୭
୨୮. ରାୟଗଡ଼ା ୫୮, ୨୮୩ ୨୫.୫୬
୨୯. ଜଗତସିଂହପୁର ୬୧, ୮୭୬ ୨୨.୭୦
୩୦. ମାଲକାନଗିରି ୨୬, ୭୨୪ ୨୧.୪୮
  ମୋଟ ୩୬, ୯୧, ୮୦୭ ୪୧.୭୯%

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.